Peaceful Protest: ଆମେ କେବଳ ଶାନ୍ତିପୂର୍ଣ୍ଣ ବିରୋଧରେ ବିଶ୍ବାସ କରୁ: କଂଗ୍ରେସ

Oct 19, 2026 - 16:35
Peaceful Protest: ଆମେ କେବଳ ଶାନ୍ତିପୂର୍ଣ୍ଣ ବିରୋଧରେ ବିଶ୍ବାସ କରୁ: କଂଗ୍ରେସ

"ନୂଆଦିଲ୍ଲୀ: ବିରେଧୀ ଦଳର ଏସ୍ଆଇଆର ଏବଂ ମୁଖ୍ୟ ନିର୍ବାଚନ ଆୟୋଗ ଜ୍ଞାନେଶ କୁମାରଙ୍କ ବିରୋଧରେ ହୋଇଥିବା ଆନ୍ଦୋଳନ ମଧ୍ୟରେ ବାଂଲାଦେଶ ପ୍ରସଙ୍ଗ ନୂଆ ବିବାଦ ଛିଡ଼ା କରିଛି।

ବିଜେପି ଏହାକୁ ବଡ଼ ଷଡ଼ଯନ୍ତ୍ରର ଅଂଶବିଶେଷ କହିଛି।

ଏହାରି ମଧ୍ୟରେ କଂଗ୍ରେସ ସାଂସଦ ଶଶି ଥରୁର କହିଛନ୍ତି, ଭାରତ ନା ବାଂଲାଦେଶ ନା ଫ୍ରାନ୍ସ।

ତୁଳନା କରିବା ଠିକ୍‌ ନୁହେଁ।

Advertisment ତିରୁବନନ୍ତପୁରମରୁ କଂଗ୍ରେସ ସାଂସଦ ଶଶି ଥରୁର କହିଛନ୍ତି, ଫ୍ରାନ୍ସରେ ଯେଉଁ ହିଂସା ଦେଖାଯାଇଛି, ବସ୍‌ ଏବଂ ପୁଲିସ ଥାନାରେ ନିଆଁ ଲଗାଇବା, ଆମେ କୌଣସି ହିଂସାକୁ ସମର୍ଥନ କରୁନାହୁଁ।

ଆମେ କେବଳ ଶାନ୍ତିପୂର୍ଣ୍ଣ ବିରୋଧରେ ବିଶ୍ବାସ କରୁ।

ମୁଁ ମଧ୍ୟ ଏହିଭଳି ବିରୋଧ ପ୍ରଦର୍ଶନରେ ଅଂଶଗ୍ରହଣ କରିଛି ଏବଂ ମୁଁ ଭାବୁଛି ଯେ, ବିରୋଧୀମାନେ ସାଧାରଣତଃ ଏହିଭଳି ଭାବେ ବିରୋଧର ସମର୍ଥନ କରିଥାନ୍ତି।

Hitler remark: ଜ୍ଞାନେଶ କୁମାରଙ୍କ ସହିତ ପ୍ରଧାନମନ୍ତ୍ରୀଙ୍କୁ ଇସ୍ତଫା ଦେବାକୁ ପଡ଼ିପାରେ: କେଜ୍ରିୱାଲ ସେ ଜାତୀୟ ଗଣମାଧ୍ୟମ ସହିତ କଥାବାର୍ତ୍ତା ସମୟରେ କହିଛନ୍ତି, କ୍ଷମତା ପରିବର୍ତ୍ତନ ଭଳି ଶଦ୍ଦ ବ୍ୟବହାର କରି ଉପସ୍ଥାପନ କରିବାର କୌଣସି ଅର୍ଥ ନାହିଁ।

ଆମେ ସ୍ବାଧୀନ ଏବଂ ନିଷ୍ପକ୍ଷ ନିର୍ବାଚନର ଦାବି କରୁ।

ସବୁଠାରୁ ବଡ଼ କଥା ହେଲା ଯେ, ବହୁ ସଂଖ୍ୟାରେ ଲୋକଙ୍କର ନାମ ମତଦାନ ତାଲିକାରୁ ହଟାଇ ଦିଆଯାଇଛି।

ଏଥି ପାଇଁ ଆମେ ଦାବି କରୁଛୁ ଯେ, ଏହି ପ୍ରକ୍ରିୟାକୁ ବାତିଲ କରାଯାଉ।

ଏହା ଏକ ସାମ୍ବିଧାନିକ ପ୍ରସଙ୍ଗ।

"

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)