Temple theft: ହନୁମାନ ମନ୍ଦିର ଚୋରି ବିତିଲା ୩ମାସ, ପୁଲିସକୁ ମିଳୁନି ସଫଳତା
"ନବରଙ୍ଗପୁର: ଗତ ଏପ୍ରିଲ ୧୯ ତାରିଖ ଦିନ ନୀଳକଣ୍ଠେଶ୍ବର ମନ୍ଦିର ଓ ପୁଲିସ ରିଜର୍ଭ କାର୍ଯ୍ୟାଳୟ ନିକଟରେ ଥିବା ଚନ୍ଦ୍ରଘଣ୍ଟେଶ୍ବର ମହାଦେବ ମନ୍ଦିରରୁ ଚୋରି ହୋଇଥିଲା।
ପ୍ରଥମ ଘଟଣା ଦ୍ବୟକୁ ୬ମାସ।
ନୀଳକଣ୍ଠେଶ୍ବର ମନ୍ଦିରର ଚୋରି ଅଭିଯୁକ୍ତ ଚିହ୍ନଟ।
ଚୋରି ସାମଗ୍ରୀ ଉଦ୍ଧାର କରିପାରିନି ପୁଲିସ।
ଜୁଲାଇ ୩ତାରିଖ ଅର୍ଦ୍ଧରାତ୍ର ଦିନ ଭଗବତୀ ସାହି ନିକଟସ୍ଥ ହନୁମାନ ମନ୍ଦିରରୁ ଲକ୍ଷାଧିକଟଙ୍କାର ରୁପା ଚେନ ଓ ମୁକୁଟ ସହ ହୁଣ୍ଡି ଭାଙ୍ଗି ଚୋରି ହୋଇଥିବାକୁ ନେଇ ନବରଙ୍ଗପୁର ଥାନାରେ ଅଭିଯୋଗ ହୋଇଥିଲା।
ଅପରପକ୍ଷରେ ହନୁମାନ ମନ୍ଦିର ଚୋରି ଘଟଣାକୁ ୩ମାସ।
ତଥାପି ଏଯାଏଁ ପୁଲିସକୁ ମିଳୁନି ସଫଳତା।
Advertisment ସୂଚନାଯୋଗ୍ୟ, ଗତ ଏପ୍ରିଲ ୧୯ତାରିଖ ଦିନ ନୀଳକଣ୍ଠେଶ୍ବର ମନ୍ଦିରରେ ହୁଣ୍ଡି ଭାଙ୍ଗି ଟଙ୍କା ସହ ମନ୍ଦିରର ଗର୍ଭଗୃହକୁ ପଶି ରୁପା ଓ ପିତ୍ତଳ ଅଳଙ୍କାର ଚୋରି ହୋଇଥିଲା।
ସେଦିନ ରାତ୍ରରେ ହିଁ ପୁଲିସ ରିଜର୍ଭ କାର୍ଯ୍ୟାଳୟ ଓ ସିଆରପିଏଫ୍ ବାଟଲିଅନ୍ ରହୁଥିବା ନିକଟରେ ଥିବା ଚନ୍ଦ୍ରଘଣ୍ଟେଶ୍ବର ମହାଦେବ ମନ୍ଦିର ହୁଣ୍ଡିରୁ ଚୋରି ହୋଇଥିଲା।
ତେବେ ନୀଳକଣ୍ଠେଶ୍ବର ମନ୍ଦିର ଚୋରୀ ଘଟଣାର ଅଭିଯୁକ୍ତ ଟୁନା ହରିଜନ ବୋଲି କହିଛନ୍ତି ଥାନା ଅଧିକାରୀ ସମ୍ବିତ କୁମାର ବେହେରା।
ଏହାରି ମଧ୍ୟରେ ତେନ୍ତୁଳିଖୁଣ୍ଟି ଥାନା ଅର୍ନ୍ତଗତ ଦହଣା ଗାଁରେ ହୋଇଥିବା ଚୋରି ମାମଲାରେ ରିମାଣ୍ଡରେ ଆଣିବାରେ ଅଭିଯୁକ୍ତ ଟୁନା ଚୋରୀ କରିଥିବା ସ୍ବୀକାର କରିଥିଲେ।
ଚୋରି ସାମଗ୍ରୀ ସମ୍ପର୍କରେ କିଛି ସୂଚନା ଦେଇନଥିବା କହିଛନ୍ତି ଥାନାଅଧିକାରୀ।
ଗତ ଜୁଲାଇ ୩ତାରିଖ ଅର୍ଦ୍ଧରାତ୍ରରେ ୫ଜଣ ଦୁର୍ବୃତ୍ତ ହନୁମାନ ମନ୍ଦିର ଚୋରୀ କରିବାକୁ ଆସିଥିବା ସିସିଟିଭି କ୍ୟାମେରାରେ କଏଦ ହୋଇଥିଲା।
ମନ୍ଦିର ପରିସରରେ ଥିବା ଦାନହୁଣ୍ଡିର ଚାବିକୁ କାଟି ସେଥିରୁ ସବୁ ଟଙ୍କା ସହ ହନୁମାନ ମନ୍ଦିରର ୮ଟି ରୁପାଚେନଓ ୮ଟି ରୁପା ମୁକୁଟ ଆଦି ପ୍ରାୟ ଅଧ କିଲୋ ଓଜନର ଦୁର୍ବୃତ୍ତ ମାନେ ଚୋରି କରି ନେଇଥିଲେ।
ଏହି ମନ୍ଦିରଚୋରୀ ସମ୍ପର୍କରେ ଅଭିଯୁକ୍ତ ଟୁନାକୁ ପଚାରିବାରେ ସେ କିଛି ଜାଣି ନଥିବା କହିଛନ୍ତି ଥାନା ଅଧିକାରୀ।
ତେବେ ଅଭିଯୁକ୍ତ ଟୁନା ଗୃପର ଅନ୍ୟ କେହି ସଦସ୍ୟ ସାମିଲ ଥାଇ ପାରନ୍ତି ବୋଲି ପୁଲିସ ସନ୍ଦେ୍ହ କରୁଛି।
ଅପରପକ୍ଷରେ ଡାବୁଗାଁ ଜଗନ୍ନାଥ ମନ୍ଦିରରେ ବି ହୋଇଛି ଚୋରି।
Police: ଚୋରି ଅଭିଯୋଗ; ଧରାପଡ଼ିବା ପରେ ନିର୍ଦ୍ଧୁମ ଛେଚିଲେ ସ୍ଥାନୀୟ ଲୋକେ ଦେବୋତ୍ତର ବିଭାଗ ଅଧିନରେ ଚାଳୁଥିବା ମନ୍ଦିର ଗୁଡିକରେ ବଦାନ୍ୟ ବ୍ୟକ୍ତିଙ୍କ ସହାୟତାରେ ଭଗବାନଙ୍କ ଅଳଙ୍କାର ତିଆରି କରାଯାଉଛି।
ତେବେ ଚୋରି ହେବା ପରେ ଏବେ ଭଗବାନ ମାନଙ୍କୁ ନକଲି ଅଳଙ୍କାରରେ ସାଜସଜ୍ଜା କରି ପୂଜା କରାଯାଉଛି।
ଏବଂ ପ୍ରତ୍ୟେକ ଦିନ ମନ୍ଦିରକୁ ଆସୁଥିବା ଭକ୍ତଙ୍କ ମନରେ ଗୋଟିଏ ପ୍ରଶ୍ନ ପୁଲିସ କେବେ ଭଗବାନଙ୍କ ଅଳଙ୍କାର ଖୋଜିକି ଦେବେ।
ପୁଲିସ ଶ୍ରଦ୍ଧାଳୁଙ୍କ ଆସ୍ଥା ବିଶ୍ବାସ ଫେରାଇବ ନା ନାହିଁ ସମୟ କହିବ।
"
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।
