World Shooting: କନିଷ୍ଠ ବିଶ୍ବ ବନ୍ଧୁକଚାଳନା: ବଂଶିକା-ଶିବଙ୍କୁ ରୌପ୍ୟ

Jun 24, 2026 - 15:32
World Shooting: କନିଷ୍ଠ ବିଶ୍ବ ବନ୍ଧୁକଚାଳନା: ବଂଶିକା-ଶିବଙ୍କୁ ରୌପ୍ୟ

"ସୁଲ୍‌: ଭାରତୀୟ ଯୋଡ଼ି ବଂଶିକା ଚୌଧୁରୀ ଓ ଶିବ ନରୱାଲ ଏଠାରେ ଚାଲିଥିବା ଆଇଏସ୍‌ଏସ୍‌ଏଫ୍‌ କନିଷ୍ଠ ବିଶ୍ବ ପ୍ରତିଯୋଗିତାରେ ରୌପ୍ୟ ପଦକ ଜିତିଛନ୍ତି।

୧୦ ମିଟର ଏୟାର ପିସ୍ତଲ ମିଶ୍ରିତ ଯୁଗଳରେ ଏହି ଭାରତୀୟ ଯୋଡ଼ି ୪୬୯.୭ ପଏଣ୍ଟ ସହ ଦ୍ବିତୀୟ ସ୍ଥାନରେ ରହିଥିଲେ।Advertisment ଭାରତ ୫ ସ୍ବର୍ଣ୍ଣ, ୪ ରୌପ୍ୟ ଓ ୭ କାଂସ୍ୟ ସହ ମୋଟ ୧୬ ପଦକ ପାଇଛି ପୋଲାଣ୍ଡର ମାଲଗୋର୍ଜାଟା ଡାବ୍ରୋସ୍କି ଓ ଇଭାନ ରାକିସ୍କି (୪୭୧.୯) ପ୍ରଥମ ସ୍ଥାନରେ ରହିଥିଲେ।

ଚାଇନିଜ୍‌ ତାଇପେର ଚେଙ୍ଗ ୟେ-ଚିଙ୍ଗ ଓ ସି ସିଆଙ୍ଗ-ଚେନ୍‌ (୪୧୦.୦) କାଂସ୍ୟ ପାଇଥିଲେ।

ଭାରତ ଏହି ରୌପ୍ୟ ପଦକ ସହ ଟେବୁଲର ଶୀର୍ଷ ସ୍ଥାରେ ରହିଛି।

ଭାରତ ୫ ସ୍ବର୍ଣ୍ଣ, ୪ ରୌପ୍ୟ ଓ ୭ କାଂସ୍ୟ ସହ ମୋଟ ୧୬ ପଦକ ପାଇଛି।

ଏହି ପ୍ରତିଯୋଗିତାରେ ୭୦ ମହାସଂଘରୁ ୮୦୦ରୁ ଊର୍ଧ୍ବ ସୁଟର୍‌ ଯୋଗ ଦେଇଛନ୍ତି।

ଜୁନ୍‌ ୨୮ ପର୍ଯ୍ୟନ୍ତ ଚାଲିବାକୁ ଥିବା ଏହିସ ପ୍ରତିଯୋଗିତାରେ ଭାରତରୁ ୮୪ ଜଣ ଅଂଶ ଗ୍ରହଣ କରିଛନ୍ତି।

High Court: ଶପଥ ବିବାଦ: ୨୦ ବିଜେପି କାଉନସିଲର ଚାରି ସପ୍ତାହ ମଧ୍ୟରେ ପୁନର୍ବାର କରିବେ ଶପଥ ପାଠ, ହାଇକୋର୍ଟଙ୍କ ଗୁରୁତ୍ବପୂର୍ଣ୍ଣ ରାୟ "