World Elephant Day: ବିଶ୍ୱ ହାତୀ ଦିବସ: ସୁଦୃଢ଼ ହେବ ହାତୀ ସଂରକ୍ଷଣ, ଶିମିଳିପାଳରେ ଲାଗିବ ଆଉ ୫୦୦ କ୍ୟାମେରା

Aug 13, 2026 - 04:58
World Elephant Day: ବିଶ୍ୱ ହାତୀ ଦିବସ: ସୁଦୃଢ଼ ହେବ ହାତୀ ସଂରକ୍ଷଣ, ଶିମିଳିପାଳରେ ଲାଗିବ ଆଉ ୫୦୦ କ୍ୟାମେରା

"ଭୁବନେଶ୍ୱର: ବିଜ୍ଞାନ ଭିତ୍ତିକ, ପ୍ରଯୁକ୍ତିବିଦ୍ୟା ପ୍ରୟୋଗ ମାଧ୍ୟମରେ ହାତୀ ସଂରକ୍ଷଣକୁ ଆହୁରି ସୁଦୃଢ଼ କରାଯିବ।

ହାତୀ ଆବାସସ୍ଥଳୀର ସୁରକ୍ଷା, ମଣିଷ-ହାତୀ ସଂଘର୍ଷ ହ୍ରାସ, ବିଦ୍ୟୁତ୍ ସୁରକ୍ଷା ବ୍ୟବସ୍ଥାରେ ଉନ୍ନତି, ତ୍ୱରିତ ପ୍ରତିକ୍ରିୟା ବ୍ୟବସ୍ଥା ଏବଂ ସମୁଦାୟର ଅଧିକ ଅଂଶଗ୍ରହଣକୁ ପ୍ରାଥମିକତା ଦିଆଯାଉଛି।

ହେଲେ ମଣିଷ ଓ ହାତୀଙ୍କ ସୁରକ୍ଷା ତଥା ସ୍ଥାୟୀ ମାନବ-ହାତୀ ସହାବସ୍ଥାନ ସୁନିଶ୍ଚିତ କରିବାକୁ ବିଭିନ୍ନ ସରକାରୀ ବିଭାଗ, ନିର୍ବାଚିତ ପ୍ରତିନିଧି, କର୍ମଚାରୀ ଓ ସ୍ଥାନୀୟ ସମୁଦାୟଙ୍କ ମଧ୍ୟରେ ସମନ୍ବୟର ଆବଶ୍ୟକତା ରହିଛି ବୋଲି ବିଶ୍ବ ହସ୍ତୀ ଦିବସ ଅବସରରେ ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ମନ୍ତ୍ରୀ ଗଣେଶ ରାମ ସିଂଖୁଣ୍ଟିଆ କହିଛନ୍ତି।Advertisment Neglect: ବିପଦ ସଂକୁଳ କାଠପୋଲରେ ଚାଲିଛି ସିତାପଡ଼ି ଗ୍ରାମବାସୀଙ୍କ ଜୀବନ ଶିମିଳିପାଳରେ ଲାଗିବ ଆଉ ୫୦୦ କ୍ୟାମେରାହାତୀ କରିଡର ବିଜ୍ଞପ୍ତି ନେଇ ଅନୁଧ୍ୟାନ ଚାଲିଛିମଣିଷ ଓ ହାତୀଙ୍କ ସୁରକ୍ଷା ଲୋଡ଼ିଲେ ବିଧାୟକ ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ବିଭାଗ ଏବଂ ସେଭ୍‌ ଏଲିଫାଣ୍ଟ୍‌ ଫାଉଣ୍ଡେସନ୍‌ ଟ୍ରଷ୍ଟ(ଏସ୍‌ଇଏଫ୍‌ଟି)ର ମିଳିତ ସହଯୋଗରେ ଆରଏମ୍‌ଏନ୍‌ଏଚ୍‌ରେ ଆୟୋଜିତ କାର୍ଯ୍ୟକ୍ରମରେ ଯୋଗଦେଇ ମନ୍ତ୍ରୀ ଶ୍ରୀ ସିଂଖୁଣ୍ଟିଆ କହିଲେ ଓଡ଼ିଶାରେ ୩୩% ଅଞ୍ଚଳ ଜଙ୍ଗଲ ରହିଥିଲେ ମଧ୍ୟ ହାତୀଙ୍କ ପାଇଁ ପର୍ଯ୍ୟାପ୍ତ ହେଉ ନାହିଁ।

୧୭୦୦ରୁ ୧୮୦୦ ହାତୀ ରହିବାକୁ ଜଙ୍ଗଲ ରହିଛି।

ଆହୁରି ଅଧିକ ୩୦୦ ହାତୀ ରହୁଛନ୍ତି। ‌ତେଣୁ ସେମାନଙ୍କୁ ସୁରକ୍ଷା ଦେବା ସହ ଉଭୟ ମଣିଷ ଓ ହାତୀ କିଭଳି ସହାବସ୍ଥାନ କରିବେ ସେଥିପ୍ରତି ଧ୍ୟାନ ଦିଆଯାଉଛି।

ଗଜସାଥୀ, ଡ୍ରୋନ୍‌, କ୍ୟାମେରା ଟ୍ରାପ୍‌, ହାତୀଙ୍କ ଶରୀରରେ ରେଡିଓକଲାର ଲଗାଯାଇ ସେମାନଙ୍କ ଗତିବିଧି ଉପରେ କଡ଼ା ନଜର ରଖାଯାଇଛି।

ଶିମିଳିପାଳରେ ୩୦୦ କ୍ୟାମେରା ଲାଗିଛି।

ଆଉ ୫୦୦ କ୍ୟାମେରା ଲଗାଇବାକୁ ଯୋଜନା ହୋଇଛି।

ସାତକୋଶିଆ, ରାଉରକେଲା ବନଖଣ୍ଡ ଡିଭିଜନ୍‌ରେ ବି କ୍ୟାମେରା ଲାଗିଛି।

୧୪ଟି ହାତୀ କରିଡର୍‌ ଚିହ୍ନଟ ହୋଇଛି।

ଏନେଇ ବିଜ୍ଞପ୍ତି ପ୍ରକାଶ ପୂର୍ବରୁ ଆମକୁ ବ୍ୟାପକ ଅନୁଧ୍ୟାନ କରିବାର ଆବଶ୍ୟକତା ରହିଛି ବୋଲି ସେ କହିଥିଲେ।

ଗଜସାଥୀଙ୍କ ପାଇଁ ଦୁର୍ଘଟଣାଜନିତ ମୃତ୍ୟୁ ବୀମା ସୁବିଧା ପ୍ରଦାନ ନିମନ୍ତେ ସମ୍ଭାବ୍ୟ ବିକଳ୍ପ ଉପରେ ରାଜ୍ୟ ସରକାର ବିଚାର କରୁଥିବା ସେ ସୂଚନା ଦେଇଥିଲେ।

Oil: ରୁଷୀୟ ତେଲ କିଣିବା ନେଇ ଆମେରିକାର ଶୁଳ୍କକୁ ବିରୋଧ କାର୍ଯ୍ୟକ୍ରମରେ ଅନୁଗୋଳ ଓ ଢେଙ୍କାନାଳ ଜିଲ୍ଲାର ବିଧାୟକମାନେ ସାମିଲ ହୋଇଥିଲେ।

ଛେଣ୍ଡିପଦା ବିଧାୟକ ଅଗସ୍ତି ବେହେରା, ଅନୁଗୋଳ ବିଧାୟକ ପ୍ରତାପ ଚନ୍ଦ୍ର ପ୍ରଧାନ, ପାଳଲହଡ଼ା ବିଧାୟକ ଅଶୋକ ମହାନ୍ତି, ଆଠମଲ୍ଲିକ ବିଧାୟକ ନଳିନୀକାନ୍ତ ପ୍ରଧାନ, କାମାକ୍ଷାନଗର ବିଧାୟକ ଶତ୍ରୁଘ୍ନ ଜେନା, ପର୍ଜଙ୍ଗ ବିଧାୟକ ବିଭୂତି ଭୂଷଣ ପ୍ରଧାନଙ୍କ ସମେତ ଏକାମ୍ର ଭୁବନେଶ୍ବର ବିଧାୟକ ବାବୁ ସିଂ ଅତିଥି ଭାବେ ଯୋଗଦେଇ ହାତୀଙ୍କ ସଂରକ୍ଷଣ, ମଣିଷ ଓ ହାତୀଙ୍କ ସୁରକ୍ଷା, ଜଙ୍ଗଲରେ ହାତୀଙ୍କ ପାଇଁ ପର୍ଯ୍ୟାପ୍ତ ଖାଦ୍ୟ ଉପଲବ୍ଧ କରାଇବା ସମ୍ପର୍କରେ ମତପ୍ରକାଶ କରିଥିଲେ।

ପିସିସିଏଫ୍‌(ବନ୍ୟପ୍ରାଣୀ) ପ୍ରେମ କୁମାର ଝା ହାତୀ ସଂରକ୍ଷଣ ସମ୍ପର୍କରେ ଏକ ବୈଷୟିକ ଉପସ୍ଥାପନା ପ୍ରଦାନ କରିଥିଲେ।

ଏସ୍‌ଇଏଫ୍‌ଟିର ପ୍ରତିଷ୍ଠାତା ଦେବବ୍ରତ ସ୍ୱାଇଁ, ପିସିସିଏଫ୍‌ କେ.

ମୁରୁଗେସନ ଯୋଗଦେଇ ହାତୀ ସଂରକ୍ଷଣ ଉପରେ ସୁଚିନ୍ତିତ ମତ ରଖିଥିଲେ।

ଏହି ଅବସରରେ ଅନୁକମ୍ପା ଯୋଜନା ଅଧୀନରେ ହାତୀ ଦ୍ୱାରା ସମ୍ପୂର୍ଣ୍ଣ ଘର ନଷ୍ଟ ହୋଇଥିବା ହିତାଧିକାରୀଙ୍କୁ ପିଏମ୍‌ଏୱାଇ ସମତୁଲ୍ୟ ସହାୟତା ପ୍ରଦାନ, ହାତୀ ସଂରକ୍ଷଣ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ବ୍ୟକ୍ତିଙ୍କୁ ସମ୍ମାନିତ ସହ ବିଭିନ୍ନ ସଚେତନତାମୂଳକ ପ୍ରକାଶନ ଓ ସୂଚନା ସାମଗ୍ରୀ ଉନ୍ମୋଚିତ ହୋଇଥିଲା।

ଅପରାହ୍ନରେ କେନ୍ଦୁଝରର ରାଧାକୃଷ୍ଣ ସଙ୍କୀର୍ତ୍ତନ ମଣ୍ଡଳୀ ପକ୍ଷରୁ ସଙ୍କୀର୍ତ୍ତନ ପରିବେଷଣ, ଅନୁଗୋଳ ଓ କେନ୍ଦୁଝର ଡିଏଫ୍‌ଓଙ୍କ ପକ୍ଷରୁ ପ୍ରସ୍ତୁତ ଏଆଇ ଭିଡିଓ ପ୍ରଦର୍ଶିତ ହୋଇଥିଲା।"

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media