World Diabetes Day 2026: ରକ୍ତରେ ମିଠା, ଜୀବନ ଖଟା; ଯୁବପୀଢ଼ିଙ୍କୁ ଘାରିଛି ଡାଇବେଟିସ୍ ଚିନ୍ତା, ଜାଣନ୍ତୁ କାହିଁକି ହେଉଚି ଏମିତି

Nov 14, 2026 - 20:52
World Diabetes Day 2026: ରକ୍ତରେ ମିଠା, ଜୀବନ ଖଟା; ଯୁବପୀଢ଼ିଙ୍କୁ ଘାରିଛି ଡାଇବେଟିସ୍ ଚିନ୍ତା, ଜାଣନ୍ତୁ କାହିଁକି ହେଉଚି ଏମିତି

ଡାଇବେଟିସ୍।

ଏହା ଏମିତି ଏକ ରୋଗ, ଯାହା ଶରୀରକୁ ଭିତରୁ ଦୁର୍ବଳ କରିଦିଏ, ଗୁରୁତ୍ୱପୂର୍ଣ୍ଣ ଅଙ୍ଗକୁ ଅକାମୀ କରିଦିଏ।

ଏହି ରୋଗ ଏବେ ଘାତକ ସାଜିଛି ସାରା ଓଡ଼ିଶାରେ।

କେବଳ ବୟସ୍କ ନୁହନ୍ତି, ଯୁବପିଢ଼ିଙ୍କୁ ଏବେ ମାଡ଼ିବସୁଛି।

ତା'ର ମୁଖ୍ୟ କାରଣ, ଅନିୟମିତ ଜୀବନଶୈଳୀ, ଶାରୀରିକ ପରିଶ୍ରମର ଅଭାବ, ଅସନ୍ତୁଳିତ ଖାଦ୍ୟ ଓ ମାନସିକ ଚାପ।

ତେବେ କେମିତି ଜୀଇଁବେ ଡାଇବେଟିସ୍ ମୁକ୍ତ ଜୀବନ ?

Advertisment ମହାମାରୀ ଭଳି ମାଡୁଛି ମଧୁମେହ।

ରକ୍ତରେ ସିନା ମିଠା, ହେଲେ ଜୀବନକୁ କିନ୍ତୁ ବିପଦ।

ନୀରବରେ ଘାତକ ସାଜିଛି ଓଡ଼ିଶାରେ।

ଏ ହେଉଛନ୍ତି ନବରଙ୍ଗପୁର ଟାପାକାରିଆଗୁଡ଼ାର ସଦାଶିବ ପ୍ରହରାଜ।

୨୦୧୦ରେ ପ୍ରଥମେ ତାଙ୍କ ଦେହ ହାତ ପୀଡ଼ା ହେବା ସହ ମୁଣ୍ଡ ବୁଲାଇଥିଲା।

ତେଣୁ ଡାକ୍ତରଙ୍କ ପାଖକୁ ଯାଇ ପରୀକ୍ଷା କଲା ପରେ ଜଣାପଡ଼ିଲା, ତାଙ୍କୁ ଡାଇବେଟିସ୍ ହୋଇଛି।

ସେଦିନଠୁ ସେ ଡାକ୍ତରଙ୍କ ପରାମର୍ଶ ଅନୁଯାୟୀ ଶାରିରୀକ ବ୍ୟାୟାମ ସହ ନିୟମିତ ଔଷଧ ଖାଉଛନ୍ତି।

ମାସକୁ ଔଷଧ ଖର୍ଚ୍ଚ ୫ରୁ ୬ହଜାର।

ଯାହା ତାଙ୍କ ପାଇଁ କେବଳ ଆର୍ଥିକ ନୁହେଁ, ମାନସିକ ଚାପ ବି ବଢୁଛି।

ଯଦିବା ସେ ଏବେ ସୁସ୍ଥ ଅଛନ୍ତି।

ସମାନ ଅବସ୍ଥା ନବରଙ୍ଗପୁରର ଗୋପାଳ ଚନ୍ଦ୍ର ପାତ୍ରଙ୍କର।

୨୦୦୨ରୁ ସେ ବି ମଧୁମେହ ରୋଗୀ।

ତେଣୁ ସେ ବି ଡାକ୍ତରଙ୍କ ପରାମର୍ଶ ମାନି ଔଷଧ ଖାଇ ନିୟମିତ ବ୍ୟାୟାମ କରୁଛନ୍ତି।

ତେବେ ଡାଇବେଟିସ୍ କେଡ଼େ ମାରାତ୍ମକ ଏବଂ କାହିଁକି ମାଡ଼ିବସିଲା ଏହି ରୋଗ, ଶୁଣନ୍ତୁ ଉଭୟଙ୍କ ମୁହଁରୁ।

Advertisment ସାରା ଦେଶରେ ଆଜି ଲକ୍ଷ ଲକ୍ଷ ଲୋକ ପଡୁଛନ୍ତି ଡାଇବେଟିସ୍ ରୋଗରେ।

ସେଥିପାଇଁ ଭାରତକୁ ଡାଇବେଟିସ୍ କ୍ୟାପିଟାଲ୍ ବୋଲି ବି କୁହାଗଲାଣି।

ବିଭିନ୍ନ ସ୍ୱାସ୍ଥ୍ୟ ସର୍ଭେ ଓ ଗବେଷଣା ରିପୋର୍ଟ କହୁଛି, ଓଡ଼ିଶାରେ ୪୦ ଲକ୍ଷରୁ ଅଧିକ ମଧୁମେହ ରୋଗୀ ଅଛନ୍ତି।

ତା'ମଧ୍ୟରୁ ପ୍ରତି ୧୦ ଜଣରେ ଜଣେ ବ୍ୟକ୍ତି ଶିକାର ହେଉଛନ୍ତି ଏହି ରୋଗରେ।

କେବଳ ବୟସ୍କ ନୁହଁନ୍ତ, ଯୁବପୀଢ଼ିଙ୍କୁ ଧରିଛି ଡାଇବେଟିସ୍ ରୋଗ।

ବିଶେଷ କରି ୨୫ରୁ ୩୫ ବର୍ଷ ବୟସର ଯୁବକ ଯୁବତୀଙ୍କୁ ଘାରିଛି ମଧୁମେହ ଚିନ୍ତା।

ବିଶେଷଜ୍ଞଙ୍କ କହିବା କଥା, ବର୍ତ୍ତମାନର ଯୁବପୀଢ଼ିଙ୍କ ଜୀବନ ଶୈଳୀ ସହ ଖାଦ୍ୟପେୟରେ ଅନିୟମିତତା, ଫାଷ୍ଟଫୁଡ୍ ପ୍ରତି ଆକର୍ଷଣ, ଅତ୍ୟଧିକ ଚିନିଯୁକ୍ତ ପାନୀୟ, ମୋଟାପଣ, ବ୍ୟାୟାମର ଅଭାବ ଓ ବଂଶଗତ କାରଣ ମଧୁମେହର ଆଶଙ୍କାକୁ ବଢ଼ାଉଛି।

ଡାଇବେଟିସ୍ ଏକ ଦୀର୍ଘକାଳୀନ ରୋଗ।

ଶରୀରରେ ଗ୍ଲୁକୋଜ୍ ବା ଶର୍କରାରେ ପରିଣତ ହୁଏ ଖାଦ୍ୟ।

ଏହି ଗ୍ଲୁକୋଜ୍ ରକ୍ତ ମାଧ୍ୟମରେ ଶରୀରର ବିଭିନ୍ନ କୋଷକୁ ଯାଏ।

ଫଳରେ ଶରୀରରେ ଇନସୁଲିନ୍ ପର୍ଯ୍ୟାପ୍ତ ପରିମାଣରେ ତିଆରି ନହେଲେ ରକ୍ତରେ ଶର୍କରାର ପରିମାଣ ବଢ଼ିଯାଏ।

ଯାହାକୁ କୁହାଯାଏ ଡାଇବେଟିସ୍।

ସଠିକ୍ ସମୟରେ ଚିକିତ୍ସା ନକଲେ ହୃଦରୋଗ, କିଡନୀ, ବ୍ରେନ ସହ ଆଖି ଉପରେ ପ୍ରଭାବ ପକାଇଥାଏ।

ଲକ୍ଷଣ ହେଉଛି, ବାରମ୍ବାର ପରିସ୍ରା ସହ ଅତ୍ୟଧିକ ଶୋଷ ଏବଂ ଭୋକ ଲାଗିବା।

ବିନା କାରଣରେ ଓଜନ କମିବା, ଅଧିକ ଥକ୍କା ଲାଗିବା, ଆଖିକୁ ଝାପସା ଦେଖାଯିବା ଏବଂ କୌଣସି ଘା' ହୋଇଥିଲେ ଶୀଘ୍ର ନଶୁଖିବା।

ଏସବୁ ଲକ୍ଷଣ ଦେଖାଦେଲେ ତୁରନ୍ତ ସ୍ବାସ୍ଥ୍ୟ ପରୀକ୍ଷା ସହ ଚିକିତ୍ସା କରାଇନେବା ଉଚିତ।

ସେହିଭଳି ଅଧିକ ପନି ପରିବା ସହ ପ୍ରୋଟିନ୍ ଯୁକ୍ତ ଖାଦ୍ୟ ଖାଇବା ଆବଶ୍ୟକ।

ଫଳରସ ବଦଳରେ ସମ୍ପୂର୍ଣ୍ଣ ଫଳ ଖାଇବା ଉଚିତ।

ମିଠା, ଥଣ୍ଡା ପାନୀୟ ଓ ଅତ୍ୟଧିକ ଚିନିକୁ ଏଡ଼ାନ୍ତୁ।

ଅତ୍ୟଧିକ ତେଲ ଓ ଫ୍ରାଏଡ୍ ଆଇଟମ୍ ସହ ନିଶା ପାନୀୟଠୁ ଦୂରରେ ରୁହନ୍ତୁ।

ପ୍ରତିଦିନ ଅତି କମରେ ୩୦ ମିନିଟ୍ ନିଶ୍ଚୟ ଚାଲନ୍ତୁ।

ବିଶ୍ବ ଡାଇବେଟିସ୍ ଦିବସ ଅବସରରେ ରାଜ୍ୟବ୍ୟାପି ଚାଲିଛି ସଚେତନତା ମୂଳକ କାର୍ଯ୍ୟକ୍ରମ।

ତେବେ ଗୋଟିଏ କଥା, ଡାଇବେଟିସ୍ ହେବା ଅର୍ଥ ଜୀବନରେ ପୂର୍ଣ୍ଣଚ୍ଛେଦ ନୁହେଁ।

ବରଂ ନିଜ ଜୀବନକୁ ନୂଆ ଢଙ୍ଗରେ ବଞ୍ଚିବାର ଏକ ସତର୍କ ସୂଚନା।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)