World Cup: ଆଫଗାନିସ୍ତାନକୁ ବିଶ୍ବକପ୍‌ ଟିକେଟ୍‌, ଇଣ୍ଡିଜ୍‌ ଖେଳିବ ଯୋଗ୍ୟତା ପର୍ଯ୍ୟାୟ...

Aug 11, 2026 - 15:36
World Cup: ଆଫଗାନିସ୍ତାନକୁ ବିଶ୍ବକପ୍‌ ଟିକେଟ୍‌, ଇଣ୍ଡିଜ୍‌ ଖେଳିବ ଯୋଗ୍ୟତା ପର୍ଯ୍ୟାୟ...

"ବେଲଫାଷ୍ଟ୍‌: ଦିନ ଥିଲା କ୍ରିକେଟ୍ ପଡ଼ିଆରେ ୱେଷ୍ଟଇଣ୍ଡିଜ୍ ପାଦ ଥାପିଲେ ବିପକ୍ଷ ଦଳର ଛାତି ଥରୁଥିଲା।

କିନ୍ତୁ ଏବେ ସମୟ ବଦଳିଛି।

୨୦୨୭ ଦିନିକିଆ ବିଶ୍ୱକପ୍ ପାଇଁ ସିଧାସଳଖ ଯୋଗ୍ୟତା ଅର୍ଜନ କରିବାରୁ ବଞ୍ଚିତ ହୋଇଛି ଏହି ୨ ଥର ବିଜେତା ଦଳ।

ସୋମବାର ରାତିରେ ଆୟର୍ଲାଣ୍ଡ୍‌ ବିପକ୍ଷରେ ଆଫଗାନିସ୍ତାନ ବିଜୟୀ ହେବା ସହ ସିଧାସଳଖ ୨୦୨୭ ଦିନିକିଆ ବିଶ୍ବକପ୍‌ ପାଇଁ ଯୋଗ୍ୟତା ଅର୍ଜନ କରିନେଇଛି।

ଫଳରେ ୱେଷ୍ଟଇଣ୍ଡିଜ୍‌କୁ ଏବେ ଯୋଗ୍ୟତା ପର୍ଯ୍ୟାୟ ଦେଇ ୨୦୨୭ ଟିକେଟ୍‌ ହାତେଇବାର ଆହ୍ବାନକୁ ନିମନ୍ତ୍ରଣ କରିଛି।

କାରଣ ଦିନିକିଆ ମାନ୍ୟତାରେ ୧୦ମ ସ୍ଥାନରେ ସଂଘର୍ଷ କରୁଥିବା ୱେଷ୍ଟଇଣ୍ଡିଜ୍ ପାଇଁ ସିଧାସଳଖ ଯୋଗ୍ୟତା ଅର୍ଜନ କରିବାର ରାସ୍ତା ବନ୍ଦ ହୋଇଯାଇଛି।

ୱେଷ୍ଟଇଣ୍ଡିଜ୍ ପାଇଁ ବର୍ତ୍ତମାନର ସମୀକରଣ କାଠିକର ପାଠ।

ଆଗାମୀ ଶୃଙ୍ଖଳାରେ ଯଦି ଦଳ ଶକ୍ତିଶାଳୀ ଭାରତକୁ ୨-୦ରେ ହରାଇ ମୂଳପୋଛ ବିଜୟ ପାଇଲେ ବି ଫାଇଦା ମିଳିବ ନାହିଁ।

Advertisment ଆହୁରି ପଢ଼ନ୍ତୁ- Suvendu Adhikari: ଶୁଭେନ୍ଦୁ ଅଧିକାରୀଙ୍କ ହେଲିକପ୍ଟରର ଜରୁରୀକାଳୀନ ଅବତରଣ ୨୦୨୭ ଦିନିକିଆ ବିଶ୍ବକପ୍‌ରୁ ବଞ୍ଚିତ ୱେଷ୍ଟଇଣ୍ଡିଜ୍‌ ଆଇସିସିର ନିୟମ ଅନୁଯାୟୀ, ଦିନିକିଆ ମାନ୍ୟତାର ଶୀର୍ଷ ୮ଟି ଦଳ ଏବଂ ଆୟୋଜକ ଦେଶ ସିଧାସଳଖ ବିଶ୍ୱକପ୍ ଟିକେଟ୍ ପାଇଥାନ୍ତି।

ଦକ୍ଷିଣ ଆଫ୍ରିକା, ଜିମ୍ବାୱେ ଏବଂ ନାମିବ୍ୟାର ମିଳିତ ଆୟୋଜନରେ ହେବାକୁ ଥିବା ୨୦୨୭ ସଂସ୍କରଣ ପୂର୍ବରୁ ବାଂଲାଦେଶ ନବମ ସ୍ଥାନରେ ଥିବାରୁ ଆଶାବାଦୀ ରହିଛି।

କିନ୍ତୁ ଅନ୍ୟତମ ଆୟୋଜକ ଜିମ୍ବାୱେ ୧୧ତମ ସ୍ଥାନରେ ଥିବାରୁ ଏହି ଦଳ ସହିତ ୱେଷ୍ଟଇଣ୍ଡିଜକୁ ମଧ୍ୟ ଅନ୍ୟ ଛୋଟ ଏବଂ ସହ‌ଯୋଗୀ ରାଷ୍ଟ୍ର ଦଳ ସହ କଡ଼ା ମୁକାବିଲା କରିବାକୁ ପଡ଼ିବ।

ୱେଷ୍ଟଇଣ୍ଡିଜ୍ ପାଇଁ ଏଭଳି ଦୁର୍ଦ୍ଦଶା ନୂଆ ନୁହେଁ।

ଲଗାତାର ତୃତୀୟ ଥର ପାଇଁ ସେମାନେ ଟପ୍-୮ ରେ ରହିବାରେ ବିଫଳ ହୋଇଛନ୍ତି ।

୨୦୧୯ ଏବଂ ୨୦୨୩ ବିଶ୍ୱକପ୍ ପୂର୍ବରୁ ମଧ୍ୟ ସେମାନଙ୍କୁ ଯୋଗ୍ୟତା ପର୍ଯ୍ୟାୟ ଖେଳିବାକୁ ବାଧ୍ୟ ହୋଇଥିଲେ।

୨୦୨୩ରେ ଯୋଗ୍ୟତା ଅର୍ଜନରେ ବିଫଳ ବି ହୋଇଥିଲା।

ଅଧିକ ଦେଖନ୍ତୁ- "

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media