World Cup Song: ସାକିରାଙ୍କ ୨୦୨୬ ବିଶ୍ବକପ୍‌ ଗୀତକୁ ବଡ଼ ସଫଳତା

Jun 10, 2026 - 19:12
World Cup Song: ସାକିରାଙ୍କ ୨୦୨୬ ବିଶ୍ବକପ୍‌ ଗୀତକୁ ବଡ଼ ସଫଳତା

"ୱାସିଂଟନ୍‌ : ଫିଫା ବିଶ୍ବକପ୍‌ର ପ୍ରଥମ ହ୍ୱିସିଲ୍ ବାଜିବା ପୂର୍ବରୁ ସାକିରାଙ୍କ ନୂଆ ବିଶ୍ୱକପ୍ ଗୀତ ଚମତ୍କାର ସଫଳତା ହାସଲ କରିଛି।

ଏହି ବିଶ୍ବକପ୍‌ର ଅଫିିସିଆଲ୍‌ ଗୀତ "ଡାଇ ଡାଇ" ନୂଆ ମାଇଲ୍‌ଖୁଣ୍ଟ ଛୁଇଁଛି।

ସଂପ୍ରତି କଲିମ୍ବିଆନ୍‌ ସୁପରଷ୍ଟାର୍‌ ସାକିରାଙ୍କ ଏହି ଗୀତ ୧୦୦ ମିଲିୟନ୍‌ (୧୦ କୋଟି) ପ୍ରଶଂସକ ଶୁଣି ସାରିଲେଣି।Advertisment କମାଲ କରିଦେଲେ ପ୍ରଧାନମନ୍ତ୍ରୀ ମୋଦୀ, ନିଜ ନାଁରେ ଯୋଡ଼ିଲେ ଆଉ ଏକ‌ ରେକର୍ଡ ଯାହା ପୂର୍ବ ରେକର୍ଡର ଭାଙ୍ଗିବାର ସମ୍ଭାବନା ଦେଖାଦେଇଛି।

ଏହି ଗୀତ ଗତ ଦୁଇ ସପ୍ତାହ ତଳେ ମୁକ୍ତିଲାଭ କରିଥିଲା।

ନାଇଜେରିଆ ରାପର ବୁର୍ଣ୍ଣା ବୟଙ୍କ ସହ ୪୯ ବର୍ଷୀୟା ସାକିରା ଗୁରୁବାର ରାତିରେ ମେକ୍ସିକୋ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଉଦ୍‌ଘାଟନୀ ମ୍ୟାଚ୍‌ ଆରମ୍ଭ ପୂର୍ବରୁ ମେକ୍ସିକୋ ସିଟି ପଡ଼ିଆରେ ପରିବେଷଣ କରିବେ।

ଏହି ଗୀତର ଦ୍ରୁତ ପ୍ରସାରଣ ସାକିରାଙ୍କ ଲୋକପ୍ରିୟତାଙ୍କୁ ଆହୁରି ବଢ଼ାଇ ଦେଇଛି।

ପୂବର୍ରୁ ୨୦୧୪ ବ୍ରାଜିଲ ସଂସ୍କରଣ ଗୀତ ଲା ଲା ୧.୫ ବିଲିୟନ୍‌ ଛୁଇଁଥିଲା।

୨୦୧୦ ୱକା ୱାକା ଦିସ୍‌ ଟାଇମ୍‌ ଫର୍‌ ଅଫ୍ରିକା ୪.୫ ବିଲିୟନ ବା ୪୫୦ କୋଟି ଦର୍ଶକଙ୍କ ହୃଦୟ ଛୁଇଁଥିଲା।

"

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।