Khadi Tradition Alive ମହାମାୟା ତେଜାନୀଙ୍କ ହାତରେ ବଞ୍ଚିଛି ତିନି ପିଢ଼ିର ଓଡ଼ିଶା ଖଦି ଓ ଚରଖାର ପରମ୍ପରା

Nov 26, 2026 - 19:56
Khadi Tradition Alive ମହାମାୟା ତେଜାନୀଙ୍କ ହାତରେ ବଞ୍ଚିଛି ତିନି ପିଢ଼ିର ଓଡ଼ିଶା ଖଦି ଓ ଚରଖାର ପରମ୍ପରା

ଭୁବନେଶ୍ଵର: ଖଦି ଏକ ବସ୍ତ୍ର ନୁହେଁ, ଏହା ଓଡ଼ିଶା ଓ ଭାରତର ଏକ ଅସ୍ମିତାର ପରିଚୟ।

ସମ୍ପ୍ରତି 'ଜେନ୍‌-ଜି' ହୁଅନ୍ତୁ କି ପୂର୍ବପିଢ଼ି ଜେନ୍‌ ୱାଇ, ଖଦି ବସ୍ତ୍ର ପ୍ରତି ଆକର୍ଷଣ ପ୍ରାୟତଃ ନାହିଁ।

ଏଭଳି ସ୍ଥିତିରେ ଏକ ଝିଅ ହୋଇ ତିନି ପିଢ଼ିର ଖଦି ଓ ଚରଖା ପରମ୍ପରାକୁ ବଞ୍ଚାଇ ରଖିଛନ୍ତି ବାଲିକୁଦାର ମହାମାୟା ତେଜାନୀ ବିଶ୍ବାଳ।

ବିବାହର ମାତ୍ର ପାଞ୍ଚ ବର୍ଷ ପରେ ସ୍ୱାମୀଙ୍କୁ ହରାଇଥିଲେ ମଧ୍ୟ ସେ ଭାଙ୍ଗି ପଡ଼ିନାହାନ୍ତି ।

ବରଂ ପିଢ଼ି ପରେ ପିଢ଼ି ଧରି ଚାଲିଆସିଥିବା ଖଦି ପରମ୍ପରାକୁ ବଞ୍ଚାଇ ରଖିବା ସହ ଏହାକୁ ନିଜ ଜୀବନର ବ୍ରତ କରିଛନ୍ତି । “ଓଡ଼ିଶା ଖଦି ଓ ଏମ୍ଏସ୍ଏମ୍ଇ ଏକ୍ସପୋ”ରେ ତାଙ୍କ ଷ୍ଟଲ ଏହି ସଂଘର୍ଷ ଓ ସମ୍ମାନର ଗାଥା ବୟାନ କରୁଛି।

ମହାମାୟାଙ୍କ ଜେଜେବାପା ତଥା ବାଲିକୁଦା ଗାନ୍ଧୀ ଭାବେ ପରିଚିତ ହରେକୃଷ୍ଣ ବିଶ୍ୱାଳ ସ୍ୱାଧୀନତା ଆନ୍ଦୋଳନ ସମୟରେ ମହାତ୍ମା ଗାନ୍ଧୀଙ୍କ 'କୁଟି ଖାଅ, କାଟି ପିନ୍ଧ' ମନ୍ତ୍ରରେ ଅନୁପ୍ରାଣିତ ହୋଇ ଖଦି କାର୍ଯ୍ୟରେ ନିଜକୁ ସମର୍ପି ଦେଇଥିଲେ ।

ସ୍ୱଦେଶୀ ଓ ସ୍ୱାବଲମ୍ବନର ଏହି ଆଦର୍ଶକୁ ସେ ନିଜ ପୁଅ ପ୍ରତାପ କେଶରୀ ବିଶ୍ୱାଳଙ୍କୁ ଶିଖାଇଥିଲେ ।

Advertisment Odisha Khadi Expo 2026 ଓଡ଼ିଶା ଖଦି ଓ ଏମ୍‌ଏସ୍‌ଏମ୍‌ଇ ଏକ୍ସପୋ–୨୦୨୬: ସପ୍ତାହରେ ଗୋଟିଏ ଦିନ ଖଦି ପିନ୍ଧିବାକୁ ଆହ୍ଵାନ ମହାମାୟା ତେଜାନୀ ଖଦି ସହ ତାଙ୍କର ଜୀବନର ସମ୍ପର୍କ ସମ୍ପର୍କରେ କହନ୍ତି, ପରିବାରର ଏହି ଐତିହ୍ୟ ଏକ ସମୟରେ ସଙ୍କଟରେ ପଡ଼ିଥିଲା ।

ତାଙ୍କ ବାପା ପ୍ରତାପ କେଶରୀ କର୍କଟ ରୋଗରେ ପୀଡ଼ିତ ହୋଇ ଶଯ୍ୟାଶାୟୀ ଥିଲେ।

ଶେଷ ସମୟରେ ସେ କଥା କହିବାକୁ ଅସମର୍ଥ ଥିଲେ।

ଦିନେ ପାଖରେ ବସିଥିବା ବେଳେ ଠାରରେ ତାଙ୍କୁ ଖଦି କାମକୁ ବଞ୍ଚାଇ ରଖିବାକୁ କହିଥିଲେ ।

ବାପାଙ୍କର ସେହି ନିରବ ଅନୁରୋଧ ତାଙ୍କ ଜୀବନର ମୋଡ଼ ବଦଳାଇ ଦେଇଥିଲା।

ଖଦିର 'ଖ' ଅକ୍ଷର ଜାଣିନଥିଲି ମାତ୍ର ଖଦି କାର୍ଯ୍ୟକୁ ନିଜର ଦାୟିତ୍ୱ ଓ ଜୀବନର ଅଭିନ୍ନ ଅଙ୍ଗ ଭାବେ ଗ୍ରହଣ କରିନେଲି କୁହନ୍ତି ମହାମାୟା ।

Largest Khadi Tricolor: ବିଶ୍ବର ସର୍ବବୃହତ୍‌ ଖଦି ତ୍ରିରଙ୍ଗା: ୨୨୫ ଫୁଟ ଲମ୍ବା, ୧୫୦ ଫୁଟ ଚଉଡ଼ା ଏବଂ ଓଜନ ୧୪୦୦ କିଲୋ ଏହି ଉଦ୍ୟମକୁ ସଂଗଠିତ ରୂପ ଦେବା ପାଇଁ ମହାମାୟା ଗଠନ କରିଛନ୍ତି 'ଖଦି ଉଦ୍ୟୋଗ ମନ୍ଦିର' ।

ଏଠାରେ ଖଦି ଉତ୍ପାଦନ ସହ ଅନେକ ମହିଳାଙ୍କୁ ରୋଜଗାରର ସୁଯୋଗ ମିଳୁଛି ।

ଅନୁଷ୍ଠାନରେ ୧୫ ଜଣ ମହିଳା ସୂତା କାଟୁଥିବାବେଳେ ୧୦ ଜଣ ତନ୍ତରେ ଲୁଗା ବୁଣୁଛନ୍ତି ।

ସେହିପରି ୨୦ ଜଣ ସିଲେଇ ମେସିନ୍‌ରେ ବିଭିନ୍ନ ପୋଷାକ ପ୍ରସ୍ତୁତ କରୁଛନ୍ତି ।

ଏହି କାର୍ଯ୍ୟକୁ ଆହୁରି ସୁଦୃଢ଼ କରିବା ପାଇଁ ଖଦି ଓ ଗ୍ରାମୋଦ୍ୟୋଗ ବୋର୍ଡ଼ ପକ୍ଷରୁ ପିଏମ୍ ବିଶ୍ୱକର୍ମା ଯୋଜନାରେ ୨୦ଟି ସିଲେଇ ମେସିନ୍ ଯୋଗାଇ ଦିଆଯାଇଛି ।

ଆରମ୍ଭହେଲା ଓଡ଼ିଶା ଖଦିମେଳା: ୧୦ ରୁ ୧୯ ଡିସେମ୍ବର ପର୍ଯ୍ୟନ୍ତ ଚାଲିବ ପ୍ରଦର୍ଶନୀ ମହାମାୟାଙ୍କ ଏହି ଉଦ୍ୟମ କେବଳ ଏକ ପାରିବାରିକ ପରମ୍ପରାର ସୁରକ୍ଷା ନୁହେଁ, ବରଂ ଗାନ୍ଧୀଜୀଙ୍କ ସ୍ୱଦେଶୀ ଚିନ୍ତାଧାରାକୁ ଆଜିର ସମୟରେ ଜୀବନ୍ତ ରଖିବାର ଏକ ସାର୍ଥକ ପ୍ରୟାସ ।

ନିଜ ଦୁଃଖକୁ ପଛରେ ପକାଇ ଖଦି ମାଧ୍ୟମରେ ଅନେକ ମହିଳାଙ୍କୁ କର୍ମସଂସ୍ଥାନ ଯୋଗାଇବା ସହ ଆତ୍ମନିର୍ଭରଶୀଳତାର ଏକ ନୂଆ ଉଦାହରଣ ସୃଷ୍ଟି କରିଛନ୍ତି ମହାମାୟା ତେଜାନୀ ।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)