Wooden Sticks and Fists: ପାର୍କରେ ପ୍ରେମୀଯୁଗଳଙ୍କୁ ଘେରିଗଲେ ୧୦ ନାବାଳକ! କାଠ ଫାଳିଆରେ ପିଟିଲେ, ଭିଡିଓ ଭାଇରାଲ୍

Nov 21, 2026 - 16:21
Wooden Sticks and Fists: ପାର୍କରେ ପ୍ରେମୀଯୁଗଳଙ୍କୁ ଘେରିଗଲେ ୧୦ ନାବାଳକ! କାଠ ଫାଳିଆରେ ପିଟିଲେ, ଭିଡିଓ ଭାଇରାଲ୍

ଦିନ ଦ୍ୱିପ୍ରହରରେ ପାର୍କ ଭିତରେ ଆତଙ୍କ!

ବୁଲିବାକୁ ଆସିଥିବା ଯୁବକ ଓ ଯୁବତୀଙ୍କୁ ଘେରିଗଲେ ୮ରୁ ୧୦ ଜଣ ନାବାଳକ।

ପ୍ରଥମେ ଯୁକ୍ତିତର୍କ, ତା'ପରେ ଠେଲାପେଲା ଏବଂ ଶେଷରେ କାଠ ଫାଳିଆରେ ନିର୍ଘାତ ମାଡ଼।

ଏପରିକି ଯୁବକଙ୍କୁ ମୁଥ ମାରିବାକୁ ମଧ୍ୟ ପଛାଇ ନଥିଲେ।

ମୁମ୍ବାଇର ଏକ ପାର୍କରେ ଘଟିଥିବା ଏହି ଘଟଣାର ଭିଡିଓ ଏବେ ସୋସିଆଲ ମିଡିଆରେ ହଇଚଇ ସୃଷ୍ଟି କରିଛି।

Advertisment ମୁମ୍ବାଇର କୁର୍ଲା ୱେଷ୍ଟ୍‌ସ୍ଥିତ ଫିନିକ୍ସ ମଲ୍‌ ପଛପଟେ ଥିବା ପ୍ରମୋଦ ମହାଜନ ଗାର୍ଡେନ୍‌ରେ ଘଟିଛି ଏହି ଘଟଣା।

ଭାଇରାଲ୍ ଭିଡିଓରେ ଦେଖିବାକୁ ମିଳିଛି, ଜଣେ ଯୁବକ ଓ ଯୁବତୀଙ୍କ ସହ ୮ରୁ ୧୦ ଜଣ ପିଲାଙ୍କର ପ୍ରଥମେ କୌଣସି କଥାକୁ ନେଇ ବଚସା ହେଉଛି।

ଧୀରେ ଧୀରେ ପରିସ୍ଥିତି ଉତ୍ତେଜନାପୂର୍ଣ୍ଣ ହୋଇପଡ଼ୁଛି।

ଏହାପରେ ନାବାଳକମାନେ ଦୁହିଁଙ୍କୁ ଚାରିପଟୁ ଘେରିଯାଇ ରାସ୍ତା ଅବରୋଧ କରୁଛନ୍ତି।

କିଛି ପିଲା କାଠ ଫାଳିଆରେ ଯୁବକଙ୍କୁ ଆକ୍ରମଣ କରୁଥିବା ବେଳେ ଆଉ କିଛି ତାଙ୍କୁ ମୁଥ ମାରୁଛନ୍ତି।

ଯୁବତୀ ଜଣକ ଆକ୍ରମଣ ରୋକିବାକୁ ଏବଂ ନିଜ ସାଥୀଙ୍କୁ ବଞ୍ଚାଇବାକୁ ଚେଷ୍ଟା କରୁଥିଲେ ମଧ୍ୟ ଆକ୍ରମଣକାରୀମାନେ ଅଟକି ନଥିଲେ।

ଶେଷରେ ସୁଯୋଗ ଦେଖି ଉଭୟ ସେଠାରୁ ଖସିଯିବାରେ ସଫଳ ହୋଇଥିଲେ।

Advertisment ଏହି ଭିଡିଓକୁ ବିଜେପି ନେତା କିରିଟ ସୋମାୟା ମଧ୍ୟ ସୋସିଆଲ ମିଡିଆରେ ସେୟାର କରିଛନ୍ତି।

ଘଟଣାକୁ ନେଇ ସେ ନିଜର ପ୍ରତିକ୍ରିୟା ରଖିବା ସହ ଆଜି ଘଟଣାସ୍ଥଳକୁ ଯିବେ ବୋଲି 'X'ରେ ପୋଷ୍ଟ କରିଛନ୍ତି।

ଅନ୍ୟପଟେ ଭାଇରାଲ୍ ଭିଡିଓକୁ ଗୁରୁତ୍ୱର ସହ ନେଇଛି ମୁମ୍ବାଇ ପୋଲିସ।

ଭିଡିଓ ଆଧାରରେ ଆକ୍ରମଣରେ ସାମିଲ ଥିବା ନାବାଳକମାନଙ୍କୁ ଚିହ୍ନଟ କରାଯାଇଛି।

ଭାରତୀୟ ନ୍ୟାୟ ସଂହିତା (BNS)ର ଧାରା ୧୮୯(୨), ୧୧୮(୧), ୩୫୨ ଓ ୩୫୧(୨) ସମେତ ଅନ୍ୟାନ୍ୟ ପ୍ରାସଙ୍ଗିକ ଧାରାରେ ମାମଲା ରୁଜୁ ହୋଇଛି।

ପୋଲିସ ସୂଚନା ଅନୁସାରେ, ଅଭିଯୁକ୍ତ ନାବାଳକମାନଙ୍କୁ ଜୁଭେନାଇଲ୍ ଜଷ୍ଟିସ୍ ବୋର୍ଡ ସମ୍ମୁଖରେ ହାଜର କରାଯିବ।

ସେମାନଙ୍କ ଅଭିଭାବକଙ୍କୁ ମଧ୍ୟ ନୋଟିସ୍ ଜାରି କରାଯାଇଛି।

ଏହାସହ ସାର୍ବଜନୀନ ସ୍ଥାନରେ ବୁଲୁଥିବା ନାଗରିକଙ୍କୁ ହଇରାଣ କିମ୍ବା ଆକ୍ରମଣ କରୁଥିବା ବ୍ୟକ୍ତିଙ୍କୁ କୌଣସି ପରିସ୍ଥିତିରେ ଛଡ଼ାଯିବ ନାହିଁ ବୋଲି ମୁମ୍ବାଇ ପୋଲିସ ଚେତାବନୀ ଦେଇଛି।

ଏବେ ସବୁଠୁ ବଡ଼ ପ୍ରଶ୍ନ, ସାଧାରଣ ଲୋକଙ୍କ ପାଇଁ ଉଦ୍ଦିଷ୍ଟ ପାର୍କ ଭିତରେ ଏଭଳି ଆକ୍ରମଣ କରିବାକୁ ଏହି ନାବାଳକମାନେ ସାହସ ପାଇଲେ କେମିତି?

ଘଟଣାର ପ୍ରକୃତ କାରଣ କ'ଣ, ତାହାକୁ ନେଇ ଏବେ ଚର୍ଚ୍ଚା ଜୋର ଧରିଛି।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)