Fire in Iraq: ଇରାକରେ ବିଦ୍ୟୁତ୍ କେନ୍ଦ୍ରରେ ଭୟଙ୍କର ଅଗ୍ନିକାଣ୍ଡ, ୪ ଜୀବନ୍ତ ଦଗ୍ଧ, ୩୦ ଆହତ

Nov 21, 2026 - 16:05
Fire in Iraq: ଇରାକରେ ବିଦ୍ୟୁତ୍ କେନ୍ଦ୍ରରେ ଭୟଙ୍କର ଅଗ୍ନିକାଣ୍ଡ, ୪ ଜୀବନ୍ତ ଦଗ୍ଧ, ୩୦ ଆହତ

ବାଗଦାଦ୍: ଇରାକର ଦକ୍ଷିଣରେ ଥିବା ବସ୍ରା ସହରର ଏକ ବିଦ୍ୟୁତ୍ କେନ୍ଦ୍ରରେ ଭୟଙ୍କର ଅଗ୍ନିକାଣ୍ଡ ଘଟି ଚାରି ଜଣ ଜୀବନ୍ତ ଦଗ୍ଧ ହୋଇଛନ୍ତି।

ଏହି ଘଟଣାରେ ୩୦ ଜଣ ଆହତ ହୋଇଛନ୍ତି।

ବସ୍ରା ସହରର ଉତ୍ତରରେ ଅବସ୍ଥିତ ଅଲ୍-ହାର୍ଥା ପାୱାର ଷ୍ଟେସନରେ ଏହି ଦୁର୍ଘଟଣା ଘଟିଛି।

ନିଆଁ ଦ୍ରୁତ ଗତିରେ ବ୍ୟାପି ଷ୍ଟେସନ ଚାରିପାଖରେ ଥିବା ଆବାସିକ କୋଠାଗୁଡ଼ିକୁ ମଧ୍ୟ ଗ୍ରାସ କରିଥିଲା।

ଫଳରେ ଅନେକ ଘର ଏବଂ ଯାନବାହନ କ୍ଷତିଗ୍ରସ୍ତ ହୋଇଛି।

ସ୍ଥାନୀୟ ଗଣମାଧ୍ୟମ ରିପୋର୍ଟ ଅନୁସାରେ, ବିଦ୍ୟୁତ୍ କେନ୍ଦ୍ରକୁ ଯୋଗାଣ କରୁଥିବା ଏକ ଗ୍ୟାସ୍ ପାଇପଲାଇନ୍‌ରେ ହଠାତ୍ ବିସ୍ଫୋରଣ ହୋଇ ଭୟଙ୍କର ଅଗ୍ନିକାଣ୍ଡ ଘଟିଥିଲା।

Advertisment ଘଟଣା ସମ୍ପର୍କରେ ସୂଚନା ପାଇବା ପରେ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ।

ଆହତମାନଙ୍କୁ ଚିକିତ୍ସା ଲାଗି ଆମ୍ବୁଲାନ୍ସ ଯୋଗେ ନିକଟସ୍ଥ ଡାକ୍ତରଖାନାକୁ ସ୍ଥାନାନ୍ତରିତ କରାଯାଇଥିଲା।

ଆହତମାନଙ୍କ ମଧ୍ୟରୁ କେତେକଙ୍କ ଅବସ୍ଥା ଗୁରୁତର ରହିଛି।

ତେଣୁ ମୃତ୍ୟୁ ସଂଖ୍ୟା ବଢ଼ିବାର ଆଶଙ୍କା କରାଯାଉଛି।

Fire: ଗ୍ୟାରେଜରେ ଅଗ୍ନିକାଣ୍ଡ ଘଟି ଜଳିଗଲା ୩ ବାଇକ ଇରାକର ଅଲ-ହାର୍ଥା ବିଦ୍ୟୁତ୍ କେନ୍ଦ୍ର ଦେଶର ପ୍ରମୁଖ ବିଦ୍ୟୁତ୍ କେନ୍ଦ୍ର ମଧ୍ୟରୁ ଗୋଟିଏ।

ଏହାର ମୋଟ ବିଦ୍ୟୁତ୍ ଉତ୍ପାଦନ କ୍ଷମତା ପ୍ରାୟ ୮୦୦ ମେଗାୱାଟ୍।

ଦୁର୍ଘଟଣା ସମୟରେ ପ୍ରାୟ ୪୦୦ ମେଗାୱାଟ୍ ବିଦ୍ୟୁତ୍ ଉତ୍ପାଦନ ହେଉଥିଲା।

ଅଗ୍ନିକାଣ୍ଡ ଯୋଗୁଁ ପ୍ଲାଣ୍ଟଟି ବନ୍ଦ ହୋଇଯାଇଛି।

ଫଳରେ ଅଞ୍ଚଳକୁ ବିଦ୍ୟୁତ୍ ଯୋଗାଣ ପ୍ରଭାବିତ ହୋଇଛି।

ଇରାକୀ ଅଧିକାରୀମାନେ ଅଗ୍ନିକାଣ୍ଡର କାରଣ ତଦନ୍ତ କରୁଛନ୍ତି।

ଇରାକୀ ସରକାର ଏପର୍ଯ୍ୟନ୍ତ କ୍ଷୟକ୍ଷତିର ସମ୍ପୂର୍ଣ୍ଣ ବିବରଣୀ ପ୍ରକାଶ କରିନାହାନ୍ତି।

ଏହି ଘଟଣା ଦେଶର ବିଦ୍ୟୁତ୍ କେନ୍ଦ୍ରଗୁଡ଼ିକର ସୁରକ୍ଷା ଏବଂ ରକ୍ଷଣାବେକ୍ଷଣ ଉପରେ ପ୍ରଶ୍ନ ଉଠାଇଛି।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)