Women Inspiration: ଘରୋଇ ହିଂସାର ଶିକାର ହୋଇ ଭାଙ୍ଗି ପଡ଼ିଥିଲେ, ସ୍ୱାମୀଙ୍କୁ ଛାଡ଼ି ଆଜି ବନିଛନ୍ତି ପୁଲିସ ଅଫିସର୍...
ନୂଆଦିଲ୍ଲୀ: ବେଳେବେଳେ ଜୀବନ ରେ ଏମିତି କିଛି ପରିସ୍ଥିତି ଆସେ, ଯେଉଁଠି ମଣିଷ ନିଜକୁ ଖୁବ୍ ଅସହାୟ ବୋଧକରେ।
କିନ୍ତୁ ମନରେ ଯଦି ସାହସ ଓ କିଛି କରିବାର ଇଚ୍ଛା ଥାଏ, ତେବେ ଅସମ୍ଭବ ଲାଗୁଥିବା କାମ ବି ସମ୍ଭବ ହୋଇଯାଏ।
ଏହାର ଏକ ସୁନ୍ଦର ଉଦାହରଣ ହେଉଛନ୍ତି କେରଳର ନୌଜିଶା।
ଦିନେ ସ୍ୱାମୀଙ୍କ ନିର୍ଯାତନା ସହି ନପାରି ଜୀବନ ହାରିଦେବାକୁ ଚିନ୍ତା କରୁଥିବା ଏହି ମହିଳା ଆଜି ଜଣେ ପୁଲିସ ଅଫିସର୍।
ତାଙ୍କ ଜୀବନ କାହାଣୀ ଆଜି ଅନେକ ମହିଳାଙ୍କ ପାଇଁ ପ୍ରେରଣା ପାଲଟିଛି।
Advertisment କେରଳ ର କୋଝିକୋଡ଼ରେ ରହୁଥିବା ନୌଜିଶା କମ୍ପ୍ୟୁଟର ଆପ୍ଲିକେସନ୍ରେ ସ୍ନାତକୋତ୍ତର (ଏମ୍ସିଏ) ପାଠ ପଢ଼ିଛନ୍ତି।
ବିବାହ ପୂର୍ବରୁ ସେ ଜଣେ ଅତିଥି ଅଧ୍ୟାପିକା ଭାବେ କାମ କରୁଥିଲେ।
୨୦୧୩ ମସିହାରେ ତାଙ୍କର ବାହାଘର ହୋଇଥିଲା।
ବିବାହ ପରେ ବି ସେ ଚାକିରି କରିବାକୁ ଚାହୁଥିଲେ।
ବାହାଘର ପୂର୍ବରୁ ସ୍ୱାମୀ ଏଥିରେ ରାଜି ଥିଲେ।
ହେଲେ ବିବାହ ପରେ ତାଙ୍କ ମତ ବଦଳିଗଲା।
ନୌଜିଶାଙ୍କୁ ଘରେ ରହିବାକୁ କୁହାଗଲା।
ଆହୁରି ପଢ଼ନ୍ତୁ- ACF Soumyaranjan Mohapatra's Death: ଏସିଏଫ୍ ସୌମ୍ୟରଞ୍ଜନ ମହାପାତ୍ର ମୃତ୍ୟୁ ମାମଲା: ବିଦ୍ୟାଭାରତୀ ପଣ୍ଡାଙ୍କ ଜାମିନ ଆବେଦନର ଶୁଶାଣି ଶେଷ, ରାୟ ସଂରକ୍ଷିତ ପରିବାର ପାଇଁ ସେ ନିଜ ଚାକିରି ଛାଡ଼ିଦେଲେ।
ହେଲେ ଧୀରେ ଧୀରେ ତାଙ୍କ ବୈବାହିକ ଜୀବନ ଅଶାନ୍ତ ହୋଇପଡ଼ିଲା।
ସ୍ୱାମୀ ଛୋଟ ଛୋଟ କଥାରେ ତାଙ୍କୁ ମାର୍ପିଟ୍ କରିବା ସହ ଅପମାନିତ କରୁଥିଲେ।
ଏଭଳି ନିର୍ଯାତନା ଦିନକୁ ଦିନ ବଢ଼ିବାରେ ଲାଗିଲା।
ଏପଟେ ତାଙ୍କ ବାପାମାଆ ସବୁବେଳେ ତାଙ୍କ ସହ ଥିଲେ।
ଏପରିକି ଘରକୁ ଫେରି ଆସିବାକୁ ମଧ୍ୟ କହୁଥିଲେ।
କିନ୍ତୁ ସମାଜ କ'ଣ କହିବ, ସେହି ଭୟରେ ନୌଜିଶା ସ୍ୱାମୀଙ୍କ ଘର ଛାଡ଼ି ପାରୁନଥିଲେ।
କୂଅକୁ ଡେଇଁ ଜୀବନ ହାରିବାକୁ କରିଥିଲେ ଉଦ୍ୟମ ଦୀର୍ଘ ଦିନ ଧରି ଶାରୀରିକ ଓ ମାନସିକ ନିର୍ଯାତନା ସହିବା ପରେ ନୌଜିଶା ସମ୍ପୂର୍ଣ୍ଣ ଭାଙ୍ଗି ପଡ଼ିଥିଲେ।
ଏପରିକି ଦିନେ ଘର ସାମ୍ନାରେ ଥିବା କୂଅକୁ ଡେଇଁ ଜୀବନ ହାରିବାକୁ ମଧ୍ୟ ଚିନ୍ତା କରିଥିଲେ।
କିନ୍ତୁ କୂଅ ପାଖରେ ପହଞ୍ଚିବା ପରେ ତାଙ୍କ ପାଦ ଅଟକି ଯାଇଥିଲା।
ସେହି ମୁହୂର୍ତ୍ତରେ ସେ ନିଜ ଜୀବନକୁ ଶେଷ କରିବା ବଦଳରେ ପରିସ୍ଥିତି ସହ ଲଢ଼ିବାକୁ ନିଷ୍ପତ୍ତି ନେଲେ।
ଶେଷରେ ୨୦୧୬ ମସିହାରେ ବିବାହର ତିନି ବର୍ଷ ପରେ ସେ ସ୍ୱାମୀ ଙ୍କ ଘର ଛାଡ଼ିଦେଲେ।
ସେତେବେଳେ ତାଙ୍କ ପୁଅକୁ ମାତ୍ର ଏକ ବର୍ଷ ହୋଇଥିଲା।
ପୁଅକୁ ସାଙ୍ଗରେ ଧରି ବାପାମାଆଙ୍କ ପାଖକୁ ଫେରି ଆସିଲେ।
ଏହି କଷ୍ଟକର ନିଷ୍ପତ୍ତିରେ ତାଙ୍କ ପରିବାର ମଧ୍ୟ ତାଙ୍କୁ ପୂରା ସମର୍ଥନ କରିଥିଲେ।
ଆହୁରି ପଢ଼ନ୍ତୁ- PF Balance Check: ହ୍ୱାଟ୍ସଆପ୍ରେ ମିଳିବ ପିଏଫ୍ର ସମ୍ପୁର୍ଣ୍ଣ ବିବରଣୀ; ଜାଣନ୍ତୁ ପୂରା ପ୍ରକ୍ରିୟା ପୁଣି ଆରମ୍ଭ କଲେ ନୂଆ ଜୀବନ ସ୍ୱାମୀଙ୍କଠାରୁ ଅଲଗା ହେବା ଓ ଛାଡ଼ପତ୍ର ପରେ ନୌଜିଶା ନିଜ ଜୀବନକୁ ନୂଆ କରି ଗଢ଼ିବାକୁ ଲାଗିଲେ।
ପୁଣି ଥରେ ଅଧ୍ୟାପିକା ଭାବେ କାମ ଆରମ୍ଭ କଲେ।
ଏହା ସହିତ ସରକାରୀ ଚାକିରି ପାଇଁ ପ୍ରତିଯୋଗିତାମୂଳକ ପରୀକ୍ଷାର ପ୍ରସ୍ତୁତି ମଧ୍ୟ ଜାରି ରଖିଲେ।
କେରଳ ପୁଲିସ ର ସ୍ୱତନ୍ତ୍ର ନିଯୁକ୍ତି ପରୀକ୍ଷା ଦେଇ ସେ ସଫଳତା ପାଇଲେ।
ଏହାପରେ ସେ ରାଜ୍ୟର ସିଭିଲ୍ ପୁଲିସ ବାହିନୀରେ ଯୋଗ ଦେଲେ।
ଦିନେ ଯିଏ ନିଜ ଜୀବନକୁ ନେଇ ନିରାଶ ହୋଇପଡ଼ିଥିଲେ, ଆଜି ସେହି ନୌଜିଶା ଅନ୍ୟମାନଙ୍କ ସୁରକ୍ଷା ଦାୟିତ୍ୱ ତୁଲାଉଛନ୍ତି।
ତାଙ୍କ ଏହି ଯାତ୍ରା ଗୋଟିଏ କଥା ଶିଖାଏ।
ନିର୍ଯାତନାକୁ ନିଜ ଭାଗ୍ୟ ଭାବି ସହିଯିବା ଜରୁରୀ ନୁହେଁ।
ନିଜ ପାଇଁ ଠିକ୍ ନିଷ୍ପତ୍ତି ନେଇ ଜୀବନକୁ ପୁଣି ଥରେ ଆରମ୍ଭ କରିହୁଏ।
ନୌଜିଶା ଆଜି ଅନେକ ମହିଳା ଙ୍କ ପାଇଁ ସାହସ, ଆତ୍ମବିଶ୍ୱାସ ଓ ନାରୀଶକ୍ତିର ଏକ ଉଦାହରଣ।
ଅଧିକ ଦେଖନ୍ତୁ-
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।
