T20: ସୟଦ ମୁସ୍ତାକ ଅଲୀ ଟ୍ରଫିରେ ଦିଲ୍ଲୀ ଅଧିନାୟକ ପ୍ରିୟାଂଶ ଆର୍ଯ୍ୟଙ୍କ ଜବରଦସ୍ତ ପରାକ୍ରମ

Nov 24, 2026 - 13:04
T20: ସୟଦ ମୁସ୍ତାକ ଅଲୀ ଟ୍ରଫିରେ ଦିଲ୍ଲୀ ଅଧିନାୟକ ପ୍ରିୟାଂଶ ଆର୍ଯ୍ୟଙ୍କ ଜବରଦସ୍ତ ପରାକ୍ରମ

ନୂଆଦିଲ୍ଲୀ: ସଂପ୍ରତି ଭାରତର ବିଭିନ୍ନ ସ୍ଥାନରେ ଚାଲିଥିବା ବିସିସିଆଇ ଘରୋଇ ଟ୍ବେଣ୍ଟି-୨୦ କ୍ରିକେଟ୍‌ ପ୍ରତିଯୋଗିତା ସୟଦ ମୁସ୍ତାକ ଅଲୀ ଟ୍ରଫିରେ ଦିଲ୍ଲୀ ଅଧିନାୟକ ପ୍ରିୟାଂଶ ଆର୍ଯ୍ୟଙ୍କ ପରାକ୍ରମ ଦେଖିବାକୁ ମିଳିଛି।

ମଙ୍ଗଳବାର ଇନ୍ଦୋର ଖେଳାଯାଇଥିବା ତାମିଲନାଡ଼ୁ ବିପକ୍ଷ ମ୍ୟାଚ୍‌ରେ ସେ ୬୮ ବଲ୍‌ ଖେଳି ୧୯ ଛକା ଓ ୭ ଚୌକା ସହାୟତାରେ ୧୮୧ ରନ୍‌ କରିଥିଲେ।

ଏଥିସହ ସେ ଭାରତୀୟ ଭାବେ ଟ୍ବେଣ୍ଟି-୨୦ କ୍ରିକେଟ୍‌ରେ ସର୍ବୋଚ୍ଚ ରନ୍‌ ରେକର୍ଡଧାରୀ କେଏଲ୍‌ ରାହୁଲ (୬୮ ବଲ୍‌ରୁ ୧୫୨*)ଙ୍କୁ ଟପିଟିଲେ।

Advertisment ରାହୁଲ ୨୦୨୬ ଆଇପିଏଲ୍‌ରେ ପଞ୍ଜାବ କିଙ୍ଗ୍ସ ପକ୍ଷରୁ ଦିଲ୍ଲୀ କ୍ୟାପିଟାଲ୍ସ ବିପକ୍ଷରେ ଏହି ରନ୍‌ କରିଥିଲେ।

ବିଶ୍ବ ପୁରୁଷ ଟ୍ବେଣ୍ଟି-୨୦ରେ ସର୍ବୋଚ୍ଚ ବ୍ୟକ୍ତିଗତ ରନ୍‌ରେ ପ୍ରିୟାଂଶଙ୍କ ଆଗରେ କେବଳ ଦକ୍ଷିଣ ଆଫ୍ରିକାର ଲୁଆନ୍‌-ଡ୍ରେ ପ୍ରିଟୋରିଅସ୍‌ (୭୯ ବଲ୍‌ରୁ ୧୮୮) ରହିଛନ୍ତି।

ପ୍ରିଟୋରିଅସ୍‌ ୨୦୦୬ ସିଏସ୍‌ଏ ପ୍ରୋ୨୦ କପ୍‌ରେ ଟାଇଟନ୍ସ ପକ୍ଷରୁ ନାଇଟ୍‌ସ ବିପକ୍ଷରେ ଏହି ସଫଳତା ପାଇଥିଲେ।

ସର୍ବୋଚ୍ଚ ରନ୍‌ ସହ ପ୍ରିୟାଂଶ ଏକ ଟ୍ବେଣ୍ଟି-୨୦ ପାଳିରେ ସର୍ବାଧିକ ଛକା ମାରିବାର ରେକର୍ଡ ମଧ୍ୟ ନାମରେ କରିଛନ୍ତି ପୂର୍ବରୁ ଏହି ରେକର୍ଡ ଇସ୍ତୋନିଆର ସାହିଲ ଚୌହାନ (୧୮ ଛକା, ସାଇପ୍ରସ ବିପକ୍ଷ, ଜୁନ୍‌ ୨୦୨୪)ଙ୍କ ନାଁରେ ଥିଲା।

ପ୍ରିୟାଂଶ ୩୬ ବଲ୍‌ରୁ ୧୨ ଛକା ଓ ୪ ଚୌକା ସହାୟତାରେ ଶତକ ଅର୍ଜନ କରିଥିଲେ।

ବଡ଼ ଧରଣର ପରିବର୍ତ୍ତନ: ପୁଣି ଏକାଠି ହେବେ ବିଜେପି-ଅକାଳୀ ଦଳ

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)