Women Health: ରକ୍ତହୀନତାରେ ଆକ୍ରାନ୍ତ ଭାରତର ୫୬% ମହିଳା!: ଓଡ଼ିଶାର ପଡ଼ୋଶୀରେ ଚିନ୍ତାଜନକ ସ୍ଥିତି

Nov 26, 2026 - 11:43
Women Health: ରକ୍ତହୀନତାରେ ଆକ୍ରାନ୍ତ ଭାରତର ୫୬% ମହିଳା!: ଓଡ଼ିଶାର ପଡ଼ୋଶୀରେ ଚିନ୍ତାଜନକ ସ୍ଥିତି

ନୂଆଦିଲ୍ଲୀ: ମହିଳାଙ୍କ ସ୍ୱାସ୍ଥ୍ୟକୁ ନେଇ ଏକ ଚିନ୍ତାଜନକ ତଥ୍ୟ ସାମ୍ନାକୁ ଆସିଛି।

ଦେଶର ଅଧାରୁ ଅଧିକ ମହିଳା ରକ୍ତହୀନତା ବା ଆନିମିଆ ସମସ୍ୟାରେ ପୀଡ଼ିତ।

ଭାରତୀୟ ଚିକିତ୍ସା ଗବେଷଣା ପରିଷଦ (ICMR)ର ଏକ ନୂଆ ରିପୋର୍ଟ ଅନୁସାରେ, ୧୫ରୁ ୪୯ ବର୍ଷ ବୟସର ପ୍ରାୟ ୫୬ ପ୍ରତିଶତ ମହିଳାଙ୍କଠାରେ ରକ୍ତହୀନତା ଦେଖିବାକୁ ମିଳିଛି।

ସେହିପରି ୨୦ରୁ ୫୯ ବର୍ଷ ବୟସର ପ୍ରାୟ ୫୫ ପ୍ରତିଶତ ମହିଳା ଏହି ସମସ୍ୟାରେ ଆକ୍ରାନ୍ତ।

Advertisment ୨୦୨୩ରୁ ୨୦୨୫ ମଧ୍ୟରେ ଆଇସିଏମ୍‌ଆର୍‌ ପକ୍ଷରୁ କରାଯାଇଥିବା ସର୍ଭେରେ ଏହି ତଥ୍ୟ ସାମ୍ନାକୁ ଆସିଛି।

ଦେଶର ବିଭିନ୍ନ ବୟସ ବର୍ଗର ଲୋକଙ୍କ ସ୍ୱାସ୍ଥ୍ୟ, ଖାଦ୍ୟପେୟ ଓ ପୋଷଣ ସ୍ଥିତିକୁ ନେଇ ଏହି ଅଧ୍ୟୟନ କରାଯାଇଥିଲା।

ରିପୋର୍ଟ ଅନୁସାରେ, ଛତିଶଗଡ଼, ପଶ୍ଚିମବଙ୍ଗ ଓ ପଞ୍ଜାବରେ ୭୦ ପ୍ରତିଶତରୁ ଅଧିକ ମହିଳା ରକ୍ତହୀନତାର ଶିକାର ହୋଇଛନ୍ତି।

୧୫ରୁ ୪୯ ବର୍ଷ ବୟସର ୨୯ ପ୍ରତିଶତ ଦକ୍ଷିଣ ଭାରତୀୟ ରାଜ୍ୟଗୁଡ଼ିକ ମଧ୍ୟରେ କେରଳର ସ୍ଥିତି ତୁଳନାତ୍ମକ ଭାବେ ଭଲ ରହିଛି।

ସେଠାରେ ୨୦ରୁ ୫୯ ବର୍ଷ ବୟସର ପ୍ରାୟ ୨୮ ପ୍ରତିଶତ ମହିଳା ଏବଂ ୧୫ରୁ ୪୯ ବର୍ଷ ବୟସର ୨୯ ପ୍ରତିଶତ ମହିଳା ଏହି ସମସ୍ୟାରେ ପୀଡ଼ିତ।

ଅନ୍ୟପକ୍ଷରେ ଆନ୍ଧ୍ରପ୍ରଦେଶରେ ଉଭୟ ବୟସ ବର୍ଗର ୬୮ ପ୍ରତିଶତରୁ ଅଧିକ ମହିଳା ରକ୍ତହୀନତାର ଶିକାର ହୋଇଛନ୍ତି।

କେବଳ ମହିଳା ନୁହନ୍ତି, କିଶୋରୀଙ୍କ ସ୍ୱାସ୍ଥ୍ୟକୁ ନେଇ ମଧ୍ୟ ରିପୋର୍ଟରେ ଚିନ୍ତା ପ୍ରକାଶ ପାଇଛି।

୧୦ରୁ ୧୯ ବର୍ଷ ବୟସର ୪୬ ପ୍ରତିଶତରୁ ଅଧିକ କିଶୋରୀ ରକ୍ତହୀନତାରେ ପୀଡ଼ିତ ।

ଛତିଶଗଡ଼ରେ ଏହି ହାର ସର୍ବାଧିକ ୬୫.୪ ପ୍ରତିଶତ ରହିଛି।

ଏହା ପଛକୁ ଗୁଜରାଟରେ ୬୧.୪, ପଶ୍ଚିମବଙ୍ଗରେ ୬୦.୪ ଏବଂ ବିହାରରେ ୫୭.୬ ପ୍ରତିଶତ କିଶୋରୀ ରକ୍ତହୀନତାର ଶିକାର ହୋଇଛନ୍ତି।

Brain Stroke: 'ଷ୍ଟ୍ରୋକ୍‌କୁ ଜାଣନ୍ତୁ, ଜୀବନ ବଞ୍ଚାନ୍ତୁ' ଅଭିଯାନରେ ସାମିଲ ହେଲେ ପ୍ରାୟ ୩୦୦ ଛାତ୍ରଛାତ୍ରୀ ରିପୋର୍ଟରେ ରକ୍ତହୀନତାର ତୀବ୍ରତାକୁ ହାଲୁକା, ମଧ୍ୟମ ଓ ଗୁରୁତର ଭାବେ ତିନିଟି ଶ୍ରେଣୀରେ ବିଭକ୍ତ କରାଯାଇଛି।

ଆକ୍ରାନ୍ତ ମହିଳାଙ୍କ ପ୍ରାୟ ଅଧାଙ୍କଠାରେ ଏହାର ମାତ୍ରା ହାଲୁକା ରହିଛି।

ତେବେ ଏହି ସମସ୍ୟାର ଏକ ପ୍ରମୁଖ କାରଣ ହେଉଛି ଶରୀରରେ ଆଇରନ୍‌ ବା ଲୌହର ଅଭାବ।

ତେଣୁ ସନ୍ତୁଳିତ ଖାଦ୍ୟ ଗ୍ରହଣ ସହ ନିୟମିତ ସ୍ୱାସ୍ଥ୍ୟ ପରୀକ୍ଷା ଏବଂ ଡାକ୍ତରଙ୍କ ପରାମର୍ଶ ନେବା ଜରୁରୀ।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)