Woman Robbed ମହିଳାଙ୍କୁ ଲୁଟିଥିଲେ ଦୁର୍ବୃତ୍ତ, ଧରାପଡ଼ିଲେ ତିନି ଅଭିଯୁକ୍ତ
"ରାଇରଙ୍ଗପୁର: ରାଇରଙ୍ଗପୁର ମୁଖ୍ଯ ବସଷ୍ଟାଣ୍ଡ ପରିସରରେ ଗତକାଲି ପୂର୍ବାହ୍ଣରେ ଜଣେ ମହିଳାଙ୍କୁ ଲୁଟି ନେବା ଘଟଣାରେ ପୁଲିସ ଆଜି (ବୁଧବାର) ତିନିଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି।
Advertisment Arrest: ଭ୍ୟାନିଟି ଛିନ୍ତାଇ ଘଟଣାରୁ ମୋବାଇଲ୍ ଲୁଟ୍ର ପର୍ଦ୍ଦାଫାସ ସୂଚନାନୁସାରେ, ଯଶିପୁର ଗ୍ରାମର ପାର୍ବତୀ ସାହୁ (୫୦) ଏକ ଚା ଦୋକାନରେ ଚା" ପିଇ, ତାଙ୍କର ପୁଅକୁ ଅପେକ୍ଷା କରିଥିଲେ ।
ସେହି ସମୟରେ ତିନି ଜଣ ଲୁଟେରା ତାଙ୍କ ଠାରୁ ମନିପର୍ସ ଛଡ଼ାଇ ନେଇଯାଇଥିଳେ।
ସେହି ପର୍ସରେ ୩୬୦୦ ଟଙ୍କା ଥିଲା ।
ପରେ ତାଙ୍କ ପୁଅ ତନ୍ମୟ ସାହୁ ରାଇରଙ୍ଗପୁର ଟାଉନ ଥାନାରେ ଏନେଇ ଲିଖିତ ଅଭିଯୋଗ କରିଥିଲେ ।
ରାଇରଙ୍ଗପୁର ଟାଉନ ପୁଲିସ ନଂ ୨୬୨, ବିଏନ୍ଏସ୍ର ଧାରା ୩୦୯ (୪), ୩ (୫)ରେ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା।
Rape: ମହୀଶୂରରେ ବଙ୍ଗୀୟ ମହିଳାଙ୍କୁ ଗଣଦୁଷ୍କର୍ମ ପରେ ଲୁଟ୍ ତିନିଜଣ ଅଭିଯୁକ୍ତ ରାଇରଙ୍ଗପୁର ଟାଉନ ଥାନା ଅନ୍ତର୍ଗତ ଲେପ୍ରସି କଲୋନୀର ରହିତ ମୁଖୀ (୨୬), ରବି ବେହେରା (୨୦) ଓ ରାହୁଲ ବେହେରା (୧୯) ।
ରାଇରଙ୍ଗପୁର ଟାଉନ ପୁଲିସ ସେମାନଙ୍କୁ ଗିରଫ କରିଛି।
ଏ ନେଇ ଆଜି ରାଇରଙ୍ଗପୁର ଟାଉନ ଥାନା ପରିସରରେ ଏସଡିପିଓ ବୀରେନ୍ଦ୍ର ସେନାପତିଙ୍କ ନେତୃତ୍ୟରେ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି ।
ସେମାନଙ୍କ ଠାରୁ ଲୁଟ୍ ହୋଇଥିବା ଟଙ୍କା ଜବତ କରାଯାଇଛି।
ଉକ୍ତ ସମ୍ମିଳନୀରେ ରାଇରଙ୍ଗପୁର ଟାଉନ ଥାନା ଅଧିକାରୀ ରଞ୍ଜନ ସେଠୀଙ୍କ ସହ ଅନ୍ଯାନ୍ଯ ପୋଲିସ ମାନେ ଯୋଗ ଦେଇଥିଲେ।
"
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।
