Woman Died: ଫୁଲ ତୋଳୁଥିବା ବେଳେ ଚଢ଼ିଗଲା ଟ୍ରକ୍‌, ଚାଲିଗଲା ମହିଳାଙ୍କ ଜୀବନ

Sep 11, 2026 - 09:27
Woman Died: ଫୁଲ ତୋଳୁଥିବା ବେଳେ ଚଢ଼ିଗଲା ଟ୍ରକ୍‌, ଚାଲିଗଲା ମହିଳାଙ୍କ ଜୀବନ

"ଆସିକା: ଗଞ୍ଜାମ ଜିଲ୍ଲା ଆସିକା ଥାନା ଅନ୍ତର୍ଗତ ଖଡ଼ଭାଗ ନିକଟରେ ଆଜି ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟି ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି।

ଅନ୍ୟ ଜଣେ ମହିଳା ଗୁରୁତର ଆହତ ହୋଇଛନ୍ତି।

ଫୁଲ ତୋଳିବାକୁ ରାସ୍ତାକଡ଼କୁ ଆସିଥିବା ବେଳେ ଦୁଇ ମହିଳାଙ୍କ ଉପରେ ଟ୍ରକ୍‌ ଚଢ଼ିଯିବାରୁ ଏହି ଦୁର୍ଘଟଣା ଘଟିଛି।

ସୂଚନା ଅନୁଯାୟୀ, ଖଡ଼ଭାଗ ନିକଟରେ ରାସ୍ତାକଡ଼ରେ ଏକ କାର୍‌ ଛିଡ଼ା ହୋଇଥିଲା।

ଏହି ସମୟରେ ଦ୍ରୁତଗତିରେ ଆସୁଥିବା ଏକ ଟ୍ରକ୍‌ ପ୍ରଥମେ କାର୍‌ଟିକୁ ଧକ୍କା ଦେଇଥିଲା।

ପରେ ଟ୍ରକ୍‌ଟି ଭାରସାମ୍ୟ ହରାଇ ରାସ୍ତାକଡ଼ରେ ଫୁଲ ତୋଳୁଥିବା ଦୁଇ ମହିଳାଙ୍କ ଉପରେ ଚଢ଼ିଯାଇଥିଲା।

Advertisment ଘଟଣାସ୍ଥଳରେ ହିଁ ମୃତ୍ୟୁ ଦୁର୍ଘଟଣାରେ ଖଡ଼ଭାଗ ଗାଁର ଅହଲ୍ୟା ଗୌଡ଼ଙ୍କ ଘଟଣାସ୍ଥଳରେ ହିଁ ମୃତ୍ୟୁ ଘଟିଛି।

ଅନ୍ୟ ଜଣେ ମହିଳା ଗୁରୁତର ଆହତ ହୋଇଥିବାରୁ ତାଙ୍କୁ ପ୍ରଥମେ ସ୍ଥାନୀୟ ଚିକିତ୍ସା ପରେ ଅଧିକ ଚିକିତ୍ସା ପାଇଁ ବ୍ରହ୍ମପୁର ସ୍ଥାନାନ୍ତର କରାଯାଇଛି।

ଘଟଣା ପରେ ଦୁର୍ଘଟଣାସ୍ଥଳରେ ଉତ୍ତେଜନା ପ୍ରକାଶ ପାଇଛି।

ଦୁର୍ଘଟଣାରେ ମୃତାହତଙ୍କ ପରିବାର ଓ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଶୋକର ଛାୟା ଖେଳିଯାଇଛି।

ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ମଧ୍ୟ ଚର୍ଚ୍ଚା ଜୋର ଧରିଛି।

ଖବର ପାଇ ଆସିକା ପୁଲିସ ଘଟଣାସ୍ଥଳରେ ପହଞ୍ଚି ଦୁର୍ଘଟଣା ସମ୍ପର୍କରେ ଛାନଭିନ୍‌ ଆରମ୍ଭ କରିଛି।

ଦୁର୍ଘଟଣାଗ୍ରସ୍ତ ଗାଡ଼ିଗୁଡ଼ିକୁ ହଟାଇବା ସହ ଘଟଣାର ପ୍ରକୃତ କାରଣ ନେଇ ପୁଲିସ ତଦନ୍ତ ଚଳାଇଛି।

ଯୁକ୍ତିଯୁକ୍ତ ସମୟ ବ୍ୟବଧାନ ରହିବା ଉଚିତ ବୋଲି ହାଇକୋର୍ଟଙ୍କ ରାୟ "

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)