Woman ASI Accuses Workplace Harassment: କଳଙ୍କ ମୁଣ୍ଡାଇ ବୁଲୁଛି ଓଡିଶା ପୋଲିସ, ଥାନା ଅଧିକାରୀଙ୍କ ନାଁରେ ସାଂଘାତିକ ଅଭିଯୋଗ

Nov 26, 2026 - 22:28
Woman ASI Accuses Workplace Harassment: କଳଙ୍କ ମୁଣ୍ଡାଇ ବୁଲୁଛି ଓଡିଶା ପୋଲିସ, ଥାନା ଅଧିକାରୀଙ୍କ ନାଁରେ ସାଂଘାତିକ ଅଭିଯୋଗ

କୋରାପୁଟ ଜିଲ୍ଲା ବୋରିଗୁମ୍ମା ଅବକାରୀ ଥାନା ଅଧିକାରୀଙ୍କ ବିରୋଧରେ ଜଣେ ମହିଳା ASI ସାଂଘାତିକ ଅଭିଯୋଗ ଆଣିଛନ୍ତି।

ଅବକାରୀ ଥାନା ଅଧିକାରୀ ନୀଳାଦ୍ରି ବିହାରୀ ମିଶ୍ରଙ୍କ ବିରୋଧରେ ମହିଳା ASI ସାନୁ ସେଠିଆ ବୋରିଗୁମ୍ମା ଥାନାରେ ଲିଖିତ ଅଭିଯୋଗ କରିଛନ୍ତି।

Advertisment ଅଭିଯୋଗ ଅନୁସାରେ, ଅଧିକାରୀ ତାଙ୍କୁ କାର୍ଯ୍ୟକ୍ଷେତ୍ରରେ ହଇରାଣ କରିବା ସହ ଅନୁଚିତ ଦାବି କରୁଥିଲେ।

ଏଥିରେ ରାଜି ନହେବାରୁ ଅଶାଳୀନ ଭାଷାରେ ଗାଳିଗୁଲଜ ଏବଂ ଜାତିଆଣ ମନ୍ତବ୍ୟ ଦେଇଥିବା ସେ ଅଭିଯୋଗ କରିଛନ୍ତି।

ଏପରିକି ତାଙ୍କୁ ଅଫିସରେ କାର୍ଯ୍ୟ କରିବାକୁ ଦିଆଯାଉନଥିବା ମଧ୍ୟ ଅଭିଯୋଗରେ ଦର୍ଶାଇଛନ୍ତି।

ସାନୁ ସେଠିଆଙ୍କ କହିବା ଅନୁସାରେ, ସେ ନଭେମ୍ବର ୨୨ରୁ ୨୪ ତାରିଖ ପର୍ଯ୍ୟନ୍ତ ଛୁଟିରେ ଥିଲେ।

ନଭେମ୍ବର ୨୫ ତାରିଖରେ ଡ୍ୟୁଟିରେ ଯୋଗଦେବାକୁ ଅବକାରୀ କାର୍ଯ୍ୟାଳୟକୁ ଯାଇଥିଲେ ମଧ୍ୟ ତାଙ୍କୁ ଦାୟିତ୍ୱ ଗ୍ରହଣ କରିବାକୁ ଦିଆଯାଇନଥିଲା।

Advertisment ଅନ୍ୟପଟେ, ମହିଳା ASIଙ୍କ ଅଭିଯୋଗକୁ ବୋରିଗୁମ୍ମା ପୋଲିସ ଗ୍ରହଣ କରି ତଦନ୍ତ ଆରମ୍ଭ କରିଥିବା ସୂଚନା ମିଳିଛି।

ତେବେ ଏହି ଘଟଣା ସମ୍ପର୍କରେ ଅବକାରୀ ଥାନା OIC କିମ୍ବା ସମ୍ପୃକ୍ତ ପୋଲିସ ଅଧିକାରୀଙ୍କ ପକ୍ଷରୁ କୌଣସି ସାର୍ବଜନୀନ ପ୍ରତିକ୍ରିୟା ମିଳିନାହିଁ।

ତଦନ୍ତ ପରେ ଘଟଣାର ପ୍ରକୃତ ସତ୍ୟ ସାମ୍ନାକୁ ଆସିବ।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)