Winter: ଶୀତଦିନେ ଘରକୁ ଉଷୁମ ରଖିବାର ଆଠ ଉପାୟ
ପିଲାଦିନେ ପ୍ରାୟ ସମସ୍ତେ ଦେଖିଥିବେ ଯେ ଶୀତଦିନ ଆସିବା ମାତ୍ରେ ଜେଜେବାପା ଓ ଜେଜେମା'ମାନେ ମୋଟା ରେଜେଇ ବାହାର କରୁଥିଲେ, ଚଟାଣରେ ହାତବୁଣା ଦରି ପକାଉଥିଲେ ଓ ଅପରାହ୍ଣର ଖରା ଘର ଭିତରକୁ ଆସିବା ପାଇଁ ଝରକା ପରଦା ଖୋଲି ଦେଉଥିଲେ।
ଆଜିର ଆଧୁନିକ ଯୁଗରେ ମଧ୍ୟ ସେଭଳି ପାରମ୍ପରିକ ଅଭ୍ୟାସଗୁଡ଼ିକୁ ଆପଣାଇ ଘରକୁ ଉଷୁମ ରଖିବା ସହ ବିଜୁଳି ବିଲ୍ କମାଇ ହେବ।
ସେଭଳି ୮ଟି ସରଳ ଉପାୟ ସମ୍ପର୍କରେ ଜାଣିବା।
Advertisment Cuttack Bali Yatra: କଟକ ବାଲିଯାତ୍ରାରେ ଅଘଟଣ: ରାମଦୋଳିରୁ ଖସି ଜଣେ ମୃତ, ଜଣେ ଗୁରୁତର ଦିନବେଳା ଯେଉଁ କୋଠରିଗୁଡ଼ିକରେ ସିଧାସଳଖ ଖରା ପଡ଼େ, ସେଠାକାର ଝରକା ଓ ପରଦା ଖୋଲି ରଖନ୍ତୁ।
ଚଟାଣ, କାନ୍ଥ ଓ ଆସବାବପତ୍ର ଉପରେ ଖରାକୁ ପଡ଼ିବାକୁ ଦିଅନ୍ତୁ।
ସନ୍ଧ୍ୟା ହେବା ମାତ୍ରେ ପରଦା ଟାଣି ଦିଅନ୍ତୁ। ତୁଳା ଭର୍ତ୍ତି ରେଜେଇ, ଉଲ୍ କମ୍ବଳ ବା କନ୍ଥା ବିଛଣାକୁ ବେଶ୍ ଉଷୁମ ରଖିପାରେ।
ଅଧିକ ଥଣ୍ଡା ରାତିରେ ମୋଟା ରେଜେଇ ତଳେ ପତଳା ଚାଦର ବା କମ୍ବଳ ବ୍ୟବହାର କରନ୍ତୁ। ଶୀତ ସକାଳେ ମାର୍ବଲ୍ କିମ୍ବା ଟାଇଲ୍ ଚଟାଣ ବରଫ ଭଳି ଥଣ୍ଡା ଲାଗେ।
ତେଣୁ ଖଟ ପାଖ, ସୋଫା ତଳ ଓ ବସିବା ଜାଗାରେ ସୂତା ଦରି, ଉଲ୍ ରଗ୍ କିମ୍ବା କାର୍ପେଟ୍ ପକାନ୍ତୁ। ଘର ଭିତରେ ଥଣ୍ଡାରୁ ରକ୍ଷା ପାଇବା ପାଇଁ ଉଲ୍ ସ୍ୱେଟର୍, ଶାଲ୍, ମୋଜା ଓ ଚପଲ ପିନ୍ଧନ୍ତୁ।
ଗୋଟିଏ ମୋଟା ପୋଷାକ ବଦଳରେ ଦୁଇ-ତିନି ପରସ୍ତ ହାଲୁକା ଉଷୁମ ପୋଷାକ ପିନ୍ଧନ୍ତୁ, ଯାହାଫଳରେ ତାପମାତ୍ରା ଅନୁସାରେ ଆପଣ ଏହାକୁ ସହଜରେ କାଢ଼ି ପାରିବେ।
ଶୀତଦିନେ ରୁମ୍ ହିଟର୍ ପରି ବିଦ୍ୟୁତ୍ ଉପକରଣର ବ୍ୟବହାର ବଢୁଛି।
ତେବେ ପାରମ୍ପରିକ ଉପାୟରେ ମଧ୍ୟ ଘରକୁ ଉଷୁମ ରଖିବା ସମ୍ଭବ।
Odisha assembly: ମଣ୍ଡି ସରଳୀକରଣ ଓ ଚାଷୀ ଋଣ ଛାଡ କରିବାକୁ ବିଧାନସଭାରେ ଦାବି କଲେ ବିଧାୟକ ଥଣ୍ଡା ପବନ ରୋକିବା ପାଇଁ ପୁରୁଣା କପଡ଼ା ବ୍ୟବହାର କରନ୍ତୁ।
କବାଟ ତଳ ଫାଙ୍କ ଓ ଝରକା କଡ଼ ଦେଇ ବାହାରର ଥଣ୍ଡା ପବନ ଘର ଭିତରକୁ ପଶିଥାଏ।
ବଜାରରୁ ପ୍ଲାଷ୍ଟିକ୍ ଷ୍ଟପର୍ କିଣିବା ବଦଳରେ ପୁରୁଣା ଟାୱେଲ୍କୁ ଗୁଡ଼ାଇ କିମ୍ବା ବଳକା ସୂତା କପଡ଼ାରେ ଲମ୍ବା ତକିଆ ଭଳି ସିଲେଇ କରି କବାଟ ତଳେ ରଖନ୍ତୁ। ଖରା ପଡୁଥିବା କୋଠରିରେ ଅଧିକାଂଶ ସମୟ ବିତାନ୍ତୁ।
ପୂରା ଘରକୁ ଏକାସାଙ୍ଗରେ ଉଷୁମ ରଖିବାକୁ ଚେଷ୍ଟା କରିବା ପରିବର୍ତ୍ତେ, ଘରର ଯେଉଁ ଅଂଶରେ ସବୁଠାରୁ ଅଧିକ ଖରା ପଡ଼େ, ସେଠାରେ ଆପଣଙ୍କର ଦୈନନ୍ଦିନ କାମ କରନ୍ତୁ। ହିମାଚଳପ୍ରଦେଶର 'କାଠ-କୁନି' ଘର ଓ ଲଦାଖର ପାରମ୍ପରିକ ଘରଗୁଡ଼ିକ ପଥର, କାଠ ଓ ମାଟିର ମୋଟା କାନ୍ଥରେ ତିଆରି ହୋଇଥାଏ, ଯାହା ଘର ଭିତରକୁ ଉଷୁମ ରଖେ।
ଆଧୁନିକ ଫ୍ଲାଟ୍ ବା ଘରେ ଏହାକୁ ସିଧାସଳଖ ଆପଣାଇବା ସମ୍ଭବ ନୁହେଁ, କିନ୍ତୁ ଘରର ସାଜସଜ୍ଜାରେ କାଠ, ମାଟି ଓ ପ୍ରାକୃତିକ ସାମଗ୍ରୀର ବ୍ୟବହାର ଘରକୁ ପ୍ରାକୃତିକ ଭାବେ ଉଷୁମ ରଖିବାରେ ସାହାଯ୍ୟ କରେ। ଓଦାଳିଆ ବା ସନ୍ତସନ୍ତିଆ ରୁମ୍ ଅଧିକ ଥଣ୍ଡା ଲାଗେ।
ତେଣୁ ଓଦା ଲୁଗାକୁ ଘର ବାହାରେ ଶୁଖାନ୍ତୁ, ଝରକା କାଚରେ ଜମିଥିବା କାକର ବା ପାଣି କୁ ପୋଛି ଦିଅନ୍ତୁ ଓ ରୋଷେଇ ଓ ଗାଧୋଇବା ସମୟରେ ଏଗଜଷ୍ଟ୍ ଫ୍ୟାନ୍ ଚଲାନ୍ତୁ।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।
