MLA: ବିଧାନସଭାରେ ଅସନ୍ତୋଷ ଝାଡ଼ିଲେ ବିଧାୟକ: ଏମ୍‌ଏଲ୍‌ଏ ଲାଡ୍‌ ବନ୍ଦ କରିଦେଲେ ଅସୁବିଧା କ’ଣ

Nov 27, 2026 - 04:29
MLA: ବିଧାନସଭାରେ ଅସନ୍ତୋଷ  ଝାଡ଼ିଲେ ବିଧାୟକ: ଏମ୍‌ଏଲ୍‌ଏ ଲାଡ୍‌ ବନ୍ଦ କରିଦେଲେ ଅସୁବିଧା କ’ଣ

ଭୁବନେଶ୍ବର: ବିଧାୟକ ଆଞ୍ଚଳିକ ଉନ୍ନୟନ ପାଣ୍ଠି (ଏମ୍‌ଏଲ୍‌ଏ ଲାଡ୍‌) ଖର୍ଚ୍ଚ ହୋଇପାରୁନି।

ବିଡିଓମାନେ ଠିକ୍ ସମୟରେ ପଦକ୍ଷେପ ନେଉନାହାନ୍ତି।

ବିଧାୟକମାନେ ଅଯଥାରେ ବଦନାମ ହେଉଛନ୍ତି।

ଆଜି ବିଧାନସଭାର ପ୍ରଶ୍ନକାଳରେ ଏମିତି ଅସନ୍ତୋଷ ଝାଡ଼ିଛନ୍ତି ବିଧାୟକ।

କ୍ଷୋଭ ପ୍ରକାଶ କରି କହିଛନ୍ତି ଯେ ଏମ୍‌ଏଲ୍‌ଏ ଲାଡ୍‌କୁ ସମ୍ପୂର୍ଣ୍ଣ ବନ୍ଦ କରି ଦିଆଗଲେ ଭଲ।

Advertisment Odisha assembly: ମଣ୍ଡି ସରଳୀକରଣ ଓ ଚାଷୀ ଋଣ ଛାଡ କରିବାକୁ ବିଧାନସଭାରେ ଦାବି କଲେ ବିଧାୟକ ଆଜି ପ୍ରଶ୍ନକାଳରେ ଲକ୍ଷ୍ମଣ ବାଗଙ୍କର ମୂଳ ପ୍ରଶ୍ନ ଥିଲା, ବିଧାୟକ, ସାଂସଦ ପାଣ୍ଠି, ଅନ୍ୟାନ୍ୟ ଯୋଜନାରେ ଉନ୍ନୟନ କାର୍ଯ୍ୟ ପାଇଁ ସରକାର ଅନୁଦାନ ଦେଉଥିଲେ ବି ଗ୍ରାମରେ ସରକାରୀ ଜମି ନଥିବାରୁ ପ୍ରକଳ୍ପ କାର୍ଯ୍ୟକାରୀ ହୋଇପାରୁନି।

ଏଥି ପାଇଁ ମାର୍ଗଦର୍ଶିକା କ'ଣ?

ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ ଉତ୍ତର ଦେଇଥିଲେ, ଭିତ୍ତିଭୂମି ଓ ଉନ୍ନୟନ କାର୍ଯ୍ୟ ପାଇଁ ସଂପୃକ୍ତ ବିଭାଗ ପକ୍ଷରୁ ପ୍ରାଧିକୃତ ଅଧିକାରୀଙ୍କ ମାଧ୍ୟମରେ ସ୍ଥାନୀୟ ତହସିଲଦାରଙ୍କୁ ଆବେଦନ କରିଥା'ନ୍ତି।

ଆବଶ୍ୟକ ଯାଞ୍ଚ ପରେ ସେହି ସରକାରୀ ଜମି ଲିଜ୍‌ ଯୋଗ୍ୟ ବୋଲି ଯଦି ତହସିଲଦାର ନିଷ୍ପତ୍ତି ନିଅନ୍ତି, ତେବେ ସେହି ଜମିକୁ ପ୍ରାଧିକୃତ ଅଧିକାରୀଙ୍କ ଅନୁମୋଦନକ୍ରମେ ସଂପୃକ୍ତ ବିଭାଗଙ୍କ ସପକ୍ଷରେ ବିନା ମୂଲ୍ୟରେ ହସ୍ତାନ୍ତର କରାଯାଏ।

ଭିତ୍ତିଭୂମି ଓ ଉନ୍ନୟନ ପ୍ରକଳ୍ପ ନିମନ୍ତେ ଆବଶ୍ୟକ ସରକାରୀ ଜମିର ତ୍ବରିତ ଫଇସଲା କରି ଜମି ହସ୍ତାନ୍ତର ନିମନ୍ତେ ନିର୍ଦ୍ଦେଶାବଳୀ ଜାରି କରାଯାଇଛି।

ନିୟମ ସରଳୀକରଣ କରିବାକୁ ବାଚସ୍ପତିଙ୍କ ରୁଲିଂ ଏମ୍‌ଏଲ୍‌ଏ ଲାଡ୍ ପ୍ରକଳ୍ପ ପାଇଁ ଜମି ଠିକ୍ ସମୟରେ ମିଳୁ ନାହିଁ ବୋଲି ବିଧାୟକମାନେ ଉଦ୍‌ବେଗ ପ୍ରକାଶ କରିଥିଲେ।

ପ୍ରତାପ କେଶରୀ ଦେବ କହିଥିଲେ, ୨୦୨୫-୨୬ର ଅର୍ଥ ଏ ଯାଏଁ ଖର୍ଚ୍ଚ ହୋଇପାରୁନି।

ସରକାର ଏମ୍‌ଏଲଏ ଲାଡ୍‌ ବନ୍ଦ କରିଦିଅନ୍ତୁ, ନଚେତ ଅଫିସରମାନଙ୍କୁ କାମ କରିବାକୁ କୁହନ୍ତୁ।

ଜମି ଉପଲବ୍ଧତା ସମ୍ପର୍କରେ ପ୍ରକ୍ରିୟାକୁ ସରଳୀକରଣ କରନ୍ତୁ।

ଜିଲ୍ଲାପାଳମାନଙ୍କ ଦ୍ବାରା କିଛି ହେବନି।

ବିଡିଓମାନଙ୍କୁ ସ୍ପଷ୍ଟ ଗାଇଡ୍‌ଲାଇନ୍‌ ଦିଆଯାଉ।

Harley Davidson: ହାର୍ଲି ଡେଭିଡସନ୍‌ ଏକ୍ସ ରେଞ୍ଜ୍‌ର ନୂଆ ବାଇକ୍‌ ଆଣିବ ତାରାପ୍ରସାଦ ବାହିନୀପତି କହିଥିଲେ, ୮/୯ ମାସ ହେଲା ଏମ୍‌ଏଲ୍‌ଏ ଲାଡ୍ ଖର୍ଚ୍ଚ ହୋଇପାରୁନି।

ସେ ପାଣ୍ଠି ଆମର ଦରକାର ନାହିଁ।

ଯଦି ନିୟମ ସରଳୀକରଣ ନ ହୋଇପାରୁଛି, ପାଣ୍ଠି ବନ୍ଦ କରିଦିଅନ୍ତୁ।

ଏ ଦିଗରେ ପଦକ୍ଷେପ ନେବେ ବୋଲି ନିଜେ ମୁଖ୍ୟମନ୍ତ୍ରୀ ଗୃହରେ କହିଥିଲେ।

କିନ୍ତୁ କିଛି ହେଲା ନାହିଁ।

ଟଙ୍କଧର ତ୍ରିପାଠୀ, ସନାତନ ବିଜୁଳି ଓ ଦିବ୍ୟଶଙ୍କର ମିଶ୍ର ପ୍ରମୁଖ ଅତିରିକ୍ତ ପ୍ରଶ୍ନ କରିଥିଲେ।

ଗୃହର ଉଦ୍‌ବେଗକୁ ଲକ୍ଷ୍ୟ କରି ବାଚସ୍ପତି ସୁରମା ପାଢ଼ୀ କହିଲେ, ଏମ୍‌ଏଲ୍‌ଏ ଲାଡ୍ ବିନିଯୋଗ ନିୟମାବଳୀର ତର୍ଜମା କରାଯାଉ।

କ୍ଷେତ୍ରରେ ଥିବା ଅଧିକାରୀମାନଙ୍କୁ ଏକ ସରଳ ନିର୍ଦ୍ଦେଶାବଳୀ ଦେବା ପାଇଁ ପଦକ୍ଷେପ ନିଆଯାଉ।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)