Wife Leaves Husband for Lover: ପ୍ରେମ ପାଇଁ ଭାଙ୍ଗିଲା ୩୮ ବର୍ଷର ସଂସାର! ସ୍ୱାମୀଙ୍କୁ ଛାଡ଼ି ପ୍ରେମିକ ସହ ରହିଲେ ୩ ପିଲାଙ୍କ ମାଆ
ପ୍ରେମ ମାନେନି ବୟସର ସୀମା।
ପ୍ରେମ ପାଇଁ ସମ୍ପର୍କ, ପରିବାର ଏପରିକି ସଂସାର ଛାଡ଼ିବାକୁ ମଧ୍ୟ ପଛାଉନାହାନ୍ତି କିଛି ଲୋକ।
ଏମିତି ଏକ ଅଜବ ପ୍ରେମ କାହାଣୀ ଏବେ ଚର୍ଚ୍ଚାରେ।
ତିନି ସନ୍ତାନର ମା'ଙ୍କୁ ହୋଇଛି ନିଜଠାରୁ ୧୩ ବର୍ଷ ସାନ ଯୁବକଙ୍କ ସହ ପ୍ରେମ।
ପ୍ରେମିକଙ୍କ ସହ ରହିବାକୁ ଏମିତି ଜିଦ୍ ଧରିଲେ ଯେ ଶେଷରେ ସ୍ୱାମୀ ମଧ୍ୟ ତାଙ୍କୁ ନିଜ ଇଚ୍ଛାରେ ଯିବାକୁ ସହମତି ଦେଇଥିଲେ।
Advertisment ଏଭଳି ଘଟଣା ଉତ୍ତରପ୍ରଦେଶର ବୁଲନ୍ଦସହର ଜିଲ୍ଲା ଜାହାଙ୍ଗିରାବାଦ କୋତୱାଲି ଅଞ୍ଚଳର ଚଚରାଇ ଗାଁରେ ଘଟିଛି।
ଗାଁର ୩୮ ବର୍ଷୀୟା ମହିଳାଙ୍କର ପଡ଼ୋଶରେ ରହୁଥିବା ୨୫ ବର୍ଷୀୟ ଅବିବାହିତ ଯୁବକଙ୍କ ସହ ପ୍ରେମ ସମ୍ପର୍କ ଗଢ଼ିଉଠିଥିଲା।
ମହିଳାଙ୍କର ଦୁଇ ଝିଅ ଓ ଗୋଟିଏ ପୁଅ ଅଛନ୍ତି।
କିଛି ଦିନ ପୂର୍ବରୁ ସେ ପ୍ରେମିକଙ୍କ ସହ ଘର ଛାଡ଼ି ଚାଲିଯାଇଥିଲେ।
ପତ୍ନୀ ନିଖୋଜ ହେବା ପରେ ସ୍ୱାମୀ ପୋଲିସର ଦ୍ୱାରସ୍ଥ ହୋଇଥିଲେ।
ଏନେଇ ଅଭିଯୋଗ ପାଇବା ପରେ ପୋଲିସ ମହିଳାଙ୍କୁ ଖୋଜି ବାହାର କରି ଥାନାକୁ ଡାକିଥିଲା।
ସେଠାରେ ଉଭୟ ପକ୍ଷଙ୍କ ଉପସ୍ଥିତିରେ ଆଲୋଚନା ହୋଇଥିଲା।
ହେଲେ ସମସ୍ତଙ୍କ ସାମ୍ନାରେ ମହିଳା ନିଜ ନିଷ୍ପତ୍ତି ସ୍ପଷ୍ଟ କରିଦେଇଥିଲେ।
ସେ ସ୍ୱାମୀଙ୍କ ସହ ରହିବାକୁ ଚାହୁଁନାହାନ୍ତି, ବରଂ ପ୍ରେମିକଙ୍କ ସହ ଜୀବନ ବିତାଇବାକୁ ଚାହାନ୍ତି ବୋଲି କହିଥିଲେ।
Advertisment ଆରମ୍ଭରେ ଯୁବକ ଜଣକ ଏହି ସମ୍ପର୍କକୁ ସ୍ୱୀକାର କରିବାକୁ ମନା କରିଥିଲେ।
କିନ୍ତୁ ମହିଳା ନିଜ ଜିଦ୍ରୁ ହଟିନଥିଲେ।
ଶେଷରେ ସ୍ୱାମୀ ମଧ୍ୟ ପତ୍ନୀଙ୍କ ସହ ସମସ୍ତ ସମ୍ପର୍କ ଶେଷ କରିବାକୁ କହିଥିଲେ।
ସେ ନିଜ ଇଚ୍ଛାରେ ଯାହା ସହ ରହିବାକୁ ଚାହୁଁଛନ୍ତି, ରହିପାରିବେ ବୋଲି ସହମତି ଦେଇଥିଲେ।
ଅନ୍ୟପଟେ ଯୁବକଙ୍କ ପରିବାର ମଧ୍ୟ ତାଙ୍କ ସହ ସମ୍ପର୍କ ନ ରଖିବାକୁ କହିଥିବା ଜଣାପଡ଼ିଛି।
ଏହି ଘଟଣା ସମ୍ପର୍କରେ ଏସ୍ପି ଗ୍ରାମୀଣ ଆନ୍ତରିକ ଜୈନ କହିଛନ୍ତି ଯେ, ମହିଳାଙ୍କ ନିଖୋଜ ନେଇ ଅଭିଯୋଗ ମିଳିବା ପରେ ପୋଲିସ ତାଙ୍କୁ ଉଦ୍ଧାର କରିଥିଲା।
ପରେ ପରିବାର ଲୋକଙ୍କ ମଧ୍ୟରେ ହୋଇଥିବା ସହମତି ଅନୁସାରେ ମହିଳାଙ୍କୁ ପରିଜନଙ୍କ ଜିମା ଦିଆଯାଇଥିଲା।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।
