Wife and lover arrested: ପରକୀୟା ପ୍ରୀତିରୁ ହତ୍ୟା: ସ୍ତ୍ରୀ ସହ ପ୍ରେମିକ ଗିରଫ
"ଝାରସୁଗୁଡ଼ା: ପରକୀୟା ପ୍ରୀତିରୁ ଜଣେ ଯୁବକଙ୍କୁ ହତ୍ୟା କରାଯାଇଛି।
ଝାରସୁଗୁଡ଼ା ରେଙ୍ଗାଲି ଥାନା ଅନ୍ତର୍ଗତ ସାଗରପାଲି ଗାଁରେ ଘଟିଥିବା ଏହି ହତ୍ୟାକାଣ୍ଡର ୬ ଘଣ୍ଟା ମଧ୍ୟରେ ପୁଲିସ ରହସ୍ୟ ଉନ୍ମୋଚନ କରିଛି।
ମୃତକ ଅନୁଗୁଳ ଜିଲ୍ଲା କିଶୋରନଗର ବ୍ଲକ୍ ଖଣ୍ଡହତା ଅଞ୍ଚଳର ଷଷ୍ଠୀଧର ସାହୁ (୩୮ ବର୍ଷ)ଙ୍କ ସ୍ତ୍ରୀ ଗୀତା ମିର୍ଦ୍ଧା ଓ ତା"ର ପ୍ରେମିକ ଟିକନୁ କିଷାନ (୪୪)କୁ ପୁଲିସ ଗିରଫ କରିଛି।
ହତ୍ୟାକାଣ୍ଡରେ ବ୍ୟବହୃତ ଏକ ଖଟ ପୁଆ ଓ ଷ୍ଟିଲ୍ରେ ତିଆରି ୪ଟି ଧାରୁଆ ହାତ ରିଙ୍ଗ୍ ଜବତ ହୋଇଛି।Advertisment Crime network: ଜେଲ୍ରୁ ଅପରାଧ ନେଟ୍ୱର୍କ ପୁଲିସ ସୂଚନା ଅନୁସାରେ, ଷଷ୍ଠୀଧରଙ୍କ ମୃତଦେହ ବୁଧବାର ସାଗରପାଲି ସାହୁପଡ଼ାର ଏକ ବିଲରୁ ଉଦ୍ଧାର ହୋଇଥିଲା।
ଷଷ୍ଠୀଧର ଓ ଗୀତା ମିର୍ଦ୍ଧାଙ୍କ ମଧ୍ୟରେ ବହୁବର୍ଷରୁ ପ୍ରେମ ସଂପର୍କ ଥିଲା ଏବଂ ପରେ ଦୁହେଁ ସ୍ବାମୀ ସ୍ତ୍ରୀ ଭାବେ ରହିଥିଲେ।
ସେମାନଙ୍କର ୨ଟି କନ୍ୟାସନ୍ତାନ ଅଛନ୍ତି।
ଷଷ୍ଠୀଧର ସବୁବେଳେ ମଦ ପିଇ ଘରେ ଅଶାନ୍ତି କରୁଥିବାରୁ ଗୀତା ସାହୁପଡ଼ାକୁ ଆସି ରହୁଥିଲା।
ଷଷ୍ଠୀଧର ମଝିରେ ମଝିରେ ଆସି ନିଜ ୨ ଝିଅଙ୍କୁ ଦେଖା କରି ଚାଲି ଯାଉଥିଲେ।
ହେଲେ ପ୍ରତିଥର ସ୍ବାମୀ-ସ୍ତ୍ରୀ ମଧ୍ୟରେ ଝଗଡ଼ା ହେଉଥିଲା।
ଅନ୍ୟପକ୍ଷରେ ଗୀତା ଓ ତା"ର ପଡ଼ୋଶୀ ଟିକନୁ ମଧ୍ୟରେ ଘନିଷ୍ଠତା ବଢ଼ିଥିଲା।
ଟିକନୁ ତା" ସ୍ତ୍ରୀକୁ ଛାଡ଼ି ଏଠାରେ ରହୁଥିଲା।
ଟିକନୁ ଓ ଗୀତା ମଧ୍ୟରେ ପ୍ରେମ ସଂପର୍କ ଥିବା ଜାଣିବା ପରଠାରୁ ଷଷ୍ଠୀଧର କ୍ଷୁବ୍ଧ ଥିଲେ।
ଏହାକୁ ନେଇ ପୂର୍ବରୁ ଟିକନୁ ସହ ତାଙ୍କର ଝଗଡ଼ା ମଧ୍ୟ ହୋଇଥିଲା।
ମଙ୍ଗଳବାର ରାତିରେ ଷଷ୍ଠୀଧର ସାହୁପଡ଼ାକୁ ଆସିଥିବା ବେଳେ ରାତିରେ ଗୀତା ସହ ପୁଣି ପ୍ରବଳ ପାଟିତୁଣ୍ଡ ହୋଇଥିଲା।
ଗୀତାକୁ ଷଷ୍ଠୀଧର ମାଡ଼ ମାରିଥିଲା।
ଏଥିରେ ଉତ୍କ୍ଷିପ୍ତ ହୋଇ ଗୀତା ଓ ଟିକନୁ ମିଳିତ ଭାବେ ଷଷ୍ଠୀଧରକୁ ଆକ୍ରମଣ କରିଥିଲେ।
ଏହି ସମୟରେ ଟିକନୁ ତା" ହାତରେ ପିନ୍ଧିଥିବା ଷ୍ଟିଲ୍ ତିଆରି ୩ଟି ଧାରୁଆ ରିଙ୍ଗ୍ରେ ଷଷ୍ଠୀଧରଙ୍କ ମୁହଁକୁ ମାରିଥିଲା।
ଷଷ୍ଠୀଧର ତଳେ ପଡ଼ିଯିବା ପରେ ଗୀତା ଖଟ ପୁଆରେ ତାଙ୍କ ମୁଣ୍ଡରେ ବାରମ୍ବାର ପ୍ରହାର କରିବାରୁ ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ହୋଇଯାଇଥିଲା।
ରାତିରେ ବର୍ଷା ଲାଗିରହିଥିବାରୁ ଲୋକେ ଘରୁ ବାହାରି ନଥିଲେ।
ଏହାର ସୁଯୋଗ ନେଇ ଟିକନୁ ଓ ଗୀତା ମୃତଦେହକୁ ଟେକିନେଇ ନିକଟସ୍ଥ ଏକ ବିଲରେ ଫିଙ୍ଗି ଦେଇଥିଲେ।
ପରେ ଟିକନୁ ଫେରାର ହୋଇଯାଇଥିଲା।
ରେଙ୍ଗାଲି ଥାନାଧିକାରୀ ସମରେନ୍ଦ୍ର ନାୟକଙ୍କ ନେତୃତ୍ବରେ ୩ଟି ଟିମ୍ ଗଠନ କରାଯାଇ ଉଭୟ ଗୀତା ଓ ଟିକନୁକୁ ରାତାରାତି ଗିରଫ କରାଯାଇଥିଲା।
ଆଜି ଉଭୟଙ୍କୁ କୋର୍ଟଚାଲାଣ କରାଯାଇଛି।
Crime: ଭଦ୍ରକ ଦିନ ଦ୍ୱିପ୍ରହରରେ ମହିଳାଙ୍କ ବେକରୁ ସୁନା ଚେନ୍ ଲୁଟ୍"