Mahandi: ‘ମହାନଦୀ: ବଞ୍ଚିତଙ୍କ ଜୀବନରେଖା’ ଉନ୍ମୋଚିତ
"ଭୁବନେଶ୍ୱର: ଓଡ଼ିଶାର ଜୀବନରେଖା କୁହାଯାଉଥିବା ମହାନଦୀ ଏବେ ଘୋର ସଙ୍କଟ ଦେଇ ଗତି କରୁଛି।
ନଦୀ ଉପରେ ନିର୍ଭର କରି ଚଳୁଥିବା ଗରିବ, ଦଳିତ, ଆଦିବାସୀ ଏବଂ ମହିଳାମାନଙ୍କ ଜୀବିକା ବିପନ୍ନ ହୋଇପଡ଼ିଛି। "ଜନମଙ୍ଗଳ ମହିଳା ସମିତି" ପକ୍ଷରୁ ପ୍ରକାଶିତ ଏକ ନୂତନ ଅଧ୍ୟୟନ ରିପୋର୍ଟ "ମହାନଦୀ: ବଞ୍ଚିତଙ୍କ ଜୀବନରେଖା"ର ଉନ୍ମୋଚନ ଉତ୍ସବରେ ଏଭଳି ମତ ପ୍ରକାଶ ପାଇଛି।Advertisment Poetry rains: କିମାଶ୍ଚର୍ଯ୍ୟମ୍: ବୋମା ବଦଳରେ କବିତା ବର୍ଷା ବୁଦ୍ଧମନ୍ଦିର ପରିସରରେ ଆୟୋଜିତ ଏହି ଉତ୍ସବରେ ସାମାଜିକ କର୍ମୀ, ବୁଦ୍ଧିଜୀବୀ, ପରିବେଶକର୍ମୀ, ଗବେଷକ ଭାବେ ଅରବିନ୍ଦ ବେହେରା, ସୁଦର୍ଶନ ଦାସ, ନିରାକାର ବେଉରିଆ, ଘାସିରାମ ପଣ୍ଡା, ତପନ ପାଢ଼ୀ, ନିରୋଦ ଖୁଣ୍ଟିଆ, ବାଘାମ୍ବର ପଟ୍ଟନାୟକ, ନରେନ୍ଦ୍ର ମହାନ୍ତି, ପ୍ରଫୁଲ୍ଲ ସାମନ୍ତରା ପ୍ରମୁଖ ଯୋଗଦେଇ ମହାନଦୀ ଅବବାହିକାର ଜୀବନ, ଜୀବିକା, ପରିବେଶ ଓ ସାଂସ୍କୃତିକ ଜୀବନଧାରା ଉପରେ ମହାନଦୀର ପ୍ରଭାବକୁ ନେଇ ଆଲୋକପାତ କରିଥିଲେ।
ପୁସ୍ତକର ଅନ୍ୟତମ ଲେଖକ ସନ୍ଦୀପ ପଟ୍ଟନାୟକ ଗତ ଦୁଇ ବର୍ଷ ଧରି ମହାନଦୀ ଅବବାହିକାର ୩୩ଟି ସ୍ଥାନରେ ଲୋକଙ୍କ ସହ ଆଲୋଚନା କରାଯାଇ ଏହି ରିପୋର୍ଟ ପ୍ରସ୍ତୁତ କରାଯାଇଛି ବୋଲି ସୂଚନା ଦେଇଥିଲେ।
ଇଞ୍ଜିନିୟର ଆଶୁତୋଷ ଦାସ ଓ ଗବେଷିକା ଆକାଂକ୍ଷା ମହାପାତ୍ର ପୁସ୍ତକ ସମୀକ୍ଷା କରିଥିଲେ।
ଆଲୋଚକମାନେ ନଦୀ କୂଳରେ ହେଉଥିବା ପାରମ୍ପରିକ ଚାଷ, ବଡ଼ ଜଳସେଚନ ପ୍ରକଳ୍ପ କିଭଳି ଅକାମୀ ହୋଇପଡ଼ିଛି ତାହା ଦର୍ଶାଇଥିଲେ।
India-Ireland 1st T20: ଭାରତ-ଆୟର୍ଲାଣ୍ଡ ପ୍ରଥମ ଟ୍ବେଣ୍ଟି-୨୦ ଆଜି: ବୈଭବଙ୍କ ଉପରେ ନଜର ସେହିପରି ନଦୀ ମୁହାଣ ଓ ଚିଲିକାରେ ପଟୁମାଟି ଜମିବା, ଅଦରକାରୀ ଦଳ ଭର୍ତ୍ତି ହେବା ଏବଂ ବେଆଇନ ଚିଙ୍ଗୁଡ଼ି ଚାଷ ଯୋଗୁ ମତ୍ସ୍ୟଜୀବୀମାନେ ବହୁତ ହନ୍ତସନ୍ତ ହେଉଥିବା ନେଇ ଉମା ଚରଣ ମହାନ୍ତି ,ବିଷ୍ଣୁପ୍ରିୟା ମହାନ୍ତି ଓ ଦୟା ନଦୀ କୂଳିଆ ଗାଁ ସବୁରୁ ଆସିଥିବା ପ୍ରତିନିଧି ଦର୍ଶାଇଥିଲେ।
କାର୍ଯ୍ୟକ୍ରମରେ ମହାନଦୀକୁ ବଞ୍ଚାଇବା ପାଇଁ ଅଧ୍ୟୟନ ରିପୋର୍ଟରେ ମହାନଦୀ ବେସିନ୍ ପରିଷଦ ଗଠନ, ବାଲି ଉଠାଣରେ ନିୟନ୍ତ୍ରଣ, ପରିବେଶ ସୁରକ୍ଷା ଭଳି ୧୦ଟି ମୁଖ୍ୟ ପ୍ରସ୍ତାବ ଦିଆଯାଇଛି।
ସାମାଜିକ କର୍ମୀ ବିଜୟ ପ୍ରଧାନ ଆଲୋଚନାକୁ ସଂଚାଳିତ କରିଥିବା ବେଳେ ସସ୍ମିତା ଜେନା ଧନ୍ୟବାଦ ଦେଇଥିଲେ।"