Why are you suffering! କଥାଟିଏ-ଯାଯାବର: କାହିଁକି କଷ୍ଟ ପାଉଛ!

Sep 01, 2026 - 02:30
Why are you suffering! କଥାଟିଏ-ଯାଯାବର: କାହିଁକି କଷ୍ଟ ପାଉଛ!

"ଜଣେ ଯୁବକ ଗୁରୁ ୟୁଜି କୃଷ୍ଣମୂର୍ତ୍ତିଙ୍କ ପାଖରେ ପହଞ୍ଚି କହିଲା- ମୋ ପତ୍ନୀ କ୍ଷଣକୋପୀ।

କଥା କଥାକେ ରାଗିଯାଏ।

ସେଇ କାରଣରୁ ମୁଁ ଶାନ୍ତିରେ ରହିପାରୁନାହିଁ।

କେମିତି ଶାନ୍ତି ପାଇବି ବାଟ ବତାନ୍ତୁ।Advertisment NBA: ଜାତୀୟ ଜୈବବିବିଧତା ପ୍ରାଧିକରଣରୁ ମିଳିଲା ୫୮ ଲକ୍ଷ ୟୁଜିକେ କହିଲେ- ତୁମେ ନିଜ ପତ୍ନୀଙ୍କୁ ଛାଡ଼ି ଅଲଗା ରହିବାକୁ ଚାହଁ କି?ଯୁବକ କହିଲା- ନା, ସେ କଥା ନୁହେଁ।

ତା" ସହିତ କେମିତି ଶାନ୍ତିରେ ରହିବି ସେ ଉପାୟଟି ଜାଣିବା ଦରକାର।ୟୁଜିକେ କହିଲେ- କେବଳ ତୁମର ନୁହେଁ, ଆମ ସମସ୍ତଙ୍କ ଲାଗି ଦୁଃଖର ମୂଳ କାରଣ ହେଲା ଆମେ ଈଶ୍ବରଙ୍କୁ ସମ୍ମାନ ଦେଉ ନାହେଁ।

ଯୁବକ କହି ଉଠିଲା- ନା ମହାଶୟ ମୁଁ ଈଶ୍ବରଙ୍କୁ ମାନେ।

ତାଙ୍କୁ ପୂଜା କରେ।

ୟୁଜିକେ କହିଲେ- କଥାଟା ବୁଝିପାରିଲ ନାହିଁ।

କଥା ହେଲା, ଈଶ୍ବର ପୃଥିବୀର ସବୁ କିଛି ତିଆରି କରିଛନ୍ତି ଏବ˚ ତାଙ୍କ ନିଜ ବାଟରେ ହିଁ କରିଛନ୍ତି।

କିନ୍ତୁ ଆମେ ସେଥିରେ ସନ୍ତୁଷ୍ଟ ନୁହେଁ।

ଆମେ ପ୍ରତି ଜିନିଷ ନିଜ ମନ ମୁତାବକ ହେଉ ବୋଲି ଚାହୁଁ।

ପୃଥିବୀର ପ୍ରତି ମଣିଷର ଚେହେରା ପରସ୍ପର ଠାରୁ ଅଲଗା।

Climate change: ବିଧାୟକ ସନାତନ ବିଜୁଳିଙ୍କ ଉପସ୍ଥିତିରେ ୫୦୦ରୁ ଊର୍ଦ୍ଧ୍ୱ ଚାରା ରୋପଣ ଓ ବଣ୍ଟନ ଈଶ୍ବର ତାଙ୍କ ବାଟରେ ସମସ୍ତଙ୍କୁ ତିଆରି କରିଛନ୍ତି।

କିନ୍ତୁ ଆମେ ନିଜ ମନ ମୁତାବକ ସୁନ୍ଦର ବା ସୁନ୍ଦରୀ ସାଥୀ ଚାହୁଁ, ନ ପାଇଲେ ଦୁଃଖ କରୁ।

ସେମିତି ପ୍ରତି ମଣିଷର ସ୍ବଭାବ ଅଲଗା।

ତୁମେ ଯେମିତି ଚାହୁଁଛ ତୁମ ପତ୍ନୀ ସେମିତି ହେବ ବୋଲି ଲେଖା ନାହିଁ।

ତୁମର ଯଦି ଈଶ୍ବରଙ୍କ ସୃଷ୍ଟି ପ୍ରତି ସମ୍ମାନ ଥାଆନ୍ତା, ତେବେ ତୁମେ ତାଙ୍କ ସୃଷ୍ଟିକୁ ସେ ଯେମିତି ଗଢ଼ିଛନ୍ତି ସେମିତି ଗ୍ରହଣ କରିପାରନ୍ତ ଏବ˚ ନିଜକୁ ସେଇ ଅନୁସାରେ ବଦଳାଇ ପାରନ୍ତ।

ତୁମେ ସେମିତି କରିପାରୁନାହଁ ବୋଲି କଷ୍ଟ ପାଉଛ।

"

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)