Whatsapp: ହ୍ୱାଟସ୍‌ଆପ୍‌ ଆଣିଲା ନୂଆ ଫିଚର୍: ଦୁଇ ସପ୍ତାହ ପୂର୍ବରୁ କରିପାରିବେ ମେସେଜ୍ ସିଡ୍ୟୁଲ୍

Nov 25, 2026 - 21:52
Whatsapp: ହ୍ୱାଟସ୍‌ଆପ୍‌ ଆଣିଲା ନୂଆ ଫିଚର୍: ଦୁଇ ସପ୍ତାହ ପୂର୍ବରୁ କରିପାରିବେ ମେସେଜ୍ ସିଡ୍ୟୁଲ୍

ନୂଆଦିଲ୍ଲୀ: ଏଣିକି ହ୍ୱାଟସ୍‌ଆପ୍‌ ରେ କାହାକୁ ଜନ୍ମଦିନର ଶୁଭେଚ୍ଛା ଜଣାଇବା ହେଉ କିମ୍ବା କୌଣସି ଜରୁରୀ ସୂଚନା ପଠାଇବା ଭୁଲିଯିବାର ଚିନ୍ତା ଆଉ ରହିବ ନାହିଁ।

ୟୁଜର୍ସ ଙ୍କ ସୁବିଧା ପାଇଁ ମେଟା ମାଲିକାନାଧୀନ ଲୋକପ୍ରିୟ ମେସେଜିଂ ପ୍ଲାଟଫର୍ମ ହ୍ୱାଟସ୍‌ଆପ୍‌ ଏକ ନୂଆ 'ସିଡ୍ୟୁଲ୍ଡ ମେସେଜ୍' ଫିଚର୍ ଆଣିଛି।

ଏହାର ସହାୟତାରେ ୟୁଜର୍ସମାନେ ଦୁଇ ସପ୍ତାହ ପୂର୍ବରୁ ହିଁ ନିଜର ମେସେଜ୍ ସିଡ୍ୟୁଲ୍ କରି ରଖିପାରିବେ ଏବଂ ନିର୍ଦ୍ଧାରିତ ସମୟରେ ତାହା ଆପେ ଆପେ ଡେଲିଭର୍ ହୋଇଯିବ।

Advertisment ନଭେମ୍ବର ୨୫ ତାରିଖରେ ହ୍ୱାଟସ୍‌ଆପ୍‌ ନିଜର ଅଫିସିଆଲ୍ 'ଏକ୍ସ' ଆକାଉଣ୍ଟରେ ଏକ ଟିଜର୍ ଜାରି କରି ଏହି ନୂଆ ଫିଚର୍ ସମ୍ପର୍କରେ ସୂଚନା ଦେଇଛି।

ପୂର୍ବରୁ ଆଣ୍ଡ୍ରଏଡ୍ ଏବଂ ଆଇଓଏସ୍ (iOS)ର କିଛି ବିଟା ୟୁଜର୍ସଙ୍କ ପାଇଁ ଏହାର ପରୀକ୍ଷଣ ଚାଲିଥିବା ବେଳେ ଏବେ ଏହାକୁ ପର୍ଯ୍ୟାୟକ୍ରମେ ସମସ୍ତ ୟୁଜର୍ସଙ୍କ ପାଇଁ ଉପଲବ୍ଧ କରାଯାଉଛି।

ଏହି ଫିଚର୍‌ର ସବୁଠାରୁ ବଡ଼ ବିଶେଷତ୍ୱ ହେଉଛି, ନିର୍ଦ୍ଧାରିତ ସମୟରେ ମେସେଜ୍ ପଠାଇବା ପାଇଁ ୟୁଜର୍ସଙ୍କୁ ଅନ୍‌ଲାଇନ୍ ରହିବା ମଧ୍ୟ ଜରୁରୀ ନୁହେଁ।

ଆହୁରି ପଢନ୍ତୁ: Old Age Home Love Story: ଚର୍ଚ୍ଚାରେ ବୃଦ୍ଧାଶ୍ରମରେ ରହୁଥିବା ୭୫ ବର୍ଷୀୟ କହ୍ନେୟା ଲାଲ୍ ଏବଂ ୬୩ ବର୍ଷୀୟା ସାଭିନାଙ୍କ ବିବାହ କିପରି କରିବେ ମେସେଜ୍ ସିଡ୍ୟୁଲ୍?

ପ୍ରଥମେ ହ୍ୱାଟସ୍‌ଆପ୍‌ରେ ସେହି ବ୍ୟକ୍ତି କିମ୍ବା ଗ୍ରୁପ୍‌ର ଚାଟ୍ ଖୋଲନ୍ତୁ, ଯାହାକୁ ଆପଣ ମେସେଜ୍ ପଠାଇବାକୁ ଚାହୁଁଛନ୍ତି।

ଏହାପରେ ନିଜର ମେସେଜ୍ ଟାଇପ୍ କରନ୍ତୁ କିମ୍ବା ଫଟୋ ଓ ଭିଡିଓ ଆଟାଚ୍ କରନ୍ତୁ।

ବର୍ତ୍ତମାନ 'ସେଣ୍ଡ' (Send) ବଟନ୍‌କୁ କିଛି ସମୟ ପାଇଁ ଚାପି ଧରନ୍ତୁ।

ଏପରି କରିବା ଦ୍ୱାରା ମେସେଜ୍ ସିଡ୍ୟୁଲ୍ କରିବାର ବିକଳ୍ପ ଦେଖାଯିବ।

ସେଠାରେ ନିଜ ସୁବିଧା ଅନୁଯାୟୀ ତାରିଖ ଓ ସମୟ ବାଛନ୍ତୁ।

ରିପୋର୍ଟ ଅନୁଯାୟୀ, ୟୁଜର୍ସମାନେ ସର୍ବନିମ୍ନ ୧୦ ମିନିଟ୍ ଏବଂ ସର୍ବାଧିକ ଦୁଇ ସପ୍ତାହ ପୂର୍ବରୁ ମେସେଜ୍ ସିଡ୍ୟୁଲ୍ କରିପାରିବେ।

ପଠାଇବା ପୂର୍ବରୁ ଡିଲିଟ୍ ମଧ୍ୟ କରିପାରିବେ ଯଦି ଆପଣ କୌଣସି ମେସେଜ୍ ସିଡ୍ୟୁଲ୍ କରିଛନ୍ତି ଏବଂ ପରେ ନିଷ୍ପତ୍ତି ବଦଳାନ୍ତି, ତେବେ ତାହା ଡେଲିଭର୍ ହେବା ପୂର୍ବରୁ ଡିଲିଟ୍ ମଧ୍ୟ କରିପାରିବେ।

ଏଥିପାଇଁ ଚାଟ୍ ଇନ୍‌ଫର୍ମେସନ୍ ସ୍କ୍ରିନ୍‌ରେ ଏକ ସ୍ୱତନ୍ତ୍ର ସେକ୍ସନ୍ ମିଳିବ, ଯେଉଁଠାରେ ପେଣ୍ଡିଂ ସିଡ୍ୟୁଲ୍ ମେସେଜ୍ ଦେଖାଯିବ।

ସେଠାରୁ ମେସେଜ୍ ହଟାଇଲେ ସାମ୍ନା ବ୍ୟକ୍ତିଙ୍କ ପାଖକୁ କୌଣସି ନୋଟିଫିକେସନ୍ ଯିବ ନାହିଁ।

ଅନ୍ୟପକ୍ଷରେ, ଗ୍ରୁପ୍ ଚାଟ୍ କ୍ଷେତ୍ରରେ ଏହି ଫିଚର୍‌ର ଏକ ସ୍ୱତନ୍ତ୍ର ନିୟମ ରହିଛି।

ଗ୍ରୁପ୍‌ରେ ସିଡ୍ୟୁଲ୍ କରାଯାଇଥିବା ମେସେଜ୍ କେବଳ ସେହି ସଦସ୍ୟମାନଙ୍କୁ ହିଁ ମିଳିବ, ଯେଉଁମାନେ ମେସେଜ୍ ସିଡ୍ୟୁଲ୍ ହେବା ସମୟରେ ଗ୍ରୁପ୍‌ରେ ଥିଲେ।

ପରେ ଗ୍ରୁପ୍‌ରେ ଯୋଡ଼ି ହୋଇଥିବା ନୂଆ ସଦସ୍ୟଙ୍କୁ ଏହି ମେସେଜ୍ ଦେଖାଯିବ ନାହିଁ।

ସୁରକ୍ଷିତ ରହିବ ତଥ୍ୟ ଏହି ଫିଚର୍ ମାଧ୍ୟମରେ କେବଳ ଟେକ୍ସଟ୍ ମେସେଜ୍ ନୁହେଁ, ବରଂ ଲିଙ୍କ୍, ଫଟୋ ଏବଂ ଭିଡିଓ ମଧ୍ୟ ସିଡ୍ୟୁଲ୍ କରାଯାଇପାରିବ।

ତେବେ ବର୍ତ୍ତମାନ ପାଇଁ ଡକ୍ୟୁମେଣ୍ଟ ଫାଇଲ୍ ସିଡ୍ୟୁଲ୍ କରିବାର ସୁବିଧା ଦିଆଯାଇନାହିଁ।

ସିଡ୍ୟୁଲ୍ କରାଯାଇଥିବା ସମସ୍ତ ମେସେଜ୍ 'ଏଣ୍ଡ-ଟୁ-ଏଣ୍ଡ ଏନକ୍ରିପ୍ସନ୍' ଦ୍ୱାରା ସମ୍ପୂର୍ଣ୍ଣ ସୁରକ୍ଷିତ ରହିବ ବୋଲି ହ୍ୱାଟସ୍‌ଆପ୍ ସ୍ପଷ୍ଟ କରିଛି।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)