Singapore: ସିଙ୍ଗାପୁର ଯାତ୍ରା କରୁଛନ୍ତି କି? ଜାଣନ୍ତୁ ପାସପୋର୍ଟ ଏବଂ ଭିସା ସମ୍ବନ୍ଧୀୟ ନୂତନ ନିୟମ

Nov 25, 2026 - 19:54
Singapore: ସିଙ୍ଗାପୁର ଯାତ୍ରା କରୁଛନ୍ତି କି? ଜାଣନ୍ତୁ ପାସପୋର୍ଟ ଏବଂ ଭିସା ସମ୍ବନ୍ଧୀୟ ନୂତନ ନିୟମ

ନୂଆଦିଲ୍ଲୀ: ବିଦେଶ ଭ୍ରମଣ ପାଇଁ ଭାରତୀୟ ପର୍ଯ୍ୟଟକ ଙ୍କ ମଧ୍ୟରେ ସିଙ୍ଗାପୁର ଏକ ଅତି ଲୋକପ୍ରିୟ ଗନ୍ତବ୍ୟସ୍ଥଳ।

ସିଙ୍ଗାପୁର ପର୍ଯ୍ୟଟନ ବୋର୍ଡର ରିପୋର୍ଟ ଅନୁଯାୟୀ, ସେଠାକୁ ଆସୁଥିବା ଅନ୍ତର୍ଜାତୀୟ ପର୍ଯ୍ୟଟକଙ୍କ ମଧ୍ୟରେ ଭାରତୀୟଙ୍କ ଭାଗ ପ୍ରାୟ ୭.୧ ପ୍ରତିଶତ।

ଯଦି ଆପଣ ମଧ୍ୟ ସିଙ୍ଗାପୁର ଯିବାକୁ ଯୋଜନା କରୁଛନ୍ତି,ତେବେ ଇମିଗ୍ରେସନ୍ ଏବଂ ଚେକ୍ ପଏଣ୍ଟ୍ସ ଅଥରିଟି (ICA) ତଥା ସିଙ୍ଗାପୁର ହାଇକମିଶନଙ୍କ ଦ୍ୱାରା ଜାରି କରାଯାଇଥିବା ନିୟମଗୁଡ଼ିକୁ ଜାଣିବା ଅତ୍ୟନ୍ତ ଜରୁରୀ।

Advertisment ୧.

ପାସପୋର୍ଟର ବୈଧତା: ସିଙ୍ଗାପୁରରେ ପହଞ୍ଚିବା ତାରିଖଠାରୁ ଆପଣଙ୍କ ଭାରତୀୟ ପାସପୋର୍ଟର ଅତିକମରେ ୬ ମାସର ବୈଧତା ରହିବା ବାଧ୍ୟତାମୂଳକ ଅଟେ।

ଯଦି ପାସପୋର୍ଟର ମିଆଦ ଏହାଠାରୁ କମ୍ ଥାଏ, ତେବେ ଏୟାରଲାଇନ୍ସ କର୍ତ୍ତୃପକ୍ଷ ଆପଣଙ୍କୁ ବିମାନରେ ଚଢ଼ିବାରୁ ବାରଣ କରିପାରନ୍ତି ଏବଂ ଇମିଗ୍ରେସନ୍ ଅଧିକାରୀ ମଧ୍ୟ ଦେଶରେ ପ୍ରବେଶ ଅନୁମତି ଦେବାକୁ ମନା କରିପାରନ୍ତି।

ଏହା ସହିତ ପାସପୋର୍ଟ ଭଲ ଅବସ୍ଥାରେ ଥିବା ଏବଂ ସେଥିରେ ଥିବା ବ୍ୟକ୍ତିଗତ ତଥ୍ୟଗୁଡ଼ିକ ଭିସା ଓ ଫ୍ଲାଇଟ୍ ଟିକେଟ ସହ ମେଳ ଖାଉଥିବା ଆବଶ୍ୟକ।

ଆହୁରି ପଢନ୍ତୁ: Miss Universe 2026: ମିସ୍‌ ୟୁନିଭର୍ସ-୨୦୨୬: ଶ୍ରେଷ୍ଠ ୧୨ରୁ ବାଦ୍ ପଡ଼ିଲେ ଭାରତୀୟ ପ୍ରତିଯୋଗୀ ୨.

ଭିସା ଶୁକ୍ଳ ଓ ଆବେଦନ ପ୍ରକ୍ରିୟା:ଭାରତୀୟ ନାଗରିକମାନଙ୍କୁ ସିଙ୍ଗାପୁର ପ୍ରବେଶ ପାଇଁ ପୂର୍ବରୁ ଭିସା ପ୍ରାପ୍ତ କରିବାକୁ ପଡ଼ିବ।

ଏହାର ସରକାରୀ ପ୍ରୋସେସିଂ ଶୁକ୍ଳ ୩୦ ସିଙ୍ଗାପୁର ଡଲାର (ଭାରତୀୟ ମୁଦ୍ରାରେ ପ୍ରାୟ ₹୨,୧୦୦) ହୋଇଥିବାବେଳେ ଅଧିକୃତ ଭିସା ଏଜେଣ୍ଟମାନେ ପ୍ରତି ଆବେଦନ ପାଇଁ ଅତିରିକ୍ତ ₹୧,୩୦୦ ପର୍ଯ୍ୟନ୍ତ ସେବା ଶୁକ୍ଳ ଗ୍ରହଣ କରିଥାଆନ୍ତି।

ଆହୁରି ପଢନ୍ତୁ: Congress: 'ଡାଏନୋସର ଫେରିଆସିବ ପଛେ କଂଗ୍ରେସ ଫେରିପାରିବ ନାହିଁ' ୩.

୯୬ ଘଣ୍ଟାର ଭିସା-ମୁକ୍ତ ଟ୍ରାଞ୍ଜିଟ୍ ସୁବିଧା : କେତେକ ନିର୍ଦ୍ଦିଷ୍ଟ ସର୍ତ୍ତ ଆଧାରରେ ଭାରତୀୟ ନାଗରିକମାନେ ୯୬ ଘଣ୍ଟା ପର୍ଯ୍ୟନ୍ତ ଭିସା-ମୁକ୍ତ ଟ୍ରାଞ୍ଜିଟ୍ ସୁବିଧାର ଲାଭ ଉଠାଇପାରିବେ।

ଯଦି ଆପଣ କୌଣସି ତୃତୀୟ ଦେଶକୁ ଯାଉଛନ୍ତି ଏବଂ ସିଙ୍ଗାପୁରରୁ ଫେରିବା ବା ଯିବା ସମୟରେ ସେଠାରେ ଅଳ୍ପ ସମୟ ପାଇଁ ଅଟକନ୍ତି, ତେବେ ଏହି ସୁବିଧା ମିଳିପାରେ।

କିନ୍ତୁ ଏହି ଅବଧିକୁ ଆଗକୁ ବଢ଼ାଯାଇପାରିବ ନାହିଁ।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)