Western Odisha is alarming: ପଶ୍ଚିମ ଓଡ଼ିଶାରେ ସ୍ଥିତି ଉଦ୍‌ବେଗଜନକ: ୨ବର୍ଷରେ ୧୦୦ ଦାଦନଙ୍କ ମୃତ୍ୟୁ

Jun 09, 2026 - 05:51
Western Odisha is alarming: ପଶ୍ଚିମ ଓଡ଼ିଶାରେ ସ୍ଥିତି ଉଦ୍‌ବେଗଜନକ: ୨ବର୍ଷରେ ୧୦୦ ଦାଦନଙ୍କ ମୃତ୍ୟୁ

"ଦେବବ୍ରତ ଗଡ଼ତିଆ ରାଉରକେଲା: ଗତ ଜାନୁଆରି ୧୮ ତାରିଖରେ କେରଳର ଏର୍ଣ୍ଣାକୁଲମ ଜିଲ୍ଲା ପେରୁମ୍ବାଭୁରର ଏକ ପ୍ଲାଏଉଡ୍‌ ଫ୍ୟାକ୍ଟ୍ରିରେ କାର୍ଯ୍ୟରତ ଥିବାବେଳେ ସୁନ୍ଦରଗଡ଼ ରାଜଗାଙ୍ଗପୁର ବ୍ଲକ୍‌ର ସୁନୀଲ ଟପ୍ପୋ (୨୬)ଙ୍କ ମୃତ୍ୟୁ ଘଟିଥିଲା।

ପ୍ଲାଏଉଡ୍ କାଟିବା ମେସିନ୍‌ରେ କାମ କରୁଥିବା ବେଳେ ବିଦ୍ୟୁତ୍‌ ସର୍ଟସର୍କିଟ୍‌ କାରଣରୁ ସେ ଆଖି ବୁଜିଦେଇଥିଲେ।

ସେହିଭଳି ୨୦୨୫ ଅଗଷ୍ଟ ୧୫ରେ ବେଙ୍ଗାଲୁରୁରେ ହେମଗିର ବ୍ଲକ୍‌ର ରାଜମିସ୍ତ୍ରି ସହାୟକ ଅମିତ କୁଜୁର (୩୧)ଙ୍କ ମୃତ୍ୟୁ ଘଟିଥିଲା।

କାର୍ଯ୍ୟରତ ସମୟରେ ଅମିତ ୬ ମହଲା ଉପରୁ ପଡ଼ିଯାଇଥିଲେ।

ଏଭଳି ଦାଦନ ମୃତ୍ୟୁ ଘଟଣା ଉଦ୍‌ବେଗଜନକ ସ୍ଥିତି ସୃଷ୍ଟି କରିଛି।

ଗତ ଦୁଇ ବର୍ଷରେ ପଶ୍ଚିମ ଓଡ଼ିଶାର ୧୦ଟି ଜିଲ୍ଲାରେ ପ୍ରାୟ ୧୦୦ ଜଣ ଦାଦନ ଶ୍ରମିକଙ୍କୁ ମୃତ୍ୟୁ ହୋଇଛି।

୨୦୨୪ ଓ ୨୦୨୫ ବର୍ଷରେ ସୁନ୍ଦରଗଡ଼ ଜିଲ୍ଲାର ମୋଟ ୧୦ ଜଣ ଦାଦନ ଶ୍ରମିକଙ୍କ ମୃତ୍ୟୁ ହୋଇଛି।

୨୦୨୪ରେ ୨ ଜଣ ଓ ୨୦୨୫ରେ ୮ ଜଣଙ୍କ ମୃତ୍ୟୁ ହୋଇଥିବା ଜଣାପଡ଼ିଛି।Advertisment China: କିମ୍‌ଙ୍କୁ ଜିନପିଙ୍ଗ୍‌ଙ୍କ ଦୃଢ଼ ପ୍ରତିଶ୍ରୁତି; ସଂପର୍କକୁ ନୂଆ ଶିଖରକୁ ନିଆଯିବ ସେହିଭଳି ବଲାଙ୍ଗୀର ଜିଲ୍ଲାରେ ଗତ ୨ବର୍ଷରେ ୩୪ ଜଣ ଦାଦନ ଶ୍ରମିକଙ୍କ ମୃତ୍ୟୁ ହୋଇଥିବାବେଳେ କଳାହାଣ୍ଡିର ୨୭ ଜଣ, ବରଗଡ଼ର ୫ ଜଣ, ବୌଦ୍ଧର ୫ ଜଣ, ଦେବଗଡ଼ର ୨ଜଣ, ଝାରସୁଗୁଡ଼ାର ୧, ନୂଆପଡ଼ାର ୬ ଜଣ, ସମ୍ବଲପୁରର ୩ ଜଣ ଓ ସୋନପୁରର ୭ ଜଣ ଦାଦନ ଶ୍ରମିକଙ୍କ ମୃତ୍ୟୁ ଘଟିଛି।

ତେବେ ମୃତକଙ୍କ ପରିବାରକୁ ମୁଖ୍ୟମନ୍ତ୍ରୀ ରିଲିଫ୍‌ ପାଣ୍ଠି କିମ୍ବା ରେଡ୍‌କ୍ରସ୍‌ ପକ୍ଷରୁ ଅନୁକମ୍ପାମୂଳକ ଆର୍ଥିକ ସହାୟତା ପ୍ରଦାନରେ ଅହେତକୁ ବିଳମ୍ବ ଘଟୁଛି।

ଫେବ୍ରୁଆରି ସୁଦ୍ଧା ମିଳିଥିବା ତଥ୍ୟ ଅନୁସାରେ, କେବଳ ୬୨ ଜଣ ମୃତକଙ୍କ ପରିବାରକୁ ଆର୍ଥିକ ସହାୟତା ମିଳିଛି।

ସୁନ୍ଦରଗଡ଼ ଜିଲ୍ଲାରେ କେବଳ ୫ଟି ପରିବାରକୁ ସହାୟତା ମିଳିଥିବାବେଳେ ବରଗଡ଼ ଜିଲ୍ଲାର ୧ ପରିବାର, ବଲାଙ୍ଗୀରରେ ୧୫ ପରିବାର, ବୌଦ୍ଧରେ ୪, ଦେବଗଡ଼ରେ ୨, କଳାହାଣ୍ଡିରେ ୩୦ ଓ ସୋନପୁରର ୫ଟି ପରିବାର ସରକାରୀ ସହାୟତା ପାଇଛନ୍ତି।

ସ୍ଥାୟୀ ରୋଜଗାର ଓ କୃଷି କ୍ଷେତ୍ରରେ ସଂକଟ ଯୋଗୁ ଜିଲ୍ଲାର ହଜାର ହଜାର ଆଦିବାସୀ ଓ ଗରିବ ଯୁବକ ଗୋଆ, କେରଳ, ତାମିଲନାଡୁ, ଗୁଜରାଟ, ଆନ୍ଧ୍ରପ୍ରଦେଶ ଭଳି ରାଜ୍ୟକୁ କାମ ଅନ୍ୱେଷଣରେ ଯାଉଛନ୍ତି।

ସେଠାରେ ବିନା ସୁରକ୍ଷା ଉପକରଣରେ କାର୍ଯ୍ୟରେ ନିୟୋଜିତ କରାଯାଉଛି।

ଇଟାଭାଟି ତଥା ଅଣପଞ୍ଜୀକୃତ ଶିଳ୍ପରେ ଦିନକୁ ୧୪ ରୁ ୧୬ ଘଣ୍ଟା କଠିନ ପରିଶ୍ରମ କରୁଛନ୍ତି।

ଫଳରେ ସ୍ୱାସ୍ଥ୍ୟଗତ ସମସ୍ୟା, ଶ୍ରମିକ ଶିବିରରେ ଖରାପ ଖାଦ୍ୟପେୟ, ପ୍ରଦୂଷଣ ଯୋଗୁ ଟିବି ଓ ଶ୍ୱାସକ୍ରିୟା ଜନିତ ରୋଗରେ ଆକ୍ରାନ୍ତ ହୋଇ ଅକାଳରେ ମୃତ୍ୟୁବରଣ କରୁଛନ୍ତି।

Environment: "ପରିବେଶ ଅନୁକୂଳ ବିକାଶକୁ ପ୍ରାଥମିକତା ଦିଆଯାଉ""

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।