Modi: ଐତିହାସିକ କୀର୍ତ୍ତିମାନ ସ୍ଥାପନ କରିବେ ମୋଦୀ: ନେହରୁଙ୍କ କାର୍ଯ୍ୟକାଳ ସହ ଆଜି ସମାନ ହେବ

Jun 09, 2026 - 05:51
Modi: ଐତିହାସିକ କୀର୍ତ୍ତିମାନ ସ୍ଥାପନ କରିବେ ମୋଦୀ: ନେହରୁଙ୍କ କାର୍ଯ୍ୟକାଳ ସହ ଆଜି ସମାନ ହେବ

"ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଉ ଦିନକ ପରେ ଅର୍ଥାତ୍‌ ଜୁନ ୧୦ରେ ନିର୍ବାଚିତ ପ୍ରଧାନମନ୍ତ୍ରୀ ଭାବେ ଲଗାତାର ସର୍ବାଧିକ ସମୟ କାର୍ଯ୍ୟ କରିବାର ସୌଭାଗ୍ୟ ଅର୍ଜନ କରିବେ।

ଆସନ୍ତାକାଲି (ଜୁନ ୯) ତାଙ୍କର କାର୍ଯ୍ୟକାଳ ନିର୍ବାଚିତ ପ୍ରଧାନମନ୍ତ୍ରୀ ଭାବେ ଜବାହରଲାଲ ନେହରୁଙ୍କ କାର୍ଯ୍ୟକାଳ ସହ ସମାନ ହେବ।

ନେହରୁ ପ୍ରଥମ ପ୍ରଧାନମନ୍ତ୍ରୀ ଭାବେ ନିର୍ବାଚିତ ହୋଇ ଲଗାତାର ୪୩୯୮ ଦିନ କ୍ଷମତାରେ ରହିଥିଲେ।

କିନ୍ତୁ ଜୁନ ୧୦ ତାରିଖରେ ମୋଦୀ ଲଗାତାର ୪୩୯୯ ଦିନ ପ୍ରଧାନମନ୍ତ୍ରୀ ଭାବେ କାର୍ଯ୍ୟ କରିବାର ସୁଯୋଗ ପାଇ ଭାରତୀୟ ରାଜନୀତିରେ ନୂଆ ଇତିହାସ ରଚିବେ।Advertisment PM Modi: ଜୁନ୍‌ ୧୦ରେ ମୋଦୀ ହେବେ ଦେଶର ସର୍ବାଧିକ ସମୟ ପାଇଁ ନିର୍ବାଚିତ ପ୍ରଧାନମନ୍ତ୍ରୀ ଉଲ୍ଲେଖଯୋଗ୍ୟ, ୧୯୪୭ ଅଗଷ୍ଟ ୧୫ରେ ଭାରତ ସ୍ବାଧୀନ ହେଲା।

ଦେଶର ଅନ୍ତରୀଣ ପ୍ରଧାନମନ୍ତ୍ରୀ ଜବାହରଲାଲ ନେହରୁ ହେଲେ।

କିନ୍ତୁ ଦେଶର ପ୍ରଥମ ନିର୍ବାଚନ ୧୯୫୧-୫୨ ମସିହାରେ ହୋଇଥିଲା।

୧୯୫୨ ଏପ୍ରିଲ ୧୭ରେ ପ୍ରଥମ ଲୋକସଭା ଆନୁଷ୍ଠାନିକ ଭାବେ ଗଠନ ହୋଇଥିଲା।

ନୂଆ ଲୋକସଭାର ପ୍ରଥମ ବୈଠକ ୧୯୫୨ ମେ ୧୩ ତାରିଖରେ ହୋଇଥିଲା।

ସେହିଦିନ ପଣ୍ଡିତ ନେହରୁ ଦେଶର ନିର୍ବାଚିତ ପ୍ରଧାନମନ୍ତ୍ରୀ ଭାବେ ପଦ ଓ ଗୋପନୀୟତାର ଶପଥ ନେଇଥିଲେ।

ତେଣୁ ନିର୍ବାଚିତ ପ୍ରଧାନମନ୍ତ୍ରୀ ଭାବେ ନେହରୁଙ୍କ କାର୍ଯ୍ୟକାଳ ସେହି ଦିନଠାରୁ ଆରମ୍ଭ ବୋଲି ରାଜନୈତିକ ସମୀକ୍ଷକ ଓ ଐତିହାସିକମାନେ ବିବେଚନା କରନ୍ତି।

Narendra Modi: ମୋଦୀଙ୍କ ୫ ରାଷ୍ଟ୍ର ଗସ୍ତରୁ ୪୦ ବିଲିଅନ ଡଲାର ନିବେଶ ପ୍ରସ୍ତାବ ଅନ୍ୟପକ୍ଷରେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ପ୍ରଧାନମନ୍ତ୍ରିତ୍ବ କାର୍ଯ୍ୟକାଳ ୨୦୧୪ ମେ ୨୬ ତାରିଖରୁ ଆରମ୍ଭ ହୋଇଛି।

୨୦୧୪ ପରେ ୨୦୧୯ ଓ ୨୦୨୪ ସାଧାରଣ ନିର୍ବାଚନରେ ସେ ଲୋକସଭାକୁ ନିର୍ବାଚିତ ହୋଇ ୩ ଥର ଲଗାତାର ପ୍ରଧାନମନ୍ତ୍ରୀ ପଦରେ ଆସୀନ ହୋଇ ଦେଶକୁ ଶାସନ କରି ଆସୁଛନ୍ତି।

କରୋନା ମହାମାରୀ ଓ ଅନ୍ୟାନ୍ୟ ପ୍ରତିକୂଳ ପରିସ୍ଥିତି ସତ୍ତ୍ବେ ସେ କ୍ଷମତା ବଜାୟ ରଖିବାରେ ସଫଳ ହୋଇଛନ୍ତି।

ସତ୍ତାବିରୋଧୀ ହାୱା ସତ୍ତ୍ବେ ମୋଦୀ ଦେଶର ଲୋକପ୍ରିୟ ନେତା ଭାବେ ପ୍ରଧାନମନ୍ତ୍ରୀ ପଦରେ ରହି କାର୍ଯ୍ୟ କରି ଆସୁଛନ୍ତି।

କିନ୍ତୁ ୧୯୪୭ ମସିହାରୁ ଦେଖିଲେ ପ୍ରଧାନମନ୍ତ୍ରୀ ଭାବେ ନେହରୁଙ୍କ ମୋଟ କାର୍ଯ୍ୟକାଳ ହେଉଛି ୧୬ ବର୍ଷ ୨୮୬ ଦିନ।

ତେଣୁ ନେହରୁଙ୍କ ସେହି ରେକର୍ଡ ଭାଙ୍ଗିବା ପାଇଁ ମୋଦୀଙ୍କୁ ୨୦୨୯ ନିର୍ବାଚନରେ ଜିତି ପ୍ରଧାନମନ୍ତ୍ରୀ ହେବାର ଆବଶ୍ୟକତା ରହିଛି ବୋଲି ରାଜନୈତିକ ସମୀକ୍ଷକମାନେ ମତ ଦେଇଛନ୍ତି।"

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।