Road Accident: ଦୁର୍ଘଟଣାରେ ପ୍ରାଣ ହାରିଲେ ବାପା-୨ପୁଅ, ବଡ଼ପୁଅ ସହ ଜୀବନ ସହ ସଂଘର୍ଷ କରୁଛନ୍ତି ମା’
"ରାଇଘର (ଦେବେନ୍ଦ୍ର ମିଶ୍ର): ନବରଙ୍ଗପୁର ଜିଲ୍ଲା ରାଇଘର ବ୍ଲକ ଦେଓଭରଣ୍ଡୀ (ଆଦିବାସୀ) ଠାରେ ରବିବାର ସନ୍ଧ୍ୟାରେ ଘଟିଥିବା ସଡ଼କ ଦୁର୍ଘଟଣାରେ ସମ୍ପର୍କୀୟ ଏବଂ ଗ୍ରାମବାସୀ ରାସ୍ତାରୁ ଶବ ହଟିବାକୁ ଦେଇ ନଥିଲେ l କ୍ଷତି ପୂରଣ ଦାବି କରି ରାତି ତମାମ ନିଆଁ ଜାଳି ରାସ୍ତାରୋକ କରିଥିଲେ l ଶେଷରେ ଟ୍ରକ ମାଲିକ ପକ୍ଷରୁ ୪ଲକ୍ଷ ଟଙ୍କା ସହାୟତା ରାଶି ପ୍ରଦାନ କରିବା ପରେ ଭୋର ସାଢେ ୪ଟା ସମୟରେ ରାସ୍ତାରୋକ ହଟିଥିଲାl ପୁଲିସ ଶବ ଜବତ କରି ଆଜି ବ୍ୟବଛେଦ ପରେ ସମ୍ପର୍କୀୟଙ୍କୁ ହସ୍ତାନ୍ତର କରିବା ସହିତ ଦୁର୍ଘଟଣା ଘଟାଇଥିବା ଟ୍ରକ ଡ୍ରାଇଭରକୁ ଗିରଫ କରି ତଦନ୍ତ ଚଳାଇଛିlAdvertisment ପ୍ରକୃତରେ ବିଧିର ଯାହା ବିଧାନ କେହି ବଦଳାଇ ପାରିବେ ନାହିଁl ଏହି ପ୍ରବାଦର ଏକ ଜ୍ୱଳନ୍ତ ଉଦାହରଣ ଗତକାଲିର ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରୁ ସହଜରେ ପ୍ରମାଣିତ ହୋଇଛିl ଏହି ଦୁର୍ଘଟଣାରେ ହସ ଖୁସିର ପରିବାର କିଭଳି ନିମିଷକେ ଚରୁମାର ହୋଇଛି ତାହା ଭାବିଲେ ଛାତି ଥରି ଉଠୁଛିl ନିଜର ଭିଟାମାଟି ତଥା ପୁରୁଣା ଘର ହିରି ଗ୍ରାମକୁ ବୁଲିବାକୁ ଆସିଥିବା ବଳରାମ ଗଣ୍ଡଙ୍କ ପରିବାର ଖୁସି ଖୁସିରେ ନିଜ ଘରକୁ ଫରୁଥିବା ବେଳେ କେହି ଜାଣିନଥିଲେ ଯେ ବାଟ ଓଗାଳି କାଳ ବସିଛି ବୋଲିl ଅପରାହ୍ନ ସମୟରେ ବଳରାମ ନିଜ ବାଇକରେ ତିନି ପୁଅ ସହିତ ପତ୍ନୀକୁ ନେଇଘରକୁ ଯିବା ବାଟରେ ଏକ ଟ୍ରକ ତଳେ ଫସିଯାଇଥିଲେl କିଛି ବୁଝିବା ଆଗରୁ ନିମିଷକେ ସବୁକିଛି ଶେଷ ହୋଇଯାଇଥିଲାl ଘଟଣା ସ୍ଥଳରେ ହିଁ ସମସ୍ତ ପରିବାର ଛାରଖାର ହୋଇ ଯାଇଥିଲାl ରାସ୍ତାରେ କ୍ଷତ ବିକ୍ଷତ ଅବସ୍ଥାରେ ସମସ୍ତ ପରିବାର ନିସ୍ତେଜ ହୋଇ ପଡିଥିଲାl ଆନ୍ଧ୍ରରେ କୋଭିଡ୍ ସଂକ୍ରମଣ: ୨ ମୃତ ଓ ୮ ଆକ୍ରାନ୍ତ, ଓଡ଼ିଶାରେ ସତର୍କତାମୂଳକ ପଦକ୍ଷେପ ପ୍ରଥମେ ୭ ବର୍ଷର ପୁଅର ଚେତା ଆସିବା ପରେ ସେ କାନ୍ଦି କାନ୍ଦି ଠିଆ ହେବାକୁ ଚେଷ୍ଟା କରିଥିଲେ ସୁଦ୍ଧା ଗୋଟାଏ ଗୋଡ଼ ଭାଙ୍ଗି ଯାଇଥିବା ଯୋଗୁଁ ସେ ପୁଣିଥରେ ରାସ୍ତାରେ ପଡିଯାଇଥିଲାl ଘଟଣା ଘଟିବା ପରେ ଆଖପାଖ ଅଂଚଳର ଲୋକଙ୍କ ଭିଡ଼ ଜମିଥିଲାl ରାସ୍ତାରେ ପଡ଼ି ରହିଥିବା ପ୍ରତ୍ୟେକ ସଦସ୍ୟ ନିକଟକୁ ଯାଇ କିଛି ଲୋକ ଅନୁଧ୍ୟାନ କରିବା ବେଳକୁ ପରିବାର ମୁଖ୍ୟ ବଳରାମ ଏବଂ ତାଙ୍କ ୩ ଓ ୫ ବର୍ଷର ପୁଅ ମୃତ୍ୟୁବରଣ କରିସାରିଥିଲେl ଟ୍ରକ ଡ୍ରାଇଭର ଗିରଫ ବଳରାମଙ୍କ ପତ୍ନୀଙ୍କର ଚେତା ଆସିବା ବେଳକୁ ତାଙ୍କ ଡାହାଣ ହାତ ଭାଙ୍ଗି ଯାଇଥିବା ଜାଣିପାରିଥିଲେl ଗୁରୁତର ଅବସ୍ଥାରେ ମାଆ ଏବଂ ପୁଅକୁ ହାଟଭରାଣ୍ଡି ମେଡିକାଲକୁ ନିଆ ଯାଇଥିଲା କିନ୍ତୁ ମାଆର ହାତ ଏବଂ ପୁଅର ଗୋଟିଏ ଗୋଡ଼ର ହାଡ଼ ଭାଙ୍ଗି ଚୁନା ହୋଇଥିବା ଦେଖି ଡାକ୍ତର କୋରାପୁଟ ମେଡିକାଲକୁ ନେଇଯିବାକୁ ପରାମର୍ଶ ଦେଇଥିଲେl ସେମାନେ ଏଵେ ଡାକ୍ତରଖାନାରେ ଜୀବନ ସହିତ ସଂଘର୍ଷ କରୁଥିବା ଜଣାପଡ଼ିଛିl "
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।