Weather: ବ୍ରିକ୍ସ ସମ୍ମିଳନୀ ପୂର୍ବରୁ ପ୍ରବଳ ବର୍ଷାରେ ଦିଲ୍ଲୀ ବେହାଲ

Sep 04, 2026 - 23:29
Weather: ବ୍ରିକ୍ସ ସମ୍ମିଳନୀ ପୂର୍ବରୁ ପ୍ରବଳ ବର୍ଷାରେ ଦିଲ୍ଲୀ ବେହାଲ

"ନୂଆଦିଲ୍ଲୀ: ଦିଲ୍ଲୀ-ଏନ୍‌ସିଆର୍‌ରେ ଆଜି ପ୍ରବଳ ବର୍ଷା ଜଳବନ୍ଦୀ ସମସ୍ୟା ସୃଷ୍ଟି କରିଛି।

ରାସ୍ତାଘାଟ ପାଣିରେ ବୁଡ଼ିଯିବା ସହ ଟ୍ରାଫିକ୍‌ଜାମ୍‌ ସମସ୍ୟା ଉପୁଜିଛି ଏବଂ ବିମାନ ଚଳାଚଳ ବାଧାପ୍ରାପ୍ତ ହୋଇଛି।

ଭାରତୀୟ ପାଣିପାଗ ବିଭାଗ ମଧ୍ୟ ଦିଲ୍ଲୀରେ ପ୍ରବଳ ବର୍ଷା, ଝଡ଼ତୋଫାନ, ବଜ୍ରପାତ ହେବା ନେଇ ରେଡ୍‌ ଆଲର୍ଟ ଜାରି କରିଛି।

ତେବେ ଦିଲ୍ଲୀ ଆସନ୍ତା ସେପ୍ଟେମ୍ବର ୧୨ ଓ ୧୩ ତାରିଖରେ ଅଷ୍ଟାଦଶ ବ୍ରିକ୍ସ ସମ୍ମିଳନୀ ଆୟୋଜନ କରିବାକୁ ଯାଉଥିବାବେଳେ ଏହା ପୂର୍ବରୁ ଆଜି ଗୋଟିଏ ଦିନର ବର୍ଷାରେ ଦିଲ୍ଲୀ ଏଭଳି ବେହାଲ୍‌ ହୋଇଯାଇଛି।

କର୍ତ୍ତୃପକ୍ଷ ସମ୍ମିଳନୀ ପାଇଁ ପ୍ରସ୍ତୁତ ହେଉଥିବାବେଳେ ଏହି ବର୍ଷା ସମସ୍ୟା ସୃଷ୍ଟି କରିଛି।Advertisment କିଛି ଘଣ୍ଟା ଧରି ପ୍ରବଳ ବର୍ଷା ଯୋଗୁ କନ୍ନଟ ପ୍ଲେସ୍‌, ଆକବର୍‌ ରୋଡ୍‌, ଲଜପତ ନଗର ଓ ଇନ୍ଦିରା ଗାନ୍ଧୀ ଅନ୍ତର୍ଜାତୀୟ ବିମାନବନ୍ଦର ପାର୍ଶ୍ବ ଅଞ୍ଚଳ ଜଳମଗ୍ନ ହୋଇଯାଇଛି।

ବିମାନବନ୍ଦର ପରିସରରେ ଗୋଇଠି ବୁଡ଼ିବା ଭଳି ପାଣି ଜମିଥିବା ବିଭିନ୍ନ ଭିଡିଓରୁ ଦେଖିବାକୁ ମିଳିଛି।

Flood in Odisha: ଜଳବନ୍ଦୀ ଗାଁର ନିରୀକ୍ଷଣ କଲେ ଜିଲ୍ଲାପାଳ, ତୁରନ୍ତ ରିପୋର୍ଟ ଦେବାକୁ ନିର୍ଦ୍ଦେଶ ମହୀପାଲପୁର ଅଞ୍ଚଳରେ ପ୍ରବଳ ବର୍ଷା ଯୋଗୁ ରାସ୍ତାଘାଟ ଜଳମଗ୍ନ ହୋଇଥିବାରୁ ପିଲାମାନଙ୍କୁ ବିଭିନ୍ନ ସ୍ଥାନରେ ପହଁରୁଥିବା ଦେଖିବାକୁ ମିଳିଛି।

ସେହିପରି ଗାଜିଆବାଦରେ ମଧ୍ୟ ପ୍ରବଳ ବର୍ଷା ଲାଗି ରହିଛି।

ପ୍ରବଳ ବର୍ଷା ଯୋଗୁ ଦିଲ୍ଲୀରେ ବିମାନ ଚଳାଚଳ ବାଧାପ୍ରାପ୍ତ ହୋଇଛି।

ଅପରାହ୍ଣ ୩ଟା ୩୦ରୁ ୪ଟା ୩୦ ମଧ୍ୟରେ ଦିଲ୍ଲୀରେ ୯ଟି ବିମାନର ଦିଗ ପରିବର୍ତ୍ତନ କରାଯାଇଛି।

ଶୁକ୍ରବାର ଦିଲ୍ଲୀ ବିମାନବନ୍ଦରରେ ୪୦୦ରୁ ଅଧିକ ବିମାନ ବିଳମ୍ବ ହୋଇଥିଲା।

"

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)