Waterfall in Flood Fury: ମାଡ଼ି ଆସିଲା ବନ୍ୟା ପାଣି, ‍ବୁଡିଗଲା ଶିବ ମନ୍ଦିର

Jul 07, 2026 - 12:54
Waterfall in Flood Fury: ମାଡ଼ି ଆସିଲା ବନ୍ୟା ପାଣି, ‍ବୁଡିଗଲା ଶିବ ମନ୍ଦିର

ଝାରସୁଗୁଡାର ପ୍ରସିଦ୍ଧ ପର୍ଯ୍ୟଟନସ୍ଥଳୀ ତଥା ଶୈବପୀଠ କୋଇଲିଘୁଘର ଜଳପ୍ରପାତରେ ବନ୍ୟା ପରିସ୍ଥିତି। ଉପର ମୁଣ୍ଡରେ ଲଗାଣ ବର୍ଷାରୁ କୋଇଲିଘୁଘରରେ ଜଳସ୍ତର ବିପଦ ସଙ୍କେତ ଉପରେ ପ୍ରବାହିତ ହେଉଛି। ବର୍ଷା ଜଳରେ ସମ୍ପୂର୍ଣ୍ଣ ବୁଡ଼ି ଯାଇଛି ଶୈବପୀଠ। ପୀଠ ମଧ୍ୟରେ ଥିବା ପବିତ୍ର ଶିବଲିଙ୍ଗ ଓ ମନ୍ଦିରର ବହୁ ଅଂଶ ଏବେ ପାଣି ଭିତରେ ବୁଡ଼ି ରହିଛି। 

ପାହାଡରୁ ବାହାରିଥିବା ଏହି ଜଳଧାରା ବର୍ତ୍ତମାନ ଭୟଙ୍କର ରୂପ ନେଇଛି। ବନ୍ୟା ଜଳ ସିଧାସଳଖ ଯାଇ ଇବ୍ ନଦୀରେ ମିଶୁଥିବାରୁ ନଦୀର ଜଳସ୍ତର ମଧ୍ୟ ବୃଦ୍ଧି ପାଇବାରେ ଲାଗିଛି।ତେବେ ବର୍ଷା ଲାଗି ରହିଲେ ଆଗକୁ ସ୍ଥିତି ଆହୁରି ସଂଗୀନ ହେବାର ଆଶଙ୍କା ରହିଛି।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।