Transport Department Cracks Down: ଆକ୍ସନ୍ ମୋଡ଼ରେ ପରିବହନ ବିଭାଗ, ଚାଲିଛି ଜୋରଦାର ଧରପଗଡ଼
ଆକ୍ସନ ମୋଡ଼ରେ ପରିବହନ ବିଭାଗ। ପରମିଟ, ଫିଟନେସ ଓ ଇନ୍ସୁରାନ୍ସକୁ ନେଇ ଜୋରଦାର ଧରପଗଡ଼। କଟକରୁ ବ୍ରହ୍ମପୁର ଯାଉଥିବା ବସର ନଥିଲା ଫିଟନେସ, ଜବତ ହେଲା ବସ। ବୈଧ ଫିଟନେସ୍ ଏବଂ ବୀମା ନଥାଇ ରାସ୍ତାରେ ଚାଲୁଥିବା ଅଯୋଗ୍ୟ ଗାଡ଼ିଗୁଡ଼ିକୁ ଚିହ୍ନଟ କରିବା ପାଇଁ ପରିବହନ ବିଭାଗ ପକ୍ଷରୁ ସ୍ୱତନ୍ତ୍ର ଯାଞ୍ଚ ଅଭିଯାନ ଜାରି।
ଭଦ୍ରକ, ଅନୁଗୁଳ, ଭୁବନେଶ୍ୱର, ଢେଙ୍କାନାଳ, ଗଞ୍ଜାମ, ଚଣ୍ଡିଖୋଲ ସମେତ ବିଭିନ୍ନ RTOଙ୍କ ପକ୍ଷରୁ ନିୟମ ଉଲ୍ଲଂଘନ କରୁଥିବା ଗାଡ଼ିଗୁଡ଼ିକୁ ତୁରନ୍ତ ଅଟକ ରଖି ମୋଟର ଯାନ ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ହୋଇଛି।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।