Tribal Families Resist Evacuation: ବୁଡ଼ିଯିବ କୁମିଆଁପାଲି, ହେଲେ ଗାଁ ଛାଡୁନାହାନ୍ତି ୮୪ ଆଦିବାସୀ ପରିବାର

Jul 07, 2026 - 12:54
Tribal Families Resist Evacuation: ବୁଡ଼ିଯିବ କୁମିଆଁପାଲି, ହେଲେ ଗାଁ ଛାଡୁନାହାନ୍ତି ୮୪ ଆଦିବାସୀ ପରିବାର

ମରିବୁ ପଛେ, ଗାଁ ଛାଡ଼ିବୁ ନାହିଁ। ସୁକତେଲ ପ୍ରକଳ୍ପର ଟେନସନ ବଢ଼ାଇଛନ୍ତି କୁମିଆଁପାଲି ଗ୍ରାମବାସୀ। ବଲାଙ୍ଗିର ଜିଲ୍ଲାର ଜୀବନ ରେଖା ଲୋୟର ସୁକତେଲ। ଏବର୍ଷ ଡ୍ୟାମରେ ରଖାଯିବ ସମ୍ପୂର୍ଣ୍ଣ ପାଣି। ଆସନ୍ତା ସେପ୍ଟେମ୍ବର ମାସରେ ଚାଷ ଜମିକୁ ପାଣି ଛାଡ଼ିବା ପାଇଁ ନିଷ୍ପତ୍ତି ନେଇଛନ୍ତି ସରକାର। ଡ୍ୟାମରେ ପାଣି ଭର୍ତି ହୋଇଗଲେ ବୁଡ଼ିଯିବ କୁମିଆଁପାଲି ଗାଁ।

ତେଣୁ ଗାଁ ଛାଡିବାକୁ ନିର୍ଦ୍ଦେଶ ଦିଆଯାଇଛି। କିନ୍ତୁ ଗାଁ ଛାଡୁନାହାନ୍ତି ୮୪ ଆଦିବାସୀ ପରିବାର। ଦାବି ପୂରଣ ନହେବା ପର୍ଯ୍ୟନ୍ତ ଗାଁ ଛାଡିବାକୁ ନାରାଜ ଆଦିବାସୀ। ୧୦ ଦଫା ଦାବିରେ ଅଡି ବସିଛନ୍ତି ଗ୍ରାମବାସୀ। ଯାହା ଫଳରେ ଏବେ ଆଦିବାସୀ ଓ ପ୍ରଶାସନ ଭିତରେ ଦେଖାଦେଇଛି ମୁହାଁ ମୁହିଁ ପରିସ୍ଥିତି।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।