Watch: ଦୁବାଇରୁ ଆସିଲେ, ହାତରେ ଥିଲା ୯୪ ଲକ୍ଷର ଘଣ୍ଟା! ଦିଲ୍ଲୀ ବିମାନବନ୍ଦରରେ ଧରାପଡ଼ିଲେ ଯାତ୍ରୀ
ନୂଆଦିଲ୍ଲୀ: ହାତରେ ଥିଲା ପାଖାପାଖି କୋଟିଏ ଟଙ୍କାର ଦାମୀ ଘଣ୍ଟା ।
ବିମାନବନ୍ଦରରେ ସେହି ଘଣ୍ଟା ହିଁ ଖୋଲିଦେଲା ଯାତ୍ରୀଙ୍କ ଗୁମର।
ଦୁବାଇରୁ ଦିଲ୍ଲୀ ଆସିଥିବା ଜଣେ ଭାରତୀୟ ଯାତ୍ରୀଙ୍କଠାରୁ ୯୪ ଲକ୍ଷ ଟଙ୍କା ମୂଲ୍ୟର ଦାମୀ ସ୍ୱିସ୍ ଘଣ୍ଟା ଜବତ କରିଛନ୍ତି କଷ୍ଟମ୍ସ ଅଧିକାରୀ।
ଏହି ଘଟଣାରେ ଯାତ୍ରୀଙ୍କୁ ଗିରଫ ମଧ୍ୟ କରାଯାଇଛି।
Advertisment ବ୍ୟକ୍ତିଗତ ଯାଞ୍ଚ ସହ ଲଗେଜ୍ ତଲାସି ସୂଚନା ଅନୁସାରେ, ନଭେମ୍ବର ୧୧ ତାରିଖରେ ସ୍ପାଇସଜେଟ୍ର ଏସ୍ଜି୫୧୦୬ ବିମାନରେ ଦୁବାଇରୁ ଦିଲ୍ଲୀର ଇନ୍ଦିରା ଗାନ୍ଧୀ ଅନ୍ତର୍ଜାତୀୟ (ଆଇଜିଆଇ) ବିମାନବନ୍ଦର ରେ ପହଞ୍ଚିଥିଲେ ସଂପୃକ୍ତ ଯାତ୍ରୀ।
ପୂର୍ବରୁ ମିଳିଥିବା ଗୁଇନ୍ଦା ସୂଚନା ଆଧାରରେ ଟର୍ମିନାଲ୍-୩ରେ ତାଙ୍କୁ ଅଟକାଇଥିଲେ କଷ୍ଟମ୍ସ ଅଧିକାରୀ।
ଯାତ୍ରୀ ଜଣକ ଗ୍ରୀନ୍ ଚ୍ୟାନେଲ୍ ଦେଇ ଯାଉଥିବାବେଳେ ତାଙ୍କୁ ଅଧିକ ଯାଞ୍ଚ ପାଇଁ ପଠାଯାଇଥିଲା।
ଏହି ସମୟରେ ଡୋର୍ ଫ୍ରେମ୍ ମେଟାଲ୍ ଡିଟେକ୍ଟରରେ ଆଲାର୍ମ ବାଜିଥିଲା।
ଏହାପରେ ତାଙ୍କର ବ୍ୟକ୍ତିଗତ ଯାଞ୍ଚ ସହ ଲଗେଜ୍ ତଲାସି କରାଯାଇଥିଲା।
School Students: ପିଚୁ ମିଶ୍ରଣ ୟୁନିଟ୍ ଧୂଆଁରେ କେରଳର ୫୦ ସ୍କୁଲ ଛାତ୍ର ଅସୁସ୍ଥ; ହସ୍ପିଟାଲରେ ଭର୍ତ୍ତି ତଲାସି ବେଳେ ପୂର୍ବରୁ ବ୍ୟବହୃତ ଏକ 'ପାଟେକ୍ ଫିଲିପ୍ ଆକ୍ୱାନଟ୍' ହାତଘଣ୍ଟା ମିଳିଥିଲା।
ଘଣ୍ଟାଟିର ପ୍ରକୃତ ମୂଲ୍ୟ ଓ ଅସଲି ପରିଚୟ ଜାଣିବା ପାଇଁ ଜଣେ ଚାର୍ଟାର୍ଡ ଇଞ୍ଜିନିୟରଙ୍କ ସହାୟତା ନିଆଯାଇଥିଲା।
ଯାଞ୍ଚ ପରେ ଏହା ଅସଲି ବୋଲି ଜଣାପଡ଼ିବା ସହ ମୂଲ୍ୟ ୯୪ ଲକ୍ଷ ଟଙ୍କା ଆକଳନ କରାଯାଇଥିଲା।
କଷ୍ଟମ୍ସ ଆଇନ୍ ୧୯୬୨ର ଧାରା ୧୧୦ ଅନୁସାରେ ଘଣ୍ଟାଟିକୁ ଜବତ କରାଯାଇଥିବାବେଳେ ଧାରା ୧୦୪ ଅନୁଯାୟୀ ଯାତ୍ରୀଙ୍କୁ ଗିରଫ କରାଯାଇଛି।
ଉଲ୍ଲେଖଯୋଗ୍ୟ, ୨୦୨୬ର ବ୍ୟାଗେଜ୍ ନିୟମ ଅନୁସାରେ, ଭାରତୀୟ ବିମାନଯାତ୍ରୀଙ୍କ ପାଇଁ ସାଧାରଣ ଶୁଳ୍କମୁକ୍ତ ସୀମା ୭୫ ହଜାର ଟଙ୍କା ରହିଛି।
ତେବେ ପୁରୁଣା ଘଣ୍ଟା ହୋଇଥିଲେ ମଧ୍ୟ ତାହା ସ୍ୱତଃ ଶୁଳ୍କମୁକ୍ତ ହୋଇଯାଏ ନାହିଁ।
ଘଟଣାରେ ଅଧିକ ତଦନ୍ତ ଜାରି ରହିଛି।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।
