School Students: ପିଚୁ ମିଶ୍ରଣ ୟୁନିଟ୍‌ ଧୂଆଁରେ କେରଳର ୫୦ ସ୍କୁଲ ଛାତ୍ର ଅସୁସ୍ଥ; ହସ୍ପିଟାଲରେ ଭର୍ତ୍ତି

Nov 18, 2026 - 16:39
School Students: ପିଚୁ ମିଶ୍ରଣ ୟୁନିଟ୍‌ ଧୂଆଁରେ କେରଳର ୫୦ ସ୍କୁଲ ଛାତ୍ର ଅସୁସ୍ଥ; ହସ୍ପିଟାଲରେ ଭର୍ତ୍ତି

ତିରୁଅନନ୍ତପୁରମ୍‌: ବୁଧବାର ଅପରାହ୍ଣରେ କେରଳ ର କୋଲ୍ଲମ ଜିଲ୍ଲାର କୋଟିୟମରେ ଥିବା ଅକ୍ସିଲିୟମ୍ ଆଇଏସ୍‌ସି ସ୍କୁଲର ପ୍ରାୟ ୫୦ ଜଣ ଛାତ୍ରଛାତ୍ରୀ ଗୁରୁତର ଶ୍ୱାସକ୍ରିୟା ସମସ୍ୟା ଓ ବାନ୍ତି ହେବା ଯୋଗୁ ସେମାନଙ୍କୁ ନିକଟସ୍ଥ ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।

ପିଲାଙ୍କର ହଠାତ୍ ଏପରି ଅବସ୍ଥା ଦେଖି ଅଭିଭାବକ ଓ ସ୍କୁଲ କର୍ତ୍ତୃପକ୍ଷଙ୍କ ମଧ୍ୟରେ ଆତଙ୍କ ସୃଷ୍ଟି ହୋଇଥିଲା।

Advertisment ବିଷାକ୍ତ ଧୂଆଁ ଯୋଗୁ ପିଲାମାନେ ଅସୁସ୍ଥ ସ୍କୁଲ କର୍ତ୍ତୃପକ୍ଷ ଶ୍ରେଣୀ ଗୃହଗୁଡ଼ିକୁ ତୁରନ୍ତ ଖାଲି କରିଦେଇଥିଲେ।

ସ୍କୁଲ ନିକଟରେ ଥିବା ଏକ ପିଚୁ ମିଶ୍ରଣ ୟୁନିଟ୍‌ ବିଷାକ୍ତ ଧୂଆଁ ଯୋଗୁ ପିଲାମାନେ ଅସୁସ୍ଥ ହୋଇପଡ଼ିଥିବା ସ୍ଥାନୀୟ ଲୋକ ଓ ଅଭିଭାବକମାନେ ଅଭିଯୋଗ କରିଛନ୍ତି।

ୟୁନିଟ୍‌ରେ କାର୍ଯ୍ୟ ଆରମ୍ଭ ହେବାପରେ ମୋଟା ଆକାରରେ ଧୂଆଁ ବାହାରିଥିଲା ଓ ସ୍କୁଲ ଆଡ଼େ ବ୍ୟାପି ଯାଇଥିଲା ବୋଲି କୁହାଯାଇଛି।

Supreme Court: ନିର୍ଦ୍ଦୋଷ ପ୍ରାଣୀଙ୍କ ହତ୍ୟା ପାପ, ଏହାକୁ ବନ୍ଦ କରାଯାଉ: ଦାଖଲ ପିଟିସନ୍‌କୁ ଖାରଜ କଲେ ସୁପ୍ରିମକୋର୍ଟ

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)