Warren Buffett: ୪୮ ବର୍ଷ ହେଲା ପାଣି ପିଇନାହାନ୍ତି ୱାରେନ୍ ବଫେଟ୍
ୱାସିଂଟନ: ବିଶ୍ୱର ଜଣେ ଜଣାଶୁଣା ନିବେଶକ ତଥା ଆରବପତି ୱାରେନ୍ ବଫେଟ୍ଙ୍କ ଜୀବନଶୈଳୀ ସବୁବେଳେ ଚର୍ଚ୍ଚାରେ ରହିଥାଏ।
ତାଙ୍କର ଖାଦ୍ୟପେୟ ଅଭ୍ୟାସ ମଧ୍ୟ ଅନେକଙ୍କ ପାଇଁ ଆଶ୍ଚର୍ଯ୍ୟର ବିଷୟ।
ବିଶେଷକରି କୋକାକୋଲା ପ୍ରତି ତାଙ୍କର ଦୁର୍ବଳତା ବେଶ୍ ଚର୍ଚ୍ଚିତ।
ନିକଟରେ ହେଜ୍ ଫଣ୍ଡ୍ ପରିଚାଳକ ବିଲ୍ ଆକମ୍ୟାନ୍ ଏକ ପୋଡକାଷ୍ଟରେ ଖୁଲାସା କରିଛନ୍ତି ଯେ, ବଫେଟ୍ ପ୍ରାୟ ୪୮ ବର୍ଷ ହେବ ସାଧାରଣ ପାଣି ପିଇନାହାନ୍ତି।
Advertisment ବିଲ୍ ଆକମ୍ୟାନ୍ଙ୍କ କହିବା ଅନୁଯାୟୀ, କିଛି ବର୍ଷ ପୂର୍ବେ ଯେତେବେଳେ ବଫେଟ୍ ତାଙ୍କ ଘରକୁ ରାତ୍ରି ଭୋଜନ ପାଇଁ ଆସିଥିଲେ, ସେ ତାଙ୍କୁ ସାଧା କିମ୍ବା ସୋଡା ପାଣି ପିଇବାକୁ ପଚାରିଥିଲେ।
ସେତେବେଳେ ବଫେଟ୍ ମନା କରି କହିଥିଲେ, "ବିଲ୍, ମୁଁ ଗତ ୪୮ ବର୍ଷ ହେଲା ପାଣି ପିଇନାହିଁ।" କେବଳ ସେତିକି ନୁହେଁ, ବଫେଟ୍ଙ୍କ ଝିଅ ସୁଜି ବଫେଟ୍ ମଧ୍ୟ ଏକ ଡକ୍ୟୁମେଣ୍ଟାରୀରେ ସ୍ପଷ୍ଟ କରିଛନ୍ତି ଯେ ସେ କେବେ ବି ତାଙ୍କ ବାପାଙ୍କୁ ପାଣି ପିଉଥିବାର ଦେଖିନାହାନ୍ତି।
ଚର୍ଚ୍ଚାରେ ବଫେଟ୍ଙ୍କ କୋକା-କୋଲା ପ୍ରେମ ବ୍ରିଟିଶ ଲେଖକ ଗ୍ଲେନ୍ ଆର୍ନୋଲ୍ଡ ତାଙ୍କ ପୁସ୍ତକ 'ଦି ଡିଲ୍ସ ଅଫ୍ ୱାରେନ୍ ବଫେଟ୍ ଭଲ୍ୟୁମ୍ ୨: ଦି ମେକିଂ ଅଫ୍ ଏ ବିଲିୟନେୟାର'ରେ ବଫେଟ୍ଙ୍କ ଖାଦ୍ୟପେୟ ଅଭ୍ୟାସ ବିଷୟରେ ଉଲ୍ଲେଖ କରିଛନ୍ତି।
ତାଙ୍କ ଅନୁଯାୟୀ, ବଫେଟ୍ ଦିନକୁ ପ୍ରାୟ ପାଞ୍ଚଟି କୋକ୍ କ୍ୟାନ୍ ପିଉଥିଲେ।
୨୦୧୫ରେ 'ଫର୍ଚ୍ୟୁନ୍' ପତ୍ରିକାକୁ ଦେଇଥିବା ଏକ ସାକ୍ଷାତକାରରେ ବଫେଟ୍ ନିଜ କୋକ୍ ପ୍ରେମ ବିଷୟରେ କହିଥିଲେ।
ସେ ମଜାରେ କୁହନ୍ତି ଯେ ତାଙ୍କ ଶରୀରର ଏକ-ଚତୁର୍ଥାଂଶ ଅଂଶ କୋକା-କୋଲାରେ ତିଆରି, କାରଣ ତାଙ୍କ ଦୈନିକ ୨,୭୦୦ କ୍ୟାଲୋରୀର ୨୫% କେବଳ ଏହି ଡ୍ରିଙ୍କ୍ସରୁ ଆସିଥାଏ।
ସେ ଅତି କମ୍ରେ ୧୨ ଆଉନ୍ସ କୋକ୍ (୩୫୫ ମିଲିଲିଟର)ପିଇଥାନ୍ତି।
୧୯୮୫ ପର୍ଯ୍ୟନ୍ତ ସେ ପେପ୍ସି ପିଉଥିଲେ, କିନ୍ତୁ ପରେ ଚେରୀ କୋକ୍ର ସ୍ୱାଦ ପସନ୍ଦ ଆସିବା ପରେ ସେ କୋକା-କୋଲା ପିଇବା ଆରମ୍ଭ କଲେ।
ପରବର୍ତ୍ତୀ ସମୟରେ ତାଙ୍କ କମ୍ପାନୀ 'ବର୍କଶାୟର ହାଥୱେ' (Berkshire Hathaway) କୋକା-କୋଲା କମ୍ପାନୀରେ ପ୍ରାୟ ୧.୩ ବିଲିୟନ ଡଲାର ନିବେଶ କରି ୯% ଅଂଶଧନ କିଣିଥିଲା।
Solo Journey: ୫୩ ବର୍ଷ ବୟସରେ ସ୍କୁଟିରେ ୨୩୪୨ କିମି ହିମାଳୟ ଯାତ୍ରା, ଯୁବପିଢ଼ିଙ୍କୁ ନିଶାଠାରୁ ଦୂରେଇ ରହିବାର ବାର୍ତ୍ତା ଦେଲେ ଏହି ବ୍ୟକ୍ତି ବଫେଟ୍ଙ୍କ ପୁଅ ହାୱାର୍ଡଙ୍କ ପିଲାଦିନର ବନ୍ଧୁ ଜିମ୍ ରସ୍ ମଧ୍ୟ ତାଙ୍କ ପାନୀୟ ଅଭ୍ୟାସ ବିଷୟରେ ଏକ ରୋଚକ ଘଟଣା କହିଛନ୍ତି।
ତାଙ୍କ ଅନୁଯାୟୀ, ପିଲାଦିନେ ବଫେଟ୍ ରାତି ଅଧରେ ବାଥ୍ରୋବ୍ ପିନ୍ଧି ତଳକୁ ଆସି ପେପ୍ସି ପିଉଥିଲେ।
ପରେ ସେ କୋକାକୋଲା ପ୍ରତି ଆକର୍ଷିତ ହୋଇଥିଲେ।
୧୯୮୬ ମସିହାରେ ବର୍କଶାୟର ହାଥୱେର ବାର୍ଷିକ ବୈଠକରେ ବଫେଟ୍ ଚେରି କୋକ୍କୁ ନିଜର ପସନ୍ଦର ପାନୀୟ ଭାବେ ଘୋଷଣା କରିଥିବା ଉଲ୍ଲେଖ ରହିଛି।
ଏବେ ମଧ୍ୟ ଚେରି କୋକ୍ ତାଙ୍କର ସବୁଠାରୁ ପ୍ରିୟ ସ୍ୱାଦ ବୋଲି କୁହାଯାଏ।
ତେବେ ବଫେଟ୍ଙ୍କ ଏହି ଅଭ୍ୟାସ ଚର୍ଚ୍ଚାର ବିଷୟ ହୋଇଥିଲେ ମଧ୍ୟ ଏହାକୁ ସୁସ୍ଥ ଜୀବନଶୈଳୀର ଉଦାହରଣ ଭାବେ ଗ୍ରହଣ କରିବା ଉଚିତ୍ ନୁହେଁ।
କୋକ୍ ଭଳି ମିଠା ପାନୀୟ ପାଣିର ବିକଳ୍ପ ନୁହେଁ।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।
