Delhi rally controversy: ଛୋଟ ବ୍ୟବସାୟୀଙ୍କ କ୍ଷତି ଓ ଶିଖ୍ ସମ୍ପ୍ରଦାୟର ଭାବାବେଗକୁ ନେଇ ରାହୁଲଙ୍କୁ ଘେରିଲା ଶାସକ ଦଳ
ନୂଆଦିଲ୍ଲୀ: ଦିଲ୍ଲୀର ରାମଲୀଳା ମୈଦାନରେ କଂଗ୍ରେସ ନେତୃତ୍ୱାଧୀନ ଇଣ୍ଡି ମେଣ୍ଟର ‘ଚଲୋ ଦିଲ୍ଲୀ’ ରାଲିକୁ ନେଇ ରାଜନୈତିକ ବିବାଦ ତୀବ୍ର ହୋଇଛି। ନିର୍ବାଚନ କମିସନଙ୍କ କାର୍ଯ୍ୟଶୈଳୀ ଓ ମୁଖ୍ୟ ନିର୍ବାଚନ କମିସନର ଜ୍ଞାନେଶ କୁମାରଙ୍କ ବିରୋଧରେ ଆୟୋଜିତ ଏହି ରାଲିକୁ ବିଜେପି କଡ଼ା ସମାଲୋଚନା କରିଛି।
କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କୁ କଟାକ୍ଷ କରି ଅଭିଯୋଗ କରିଛନ୍ତି ଯେ, ସେ ନଭେମ୍ବର ୧ ତାରିଖରେ ଏକ ରାଲି କରି ଶିଖ ସମ୍ପ୍ରଦାୟର ଭାବନାକୁ ଆଘାତ ଦେଇଛନ୍ତି। ଅମିତ ଶାହ ଆହୁରି କହିଛନ୍ତି, ତାଙ୍କର ପ୍ରଧାନମନ୍ତ୍ରୀ ହେବାର ପାଳି କେବେବି ଆସିବ ନାହିଁ। ଚଣ୍ଡିଗଡ଼ଠାରେ ଏକ କାର୍ଯ୍ୟକ୍ରମରେ ଶାହ ରାହୁଲ ଗାନ୍ଧୀଙ୍କ ଉଦ୍ଦେଶ୍ୟରେ କହିଛନ୍ତି ଯେ, ଯଦି ତୁମେ ପ୍ରଧାନମନ୍ତ୍ରୀ ହେବାକୁ ଚାହୁଁଛ, ତେବେ ସାରା ଜୀବନ ମକ୍ ପାର୍ଲାମେଣ୍ଟରେ ରୁହ; ତୁମର ପାଳି ଆସିବ ନାହିଁ।
ରାଜନୈତିକ ବିବାଦ: ଝାରସୁଗୁଡ଼ାରେ ଫିକାପଡ଼ିବ ରାବଣ ପୋଡ଼ି, ଏହି ସ୍ଥାନକୁ ଅନୁମତି ଦେଲାନି ପ୍ରଶାସନ
କେନ୍ଦ୍ରମନ୍ତ୍ରୀ ଜେ.ପି. ନଡ୍ଡା ଅଭିଯୋଗ କରିଛନ୍ତି, ଗଣତନ୍ତ୍ର ସୁରକ୍ଷା ନାମରେ ବିରୋଧୀ ଦଳ ଦେଶରେ ଅସ୍ଥିରତା ସୃଷ୍ଟି କରିବାକୁ ଉଦ୍ୟମ କରୁଛନ୍ତି। ପାର୍ବଣ ଋତୁରେ ରାଲି ଯୋଗୁଁ ଦିଲ୍ଲୀର ଛୋଟ ବ୍ୟବସାୟୀ ଓ ଦୋକାନୀମାନେ କ୍ଷତି ସହିବେ ବୋଲି ସେ କହିଛନ୍ତି। ଏହାସହ ନଭେମ୍ବର ୧ ତାରିଖରେ ରାଲି ଆୟୋଜନକୁ ନେଇ ବିଜେପି ଆପତ୍ତି ଉଠାଇଛି। ୧୯୮୪ ମସିହାର ଶିଖ୍ ବିରୋଧୀ ଦଙ୍ଗାକୁ ମନେ ପକାଇ ଏହି ଦିନ ରାଲି କରିବା ଶିଖ୍ ସମ୍ପ୍ରଦାୟର ଭାବନାକୁ ଆଘାତ ଦେଇଛି ବୋଲି ବିଜେପି ମୁଖପାତ୍ର ସି.ଆର୍. କେଶବନ କହିଛନ୍ତି।
ଅନ୍ୟପକ୍ଷରେ ବ୍ୟବସାୟୀଙ୍କ କ୍ଷତି ନେଇ ଉଠିଥିବା ଅଭିଯୋଗର ଜବାବରେ ରାହୁଲ ଗାନ୍ଧୀ ବିଜେପିକୁ ଦାୟୀ କରିଛନ୍ତି। ଦିଲ୍ଲୀର କନଟ୍ ପ୍ଲେସ୍ରେ ଦୋକାନ ବନ୍ଦ କରାଯାଇଥିବା ସେ ଅଭିଯୋଗ କରିଛନ୍ତି। ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାଭିସ୍ ମଧ୍ୟ କଂଗ୍ରେସକୁ ଘେରିଛନ୍ତି। ଏହାକୁ ନେଇ ଦିଲ୍ଲୀରେ ବିଜେପି ଓ ଇଣ୍ଡି ମେଣ୍ଟ ମଧ୍ୟରେ ରାଜନୈତିକ ବାକ୍ଯୁଦ୍ଧ ଜୋର୍ ଧରିଛି।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।
