Salunki Bridge in Tikabali Sinks ଟିକାବାଲି ସାଲୁଙ୍କି ପୋଲରେ ୨୭ ସେମି ଦବିଲା ଖମ୍ବ: ଯାତାୟାତ ବନ୍ଦ ପାଇଁ ବିଶେଷଜ୍ଞଙ୍କ ସୁପାରିଶ

Nov 01, 2026 - 16:20
Salunki Bridge in Tikabali Sinks ଟିକାବାଲି ସାଲୁଙ୍କି ପୋଲରେ ୨୭ ସେମି ଦବିଲା ଖମ୍ବ: ଯାତାୟାତ ବନ୍ଦ ପାଇଁ ବିଶେଷଜ୍ଞଙ୍କ ସୁପାରିଶ

ଟିକାବାଲି: ବାତ୍ୟା ଅର୍ଣ୍ଣବ‌ ଯୋଗୁଁ ସୃଷ୍ଟି ହୋଇଥିବା ପ୍ରବଳ ବର୍ଷା ଓ ତତ୍‌ଜନିତ ଭୂସ୍ଖଳନ ଯୋଗୁଁ କନ୍ଧମାଳ ଜିଲ୍ଲା ଟିକାବାଲି ବ୍ଲକ ଅନ୍ତର୍ଗତ ଟିକାବାଲି କେଉଟସାହି- ଏସ୍‌କେପିଏମ୍‌ ରାସ୍ତାରେ ଥିବା ସାଲୁଙ୍କି ପୋଲ ଦବି ଯାଇଥିଲା।

ଆଜି(ରବିବାର) ଏହି ପୋଲର କ୍ଷୟକ୍ଷତିକୁ ଏକ ବିଶେଷଜ୍ଞଦଳ ଯାଞ୍ଚ କରିଛନ୍ତି।

ଯାଞ୍ଚ ପରେ ପୋଲ ଦେଇ ଯାତାୟାତ ବନ୍ଦ କରିବାକୁ ବିଶେଷଜ୍ଞ ଦଳ ପରାମର୍ଶ ଦେଇଛନ୍ତି।

Advertisment Elephant Attacks 3 Death ଟିକାବାଲି ବ୍ଲକରେ ହାତୀ ଉତ୍ପାତ, ଦୁଇ ଦିନରେ ନେଲାଣି ତିନିଜଣଙ୍କ ପ୍ରାଣ ୪୦ ମିଟର ଦୀର୍ଘ ଏହି ପୋଲଟି ଗ୍ରାମ୍ୟ ଉନ୍ନୟନ ବିଭାଗର ଫୁଲବାଣୀ ଡିଭିଜନ୍ ଅଧୀନରେ ରହିଛି।

ଆଜି, ମୁଖ୍ୟଯନ୍ତ୍ରୀ (ସେତୁ ଓ କୋଠାବାଡ଼ି), ମୁଖ୍ୟଯନ୍ତ୍ରୀ (ରାସ୍ତା), ଫୁଲବାଣୀ ଗ୍ରାମ୍ୟ ନିର୍ମାଣ ଡିଭିଜନ ଅଧୀକ୍ଷଣ ଯନ୍ତ୍ରୀ, ଉପଖଣ୍ଡ ଅଧିକାରୀ ଓ କନିଷ୍ଠ ଯନ୍ତ୍ରୀଙ୍କୁ ନେଇ ଏକ ଟିମ୍‌ ପୋଲ ନିକଟରେ ପହଞ୍ଚି ସ୍ଥିତି ପରଖିଛନ୍ତି।

ଅନୁଧ୍ୟାନ ସମୟରେ, ପୋଲର ଏକ ଖମ୍ବ ନିକଟରେ ପ୍ରାୟ ୨୭ ସେଣ୍ଟିମିଟର ଦବିଯାଇଥିବା ଜଣାପଡ଼ିଥିଲା।

ଏହାକୁ ଦୃଷ୍ଟିରେ ରଖି କୌଣସି ଅଘଟଣ ଏଡ଼ାଇବା ପାଇଁ ପୋଲ ଉପରେ ଯାତାୟାତ ତୁରନ୍ତ ବନ୍ଦ କରିବାକୁ ଅଧିକାରୀମାନେ ନିର୍ଦ୍ଦେଶ ଦେଇଛନ୍ତି।

ଏଥିସହ ଏହି ରାସ୍ତାରେ ଯାତାୟାତ ବନ୍ଦ କରିବା ସହ ଲୋକଙ୍କ ଯାତାୟାତ ପାଇଁ ବିକଳ୍ପ ରାସ୍ତା ବ୍ୟବସ୍ଥା କରିବାକୁ ଜିଲ୍ଲା ପ୍ରଶାସନକୁ ଅବଗତ କରାଯାଇଛି।

ରାଜ୍ୟର ବିଭିନ୍ନ ସ୍ଥାନରେ ବଜ୍ରାପାତରେ ୩ ଜଣଙ୍କ ମୃତ୍ୟୁ।

ଫୁଲବାଣୀ ଟିକାବାଲି ଥାନା ଛତିଘର ଗାଁରେ ଅଳ୍ପକେ ବର୍ତ୍ତିଲେ ବାପା ଓ ମା', ଝିଅର ମୃତ୍ୟୁ।

ଦିଗପହଣ୍ଡି କେ.ନୂଆଗାଁ ଥାନା ଗଡ଼ଗୋବିନ୍ଦପୁରରେ ଯୁବକଙ୍କ ମୃତ୍ୟୁ।

ମୋହନା ରାଚାଗୁଡା ଗାଁରେ ଜଣେ ମହିଳାଙ୍କ ମୃତ୍ୟୁ।

ସୂଚନାଯୋଗ୍ୟ, ଅକ୍ଟୋବର ୨୯ ତାରିଖରେ ବାତ୍ୟା 'ଅର୍ଣ୍ଣବ'ଜନିତ ପ୍ରବଳ ବର୍ଷାରେ ଏହି ପୋଲଟି ବନ୍ୟାଜଳରେ ବୁଡ଼ି ରହିଥିଲା।

୨୦୨୬-୨୭ ଆର୍ଥିକ ବର୍ଷ ପାଇଁ ଏସ୍‌ବିୱାଇ ଅଧୀନରେ ଏଠାରେ ଏକ ନୂତନ ପୋଲ ନିର୍ମାଣକୁ ମଞ୍ଜୁରୀ ମିଳିସାରିଛି।

ସାମ୍ପ୍ରତିକ ବନ୍ୟା ଯୋଗୁଁ ହୋଇଥିବା କ୍ଷୟକ୍ଷତିକୁ ଦୃଷ୍ଟିରେ ରଖି ନୂତନ ପୋଲର ନକ୍ସାରେ ଆବଶ୍ୟକ ସଂଶୋଧନ କରାଯିବ।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)