War: ମଧ୍ୟପ୍ରାଚ୍ୟରେ ପୁଣି ଯୁଦ୍ଧ ପରିସ୍ଥିତି: କୁଏତ ଓ ବାହାରିନ ଉପରେ ଇରାନର ପ୍ରଚଣ୍ଡ ଆକ୍ରମଣ

Jun 28, 2026 - 20:38
War: ମଧ୍ୟପ୍ରାଚ୍ୟରେ ପୁଣି ଯୁଦ୍ଧ ପରିସ୍ଥିତି: କୁଏତ ଓ ବାହାରିନ ଉପରେ ଇରାନର ପ୍ରଚଣ୍ଡ ଆକ୍ରମଣ

"କୁଏତ ସିଟି: ମଧ୍ୟପ୍ରାଚ୍ୟରେ ଆମେରିକା ଓ ଇରାନ ମଧ୍ୟରେ ଚାଲିଥିବା ତିକ୍ତତା ଆଜି ପୁଣି ଯୁଦ୍ଧ ଉତ୍ତେଜନାର ରୂପ ନେଇଛି।

ଆମେରିକା ପକ୍ଷରୁ କରାଯାଇଥିବା ସାମରିକ କାର୍ଯ୍ୟାନୁଷ୍ଠାନର ଜବାବରେ ଇରାନ ଆଜି କୁଏତ ଏବଂ ବାହାରିନ ଉପରେ କ୍ଷେପଣାସ୍ତ୍ର ଓ ଡ୍ରୋନ୍‌ ଆକ୍ରମଣ କରିଛି।

ଏହି ଆକ୍ରମଣ ଯୋଗୁ ଚଳିତ ମାସ ଆରମ୍ଭରେ ଦୁଇ ପକ୍ଷ ମଧ୍ୟରେ ହୋଇଥିବା ଅସ୍ଥାୟୀ ଯୁଦ୍ଧବିରତି ଚୁକ୍ତି ଏବେ ସମ୍ପୂର୍ଣ୍ଣ ବିପନ୍ନ ହୋଇପଡ଼ିଛି।

ଇରାନୀ ସେନା "ଇସଲାମିକ ରିଭୋଲ୍ୟୁସନାରୀ ଗାର୍ଡ କର୍ପସ" (ଆଇଆର୍‌ଜିସି) ରବିବାର ଏହି ଆକ୍ରମଣକୁ ସ୍ୱୀକାର କରି କହିଛି ଯେ, କୁଏତରେ ଥିବା ଆମେରିକାର "ଅଲ୍ ଅଲି ଅଲ୍ ସାଲେମ" ବାୟୁସେନା ଘାଟି ଏବଂ ବାହାରିନର ପୋର୍ଟ ସଲମାନ ସ୍ଥିତ ଆମେରିକୀୟ ନୌସେନାର ପଞ୍ଚମ ନୌ ବାହିନୀକୁ ଲକ୍ଷ୍ୟ କରି ବାଲିଷ୍ଟିକ କ୍ଷେପଣାସ୍ତ୍ର ଓ ଡ୍ରୋନ ମାଡ଼ କରାଯାଇଛି।Advertisment ଆହୁରି ପଢ଼ନ୍ତୁ: Rajasthan: ରାଜସ୍ଥାନରେ ନାରକୀୟ କାଣ୍ଡ: ହୋଟେଲ ମାଲିକକୁ ବିକ୍ରୀତା ନାବାଳିକାଙ୍କୁ ୫ ଦିନରେ ୩୦ରୁ ଅଧିକ ଲୋକଙ୍କ ଦୁଷ୍କର୍ମ ବାହାରିନର ମୁହାରକ ଅଞ୍ଚଳରେ ଏକ ଆବାସିକ ଅଟ୍ଟାଳିକା ଉପରେ ଇରାନର ଡ୍ରୋନ ମାଡ଼ ହୋଇଥିବା ବେଳେ ସେଠାରେ ସିଭିଲ୍ ଡିଫେନ୍ସ ପକ୍ଷରୁ ଉଦ୍ଧାର କାର୍ଯ୍ୟ ଜାରି ରହିଛି।

ଏହି ଆକ୍ରମଣକୁ କୁଏତ ଏବଂ ବାହାରିନ ସରକାର ତୀବ୍ର ନିନ୍ଦା କରିଛନ୍ତି।

ବାହାରିନ ଏହାକୁ ନିଜର ସାର୍ବଭୌମତ୍ୱ ଉପରେ ଆଘାତ ଏବଂ ଅଞ୍ଚଳର ସ୍ଥିରତା ରକ୍ଷା ପ୍ରକ୍ରିୟାକୁ ଦୁର୍ବଳ କରିବା ପାଇଁ ଏକ ପ୍ରୟାସ ବୋଲି କହିଛି।

ସେହିପରି କୁଏତ ଏହାକୁ ଇରାନର ଏକ ଘୃଣ୍ୟ ଓ ଚୁକ୍ତିର ଖୋଲା ଉଲ୍ଲଂଘନ କାର୍ଯ୍ୟ ବୋଲି ଅଭିହିତ କରିଛି।

ଅନ୍ୟପକ୍ଷରେ କତର, ସଂଯୁକ୍ତ ଆରବ ଏମିରେଟ୍ସ (ୟୁଏଇ) ଏବଂ ଜୋର୍ଡାନ ମଧ୍ୟ ଏହି ଆକ୍ରମଣକୁ ନିନ୍ଦା କରିବା ସହ ଅନ୍ତର୍ଜାତୀୟ ନିୟମ ଓ ଜାତିସଂଘ ଦ୍ବାରା ନିର୍ଦ୍ଧାରିତ ସର୍ତ୍ତାବଳୀର ଖୋଲା ଉଲ୍ଲଂଘନ ବୋଲି କହିଛନ୍ତି।

ଓମାନ ପକ୍ଷରୁ ସମସ୍ତ ପକ୍ଷକୁ ସଂଯମତା ଅବଲମ୍ବନ କରିବା ସହ କୂଟନୈତିକ ଆଲୋଚନା ମାଧ୍ୟମରେ ସମସ୍ୟାର ସମାଧାନ କରିବାକୁ ଆହ୍ୱାନ ଦିଆଯାଇଛି।

ଆହୁରି ପଢ଼ନ୍ତୁ: Congress: "ଭିବିଜି-ରାମ୍‌ଜି" ଯୋଜନା କେବଳ କେନ୍ଦ୍ରୀକରଣକୁ ବଢ଼ାଇବ: କଂଗ୍ରେସର ଅଭିଯୋଗଏହି ସଂଘର୍ଷର ସୂତ୍ରପାତ ଗତକାଲି ହୋଇଥିଲା, ଯେତେବେଳେ ଆମେରିକାର ସେଣ୍ଟ୍ରାଲ କମାଣ୍ଡ ନୌସେନା ଏବଂ ବାୟୁସେନା ସହାୟତାରେ ହର୍ମୁଜ ନିକଟରେ ଥିବା ଇରାନର ଶିରିକ, ବାନ୍ଦର-ଇ ଲେଙ୍ଗେହ ଏବଂ କେଶ୍ମ ଦ୍ୱୀପ ସମେତ ୧୦ଟି ସାମରିକ ଘାଟି ଉପରେ ବୋମାବର୍ଷଣ ହୋଇଥିଲା।

"