Lord Jagannath: ଶିଳାବ୍ରହ୍ମ ଅଲାରନାଥଙ୍କୁ ଆଜିଠାରୁ ଲକ୍ଷାଧିକ ଭକ୍ତ କରିବେ ଦର୍ଶନ
"ବ୍ରହ୍ମଗିରି (ସୁରେଶ ଚନ୍ଦ୍ର ଦାଶ): ଶ୍ରୀକ୍ଷେତ୍ରରେ ପବିତ୍ର ଦେବସ୍ନାନ ପୂର୍ଣ୍ଣିମା ସୋମବାର ଦିନ ଅନୁଷ୍ଠିତ ହୋଇଯାଇଛି।
ଆଜି ଠାରୁ ବ୍ରହ୍ମଗିରିସ୍ଥିତ ଅଲାରନାଥ ମନ୍ଦିରରେ ଆରମ୍ଭ ହୋଇଛି ଅନବସର ଦର୍ଶନ।
ଲକ୍ଷ ଲକ୍ଷ ଭକ୍ତଙ୍କୁ ଦର୍ଶନ ଦେଉଛନ୍ତି ପ୍ରଭୁ ଅଲାରନାଥ।
୧୫ ଦିନ ପାଇଁ ବ୍ରହ୍ମଗିରି ପାଲଟି ଯିବ ଆଉ ଏକ ଶ୍ରୀକ୍ଷେତ୍ର।
ପୁରୀରେ ଜଗନ୍ନାଥ ଦର୍ଶନରୁ ବଞ୍ଚିତ ଭକ୍ତଙ୍କୁ ଅଲାରନାଥଙ୍କ ରୂପରେ ଦର୍ଶନ ଦେବେ ପ୍ରଭୁ ଜଗନ୍ନାଥ।
ରାଜ୍ୟ ଓ ରାଜ୍ୟ ବାହାରୁ ଭକ୍ତଙ୍କ ଆଗମନକୁ ଲକ୍ଷ ରଖି ମନ୍ଦିରରେ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ।Advertisment ଶ୍ରୀମନ୍ଦିରରେ ସିନା ଶୁଭିବନି ଘଣ୍ଟ ଘଣ୍ଟା କାହାଳିର ଶବ୍ଦ।
ଦର୍ଶନ ଦେବେ ନାହିଁ ଚତୁର୍ଦ୍ଧାମୂରତି।ଦେବସ୍ନାନ ପୂର୍ଣ୍ଣମାରେ ୧୦୮ ଗରା ସୁବାସିତ ଜଳରେ ଅତ୍ୟଧିକ ସ୍ନାନ କରି ଜ୍ୱରରେ ପୀଡିତ ହୋଇଛନ୍ତି ଜଗତ ଠାକୁର।
ଶ୍ରୀମନ୍ଦିରରେ ଚାଲିବ ଗୁପ୍ତ ଉପଚାର।
ଜଗନ୍ନାଥ ଦର୍ଶନରୁ ବଞ୍ଚିତ ଭକ୍ତମାନେ ବ୍ରହ୍ମଗିରି ଆସି ଅଲାରନାଥଙ୍କ ଦର୍ଶନ କରୁଛନ୍ତି।
ବିଶ୍ୱାସ ରହିଛି ୩୬୫ ଦିନ ଜଗନ୍ନାଥଙ୍କୁ ଦର୍ଶନ କଲେ ଯେତିକି ପୂଣ୍ୟ ମିଳେ।
ଠିକ୍ ଅଣସର ସମୟରେ ପ୍ରଭୁ ଅଲାରନାଥଙ୍କୁ ଗୋଟିଏ ଦିନ ଦର୍ଶନ କଲେ ସମଫଳ ପ୍ରାପ୍ତି ହୋଇଥାଏ।
ଚୈତନ୍ୟ ପରମ୍ପରା ସହିତ ଜଡିତ ଅଲାରନାଥ ମନ୍ଦିର ଅଣସର ସମୟରେ ହୋଇଯାଏ ଉତ୍ସବ ମୁଖର।
ଏହି ୧୪ ଦିନ ସ୍ୱତନ୍ତ୍ର ନୀତିକାନ୍ତି ସହିତ ସ୍ୱତନ୍ତ୍ର ପ୍ରସ୍ତୁତରେ ଧାଡି ଦର୍ଶନ କରାଯାଏ।
Lord Jagannath: ନୂଆପଡ଼ା ଜଗନ୍ନାଥ ମନ୍ଦିରରେ ମହାପ୍ରଭୁଙ୍କ ସ୍ନାନଯାତ୍ରା ଅଲରାନାଥ ମନ୍ଦିର ସେବାୟତ ମଧୁସୂଦନ ପୂଜାପଣ୍ଡା କହିଛନ୍ତି, ପ୍ରତ୍ୟକ ଦିନ ଲକ୍ଷାଧିକ ଭକ୍ତଙ୍କ ସମାଗମ ହେବ।
ସେଥିପାଇଁ ପୁରୀ ଜିଲ୍ଲା ପ୍ରଶାସନ ଓ ସ୍ଥାନୀୟ ପ୍ରଶାସନ ଜୋରଦାର ପ୍ରସ୍ତୁତି ସାରିଛନ୍ତି।
ପୁରୀ ଠାରୁ ଆସୁଥିବା ଭକ୍ତଙ୍କୁ ଓଟିଡିଜି ତରଫରୁ ବାଟ ସାରା ସାଇନ ବୋର୍ଡ ମାଧ୍ୟମରେ ଡିରେକ୍ସନ ଦେବାର ବ୍ୟବସ୍ଥା କରାଯାଇଛି।
ପାର୍କିଂ ପାଇଁ ମନ୍ଦିର ପଛ ପାଖ ପଡ଼ିଆ, ଲାଇବ୍ରେରି ପଡିଆ, ସରସ୍ବତୀ ଶିଶୁ ମନ୍ଦିର ପଡ଼ିଆ ବ୍ୟବସ୍ଥା କରାଯାଇଛି।
ଦୂର ପାର୍କିଂଙ୍ଗରୁ ଭକ୍ତମାନଙ୍କୁ ଆଣିବା ପାଇଁ ଇ-ରିକ୍ସା ରଖାଯାଇଛି।
ମନ୍ଦିର ପଛ ପାର୍କିଂଙ୍ଗ ପାଖରୁ ଭକ୍ତମାନେ ଧାଡ଼ିରେ ଆସି ପ୍ରଭୁଙ୍କୁ ଦର୍ଶନ କରି ପାରିବେ।
ପାରମାଣିକ ଦର୍ଶନକୁ ସମ୍ପୂର୍ଣ ବଡ଼ କରିଦିଆଯାଇଛି।
କେବଳ ସେବାୟତମାନଙ୍କୁ ୨୦ଟି ଲେଖାଏଁ ପାସ୍ ଦିଆଯିବ, ସେହିମାନେ ଭକ୍ତମାନଙ୍କୁ ସ୍ୱତନ୍ତ ଧାଡିରେ ନେଇ ଦର୍ଶନ କରାଇପାରିବେ।
VIP ଦର୍ଶନ ମନ୍ଦିର ପ୍ରଶାସନ କରାଇବେ।
ସିସିଟିଭି ନଜରରେ ରହିବ ସମ୍ପୂର୍ଣ ଅଞ୍ଚଳ।
ବିଭିର୍ଣ୍ଣ ଜାଗାରେ LCD ଲାଗି ସମ୍ପୂର୍ଣ ତଥ୍ୟ ପ୍ରଦାନ କରାଯିବ।
୧୨ ପ୍ଲାଟୁନ ପୁଲିସ ଫୋର୍ସ ମୃତୟନ କରାଯାଇଛି।
ଯଦି ଆବଶ୍ୟକ ପଡେ ଅଧିକ ଦୁଇପ୍ଲାଟୁନ ଫୋର୍ସ ଯୋଗାଇଯିବାର ପ୍ରତିଶ୍ରୁତି ଦେଇଛନ୍ତି କେନ୍ଦ୍ରାଞ୍ଚଳ ଆଇଜି।
ଭକ୍ତଙ୍କ ଭିଡକୁ ଲକ୍ଷରଖି ନିତି ଭୋଗ କେବଳ ଗର୍ଭ ଗୃହରେ କରାଯିବ।
ଅନ୍ୟସବୁ ଭୋଗ ଗଣେଶ ମଣ୍ଡପରେ କରାଯିବ।
ଲାଇଟ, ପାଣି, ହୁଇଲିଚେୟାର ସ୍ୱତନ୍ତ୍ର ଧ୍ୟାନ ଦିଆଯିବ। | ବ୍ରହ୍ମଗିରି ତହସିଲଦାର ଦେବାଶିଷ ସେଠୀ କହିଛନ୍ତି, ଅଣସର ସମୟରେ ଦାରୁବ୍ରହ୍ମା ଚତୁର୍ଦ୍ଧା ମୃତ୍ତି ପ୍ରଭୁ ଶ୍ରୀ ଜଗନ୍ନାଥ, ମା ସୁଭଦ୍ରା, ପ୍ରଭୁ ବଡଠାକୁର ଓ ସୁଦର୍ଶନଙ୍କ ପରିବର୍ତ୍ତେ ଶିଳା ବ୍ରହ୍ମ ଚତୁର୍ଦ୍ଧା ମୃତ୍ତି ଅଲାରନାଥଙ୍କ ଦର୍ଶନ, ମହାଲକ୍ଷ୍ମୀଙ୍କ ଦର୍ଶନ, ଚୈତନ୍ୟଙ୍କ ଦର୍ଶନ, ରମଣୀୟ ପରିବେଶ, ଆନନ୍ଦ ବଜାରରେ ଭୋଜନ ଓ ଅଲାରନାଥଙ୍କ କ୍ଷୀରିଭୋଗ ଭକ୍ତଙ୍କ ପାଇଁ ବେଶ ଅନୁଭୂତି ଆଣିବ।
"