Kriti Sanon: କୃତି ସେନନଙ୍କ ସମ୍ପର୍କରେ ପଡ଼ିଲା କି ପୂର୍ଣ୍ଣଚ୍ଛେଦ?ଭାଇରାଲ୍ ଫଟୋକୁ ନେଇ ଉଠିଲା ଚର୍ଚ୍ଚା

Jun 29, 2026 - 22:23
Kriti Sanon: କୃତି ସେନନଙ୍କ ସମ୍ପର୍କରେ ପଡ଼ିଲା କି ପୂର୍ଣ୍ଣଚ୍ଛେଦ?ଭାଇରାଲ୍ ଫଟୋକୁ ନେଇ ଉଠିଲା ଚର୍ଚ୍ଚା

"ମୁମ୍ବାଇ: ନିକଟରେ ମୁକ୍ତିଲାଭ କରିଥିବା ଫିଲ୍ମ "କକ୍ଟେଲ୍ ୨" ର ସଫଳତାର ଉତ୍ସବ ପାଳନ କରୁଛନ୍ତି ବଲିଉଡ୍ ଅଭିନେତ୍ରୀ କୃତି ସେନନ।

ଫିଲ୍ମଟି ବକ୍ସ ଅଫିସରେ ଭଲ ବ୍ୟବସାୟ କରିଥିବା ବେଳେ କୃତିଙ୍କ ଅଭିନୟ ମଧ୍ୟ ବେଶ୍ ପ୍ରଶଂସା ସାଉଁଟିଛି।

କିନ୍ତୁ ଏହାରି ମଧ୍ୟରେ ତାଙ୍କ ବ୍ୟକ୍ତିଗତ ଜୀବନକୁ ନେଇ ଏକ ନୂଆ ଚର୍ଚ୍ଚା ସୋସିଆଲ୍ ମିଡିଆରେ ଜୋର ଧରିଛି।

କଥିତ ପ୍ରେମିକ ତଥା ବ୍ୟବସାୟୀ କବୀର ବାହିଆଙ୍କର ଜଣେ ଯୁବତୀଙ୍କ ସହ ଫଟୋ ଭାଇରାଲ୍ ହେବା ପରେ ଦୁହିଁଙ୍କ ବ୍ରେକଅପ୍ ହୋଇଥିବା ନେଇ ଅନେକ ପ୍ରକାର ଚର୍ଚ୍ଚା ଆରମ୍ଭ ହୋଇଯାଇଛି।Advertisment ଭାଇରାଲ୍ ଫଟୋ ପରେ ବଢ଼ିଲା ଚର୍ଚ୍ଚା ସୋସିଆଲ୍ ମିଡିଆରେ କବୀର ବାହିଆଙ୍କ ସହ ଜଣେ ଯୁବତୀଙ୍କ ଫଟୋ ଭାଇରାଲ୍ ହେବା ପରେ ଅନେକ ପ୍ରଶଂସକ ପ୍ରତିକ୍ରିୟା ଦେଇ କହିଛନ୍ତି, "କୃତି ଓ କବୀରଙ୍କ ସମ୍ପର୍କରେ ଫାଟ ସୃଷ୍ଟି ହୋଇଛି।" ଏଭଳି ପ୍ରତିକ୍ରିୟା ପରେ ଦୁହିଁଙ୍କ ବ୍ରେକଅପ୍‌କୁ ନେଇ ବିଭିନ୍ନ ପ୍ରକାର ଗୁଜବ ସୋସିଆଲ୍ ମିଡିଆରେ ଭାଇରାଲ ହେବାରେ ଲାଗିଛି।

ତେବେ କବୀର ବାହିଆଙ୍କ ଘନିଷ୍ଠ ସୂତ୍ର ଏହି ଖବରକୁ ସମ୍ପୂର୍ଣ୍ଣ ଖଣ୍ଡନ  କରି  ଭାଇରାଲ୍ ଫଟୋକୁ ଅସ୍ବୀକାର କରିଛନ୍ତି ବ୍ରେକଅପ୍‌ର ଚର୍ଚ୍ଚାରେ କୌଣସି ସତ୍ୟତା ନାହିଁ ବୋଲି ଦାବି କରିଛନ୍ତି।

କୃତି ସେନନ ଓ କବୀର ବାହିଆ କେବେ ବି ସାର୍ବଜନୀନ ଭାବେ ନିଜ ସମ୍ପର୍କକୁ ସ୍ୱୀକାର କିମ୍ବା ଖଣ୍ଡନ କରିନାହାନ୍ତି।

ତଥାପି ଗତ ଏକ ବର୍ଷ ମଧ୍ୟରେ ଦୁହିଁଙ୍କୁ ଅନେକ ଥର ଏକାଠି ଦେଖିବାକୁ ମିଳିଥିବାରୁ ସେମାନଙ୍କ ସମ୍ପର୍କକୁ ନେଇ ଚର୍ଚ୍ଚା ଲାଗି ରହିଛି।

ଖବର ଅନୁଯାୟୀ, କୃତିଙ୍କ ଜନ୍ମଦିନ ଅବସରରେ ଉଭୟଙ୍କୁ ଗ୍ରୀସରେ ଏକାଠି ଛୁଟି କାଟୁଥିବା ଦେଖାଯାଇଥିଲା।

ଏହାଛଡ଼ା କବୀର, କୃତିଙ୍କ ଭଉଣୀ ନୂପୁର ସେନନଙ୍କ ବିବାହର ବିଭିନ୍ନ କାର୍ଯ୍ୟକ୍ରମରେ ମଧ୍ୟ ଉପସ୍ଥିତ ଥିଲେ।

ପାରିବାରିକ ଉତ୍ସବ ବ୍ୟତୀତ ଉଭୟଙ୍କୁ ଡିନର ଓ ଅନ୍ୟାନ୍ୟ ପାର୍ଟିରେ ମଧ୍ୟ ଏକାଠି ଦେଖାଯାଇଥିବାରୁ ସେମାନଙ୍କ ସମ୍ପର୍କକୁ ନେଇ ଚର୍ଚ୍ଚା ଲାଗି ରହିଛି।

"