Lord Jagannath: ହାତୀବେଶରେ ଦର୍ଶନ ଦେଲେ ଜଗା

Jun 30, 2026 - 00:58
Lord Jagannath: ହାତୀବେଶରେ ଦର୍ଶନ ଦେଲେ ଜଗା

"ନବରଙ୍ଗପୁର (ସୁରେଶ ନାଇଡୁ): ପବିତ୍ର ଦେବସ୍ନାନ ପୂର୍ଣ୍ଣିମାରେ ନବରଙ୍ଗପୁର ଶ୍ରୀଜଗନ୍ନାଥ ମନ୍ଦିରରେ ମହାପ୍ରଭୁଙ୍କ ନୀତିକାନ୍ତି ସମସ୍ତ ପ୍ରକାର ରୀତିନୀତି ଅନୁଯାୟୀ ଅନୁଷ୍ଠିତ ହୋଇଯାଇଛି।

ସକାଳ ୯ ଘଣ୍ଟିକା ସମୟରେ ଅଧିବାସ ପୁଜା, ୧୦୮ କଳସ ପୁଜା, ମଙ୍ଗଳା ରୋପଣ ପୂଜା ହେବା ପରେ ମହାପ୍ରଭୁଙ୍କ ପହଣ୍ଡି ହୋଇ ମହାପ୍ରଭୁଙ୍କୁ ସ୍ନାନ ମଣ୍ଡପ ନିଆଗଲା।Advertisment ସ୍ନାନ ମଣ୍ଡପରେ ଉପଚାର ପୂଜା ହେବା ପରେ ତା ପରେ ଚତୁର୍ଦ୍ଧାମୂରର୍ତ୍ତିଙ୍କ ସ୍ନାନ କରାଗଲା ପରେ ପୂଜା ଆଳତୀ କରାଗଲା ଓ ସନ୍ଧ୍ୟା ସମୟରେ ମହାପ୍ରଭୁଙ୍କ ଗଜାନନ ବେଶରେ ଦର୍ଶନ ଦେଇଥିଲେ।

ଏହି ଦର୍ଶନ ରାତି ୧୦ଟା ପର୍ଯ୍ୟନ୍ତ ସମସ୍ତେ କରିବେ ଓ ତା ପରେ ମହାପ୍ରଭୁଙ୍କୁ ଅଣସର ଘରେ ନିଆଯିବ।

ସମସ୍ତ କାର୍ଯ୍ୟକ୍ରମ ରାଜପୁରୋହିତ ନରସିଂହ ତ୍ରିପାଠୀଙ୍କ ତତ୍ବାବଧାନରେ ପୁଜକ ଶେଷଦେବ ବ୍ରହ୍ମା, ପ୍ରମୋଦ ତ୍ରିପାଠୀ, ତ୍ରୟୋନାଥ ତ୍ରିପାଠୀ, ସୁମିତ ହଡ଼ପ, ସୁମିତ ପାଳ, ଅଶୋକ ତ୍ରିପାଠୀ, ଜିତେନ୍ଦ୍ର ଦାଶ, ଶ୍ରୀ ଜଗନ୍ନାଥ ନିଯୋଗ ସଭାପତି ନରେଶ ତ୍ରିପାଠୀ, ସମ୍ପାଦକ କୁନା ପାତ୍ର ସମସ୍ତେ ରହି ଦେବସ୍ନାନ ପୂର୍ଣ୍ଣିମା କାର୍ଯ୍ୟରେ ରହି ସହଯୋଗ କରିଥିଲେ।

ଦେବୋତ୍ତର ଅଧିକାରୀ ତଥା ତହସିଲଦାର ଭୋଲେଶ୍ବର ନାୟକ, ପୌରପାଳିକା କାର୍ଯ୍ୟନିର୍ବାହୀ ଅଧିକାରୀ ଡ.ଅ‌ଶୋକ କୁମାର କର୍ଣ୍ଣ, ଏସଡିପିଓ କୃଷ୍ଣଚନ୍ଦ୍ର ଭତ୍ରା, ଥାନାଅଧିକାରୀ ସମ୍ବିତ କୁମାର ବେହେରା ପ୍ରମୁଖ ଉପସ୍ଥିତ ଥିଲେ।

ସ୍ଥାନୀୟ କଳାକାରଙ୍କ ଦ୍ବାରା ସଂଧ୍ୟାରେ ଭଜନସଂଧ୍ୟା ପରିବେଷଣ ହୋଇଥିଲା।

Debasnana Purnima 2026: ମହାପ୍ରଭୁଙ୍କ ସ୍ନାନଯାତ୍ରା: ଗଜପତି ମହାରାଜାଙ୍କୁ ଭେଟିଲେ ମୁଖ୍ୟମନ୍ତ୍ରୀ, ହାତୀବେଶରେ ଦର୍ଶନ ଦେଲେ ମହାପ୍ରଭୁ "