Lord Jagannath: ଶ୍ରୀଜୀଉଙ୍କ ସ୍ନାନଯାତ୍ରା ଓ ଗଜାନନ ବେଶ
"ବଲାଙ୍ଗୀର: ପବିତ୍ର ଦେବସ୍ନାନ ପୂର୍ଣ୍ଣିମା ଅବସରରେ ସ୍ଥାନୀୟ ଟିକ୍ରାପଡ଼ାସ୍ଥିତ ଚାନ୍ଦ ମନ୍ଦିରରେ ଶ୍ରୀଜୀଉଙ୍କ ସ୍ନାନଯାତ୍ରା ଓ ଗଜାନନ ବେଶ ଅନୁଷ୍ଠିତ ହୋଇଛି।
ସକାଳୁ ମହାସ୍ନାନ ବିଧି ଆରମ୍ଭ ହୋଇଥିଲା।
କର୍ତ୍ତା ଚାନ୍ଦ ମନ୍ଦିର ପ୍ରତିଷ୍ଠାତା ସ୍ୱର୍ଗତ ପ୍ରଦୀପ ଚାନ୍ଦଙ୍କ ପୁତ୍ର ଆଲୋକ ଚାନ୍ଦ ଓ ପତ୍ନୀ ଦୀପ୍ତିମୟୀ ଚାନ୍ଦ ଦାୟିତ୍ବ ତୁଲାଇଥିଲେ।
Advertisment ସନ୍ଧ୍ୟାରୁ ଶ୍ରୀଜୀଉମାନଙ୍କ ଗଜାନନ ବେଶ ଆରମ୍ଭ ହୋଇଥିଲା।
ନିମାଇଁ ଚରଣ ହାତୀ, ଦ୍ୱିଜରାମ ମିଶ୍ର, ସତ୍ୟନାରାୟଣ ଶତପଥୀ ବେଶସଜ୍ଜା କରିଥିଲେ।
କାର୍ଯ୍ୟକ୍ରମରେ ସୁଧିର ଚାନ୍ଦ, ଦୀପକ ଚାନ୍ଦ, ରାଜୀବ ମିଶ୍ର, ପଦ୍ମଲୋଚନ ଯୋଷୀ, ରଞ୍ଜିତ ପଣ୍ଡା, ମହେନ୍ଦ୍ର ବାଗ, ଛାୟାକାନ୍ତ ସାହୁ, ଶିବଶଙ୍କର ନାୟକ, ସମ୍ବିତ ପତି, ଅଶୋକ ଚାନ୍ଦ, ଅନିଲ ଠାକୁର, ବୁଲୁ ବେହେରା, ଚନ୍ଦନ ସରକାର, ଜୟକୃଷ୍ଣ ପଟେଲ ଓ ମନ୍ଦିର ପୂଜକ ବିଛନ୍ଦ୍ର ମିଶ୍ର ସହଯୋଗ କରିଥିଲେ।
"