Wangchuk: ସିଜେପି ନେତାଙ୍କ ରାଜନୈତିକ ମହତ୍ତ୍ୱାକାଂକ୍ଷା ଥାଇପାରେ: ୱାଙ୍ଗଚୁକ୍‌

Aug 30, 2026 - 20:17
Wangchuk: ସିଜେପି ନେତାଙ୍କ ରାଜନୈତିକ ମହତ୍ତ୍ୱାକାଂକ୍ଷା ଥାଇପାରେ: ୱାଙ୍ଗଚୁକ୍‌

"ନୂଆଦିଲ୍ଲୀ: ପ୍ରଖର ଗୁପ୍ତାଙ୍କ ପଡକାଷ୍ଟ "ଦି ପ୍ରଖର ଗୁପ୍ତା ଏକ୍ସପିରିଏନ୍ସ" ରେ ସାମାଜିକ କର୍ମକର୍ତ୍ତା ସୋନମ ୱାଙ୍ଗଚୁକ୍ ଅଭିଜିତ ଦୀପକେ, କକ୍ରୋଚ୍ ଜନତା ପାର୍ଟି (ସିଜେପି) ଓ ତାଙ୍କ ଅନଶନ ସମୟରେ କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀଙ୍କ ଭୂମିକା ବିଷୟରେ ମୁହଁ ଖୋଲିଛନ୍ତି।ପୋଡକାଷ୍ଟ ସମୟରେ, ୱାଙ୍ଗଚୁକ୍ ଆନ୍ଦୋଳନ ସହିତ ଜଡିତ ଯୁବ ନେତାମାନଙ୍କର ରାଜନୈତିକ ପୃଷ୍ଠଭୂମି ଓ ମହତ୍ତ୍ୱାକାଂକ୍ଷା ବିଷୟରେ ଆଲୋଚନା କରିଥିଲେ।

ସେ ଏହା ମଧ୍ୟ ପ୍ରକାଶ କରିଥିଲେ ଯେ, ପ୍ରତିବାଦର ପ୍ରସ୍ଥାନ ରଣନୀତିର ଅଂଶ ଭାବରେ ରାହୁଲ ଗାନ୍ଧୀଙ୍କ ଦ୍ବାରା ତାଙ୍କର ଅନଶନ ଭାଙ୍ଗିବା ପାଇଁ ସମ୍ଭାବ୍ୟ ବ୍ୟକ୍ତି ଭାବରେ ବିବେଚନା କରାଯାଇଥିଲା।Advertisment ଅଭିଜିତ୍ ଦୀପକେ ଓ ଆନ୍ଦୋଳନ ସହିତ ଜଡିତ ଅନ୍ୟ ଯୁବକମାନଙ୍କ ବିଷୟରେ ୱାଙ୍ଗଚୁକ୍ କହିଥିଲେ ଯେ, ପୂର୍ବରୁ ଏକ ରାଜନୈତିକ ଦଳ ସହିତ ଜଡିତ ରହିବା ସମସ୍ୟାଜନକ ହେବା ଜରୁରୀ ନୁହେଁ।

ଯୁବ ନେତାମାନଙ୍କର କୌଣସି ରାଜନୈତିକ ଆକାଂକ୍ଷା ନଥିବ ବୋଲି ଆଶା କରାଯିବା ଉଚିତ୍ ନୁହେଁ। "ସେମାନେ ସନ୍ଥ ନୁହନ୍ତି ଯେଉଁମାନେ ନିଜ ପାଇଁ କିଛି ଚାହିଁବେ ନାହିଁ।

ନିଶ୍ଚିତ ଭାବରେ ସେମାନଙ୍କର ରାଜନୈତିକ ଆକାଂକ୍ଷା ରହିବ ଓ ଏହା ରହିବା ଉଚିତ୍ ବୋଲି କହିଥିଲେ।

ତଥାପି ୱାଙ୍ଗଚୁକ୍ ବ୍ୟକ୍ତିଗତ ରାଜନୈତିକ ମହତ୍ତ୍ୱାକାଂକ୍ଷା ଓ ଆନ୍ଦୋଳନର ମଞ୍ଚର ପ୍ରକୃତି ମଧ୍ୟରେ ଏକ ପାର୍ଥକ୍ୟ ଆଙ୍କିଥିଲେ।

ସେ କହିଥିଲେ ଯେ, ମଞ୍ଚ ଏକ ରାଜନୈତିକ ଦଳ ହେବା ପରିବର୍ତ୍ତେ ଏକ ନିରପେକ୍ଷ ପ୍ରେସର୍‌ ଗ୍ରୁପ୍‌ ଭାବରେ ରହିବା ଉଚିତ।

ୱାଙ୍ଗଚୁକ୍ ଆନ୍ଦୋଳନରେ ସାମିଲ ଯୁବ ନେତାମାନଙ୍କୁ ଦେଶର ବିକାଶ ପ୍ରତି ପ୍ରତିକ୍ରିୟା ଦେଉଥିବା ସାଧାରଣ ଭାରତୀୟ ଯୁବପିଢ଼ି ବୋଲି ମଧ୍ୟ ବର୍ଣ୍ଣନା କରିଥିଲେ।

ଆହୁରି ପଢନ୍ତୁ: Dibya Mittal: ଆଇଏଏସ୍‌ ଦିବ୍ୟା ମିତ୍ତଲଙ୍କ ଇସ୍ତଫା ପରେ ରାଜନୀତି ତୀବ୍ର: ରାହୁଲ ଗାନ୍ଧୀଙ୍କ ସହିତ ସାକ୍ଷାତ ଓ ଉତ୍ତର ପ୍ରଦେଶ ନିର୍ବାଚନରେ ଭୂମିକାକୁ ନେଇ ଚର୍ଚ୍ଚା ରାହୁଲ ଗାନ୍ଧୀଙ୍କ ହାତରେ ଅନଶନ ଭାଙ୍ଗିବା ଯୋଜନା ସମ୍ପର୍କରେ ୱାଙ୍ଗଚୁକ୍‌ କହିଛନ୍ତି ଯେ, ଲୋକସଭା ବିରୋଧୀ ଦଳ ନେତାଙ୍କ ସହିତ ଯୋଗାଯୋଗ କରିବାକୁ ଚେଷ୍ଟା କରିଥିଲେ କିନ୍ତୁ କୌଣସି ସକାରାତ୍ମକ ଉତ୍ତର ପାଇନଥିଲେ।

ସେ ଆହୁରି ମଧ୍ୟ କହିଛନ୍ତି ଯେ, ଯନ୍ତର ମନ୍ତରଠାରେ ଛାତ୍ର ଆନ୍ଦୋଳନବେଳେ ରାହୁଲ ଗାନ୍ଧୀଙ୍କ ଉପସ୍ଥିତି ପ୍ରତିବାଦକୁ ଅଧିକ ଗତି ଦେଇପାରିଥାନ୍ତା।

"

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)