BRICS Summit 2026: ବ୍ରିକ୍ସ ୨୦୨୬: ୟୁଏଇ କ୍ରାଉନ ପ୍ରିନ୍ସଙ୍କୁ ଭେଟିଲେ ପ୍ରଧାନମନ୍ତ୍ରୀ ମୋଦୀ

Sep 12, 2026 - 16:09
BRICS Summit 2026: ବ୍ରିକ୍ସ ୨୦୨୬: ୟୁଏଇ କ୍ରାଉନ ପ୍ରିନ୍ସଙ୍କୁ ଭେଟିଲେ ପ୍ରଧାନମନ୍ତ୍ରୀ ମୋଦୀ

"ନୂଆଦିଲ୍ଲୀ: ବ୍ରିକ୍ସ ସମ୍ମିଳନୀ ୨୦୨୬ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶନିବାର ୟୁଏଇର କ୍ରାଉନ ପ୍ରିନ୍ସ ମହମ୍ମଦ ବିନ୍‌ ଜାୟେଦ ଅଲ୍‌ ନାହ୍ୟାନ୍‌ଙ୍କୁ ଭେଟିଛନ୍ତି।

ଉଭୟ ପକ୍ଷ ମଧ୍ୟରେ ବାଣିଜ୍ୟ କରିଡର ଓ ନିବେଶ ବିସ୍ତାରକୁ ପ୍ରୋତ୍ସାହନ ଦେବା ଉପରେ ଦ୍ୱିପାକ୍ଷିକ ଆଲୋଚନା କେନ୍ଦ୍ରିତ ହୋଇଛି।

ନୂଆଦିଲ୍ଲୀ ସ୍ଥିତ ହାଇଦ୍ରାବାଦ ହାଉସଠାରେ ଅନୁଷ୍ଠିତ ବୈଠକରେ ଦୁଇ ଦେଶ ବାଣିଜ୍ୟ, ଶକ୍ତି ସୁରକ୍ଷା କ୍ଷେତ୍ରରେ ସହଭାଗୀ ସମୃଦ୍ଧି ଉପରେ ଆଲୋଚନା କରିଛନ୍ତି।

ବୈଠକ ସମ୍ପର୍କରେ ପ୍ରଧାନମନ୍ତ୍ରୀ ମୋଦୀ "ଏକ୍ସ"ରେ ଲେଖିଛନ୍ତି ଯେ, ଭାରତ -ୟୁଏଇ ସମ୍ପର୍କରେ ଗତ କିଛି ବର୍ଷ ହେଲା ପରିବର୍ତ୍ତନ ଆସିଛି।

ଦୁଇ ଦେଶ ନିଜ ମହତ୍ୱାକାଂକ୍ଷାକୁ ଆହୁରି ଉଚ୍ଚ କରିଛନ୍ତି।

Advertisment ଆଗକୁ ଅପାର ସମ୍ଭାବନା ରହିଛି: ମୋଦୀ ଶେଖ୍‌ ଖାଲେଦ ବିନ୍ ମହମ୍ମଦ ବିନ୍‌ ଜାୟେଦ ଅଲ୍‌ ନାହ୍ୟାନ୍‌ଙ୍କୁ ଭେଟି ପ୍ରତିରକ୍ଷା, ଏଆଇ, ମହାକାଶ, ଗୁରୁତ୍ୱପୂର୍ଣ୍ଣ ଖଣିଜ ପଦାର୍ଥ, ଶକ୍ତି, ଖାଦ୍ୟ ସୁରକ୍ଷା ଏବଂ ସଂଯୋଗୀକରଣ କ୍ଷେତ୍ରରେ ଆମର ରଣନୈତିକ ସହଭାଗୀତାକୁ ଆଗକୁ ନେବା ବିଷୟରେ ଆଲୋଚନା କରାଯାଇଛି।

ନିବେଶ ସମ୍ପର୍କଠାରୁ ଆରମ୍ଭ କରି ରଣନୈତିକ ଶକ୍ତି ଭିତ୍ତିଭୂମି ଏବଂ ଆଇଏମ୍‌ଇସି (ଭାରତ-ମଧ୍ୟପ୍ରାଚ୍ୟ-ୟୁରୋପ ଅର୍ଥନୈତିକ କରିଡର) ସଂଯୋଗୀକରଣରେ ନୂତନ ସମ୍ଭାବନା ପର୍ଯ୍ୟନ୍ତ, ଆଗକୁ ଅପାର ସମ୍ଭାବନା ରହିଛି ବୋଲି ମୋଦୀ କହିଛନ୍ତି।

ପଶ୍ଚିମ ଏସିଆର ଅନିଶ୍ଚିତତା ସମୟରେ ଭାରତ-ୟୁଏଇ ସମ୍ପର୍କ ସ୍ଥିରତା, ସମୃଦ୍ଧି ଓ ଶାନ୍ତିର ପ୍ରତୀକ।

ଜାନୁଆରି ୨୦୨୪ ରେ ୟୁଏଇ ଇଜିପ୍ଟ, ଇଥିଓପିଆ, ଇରାନ ଓ ସାଉଦି ଆରବ ବ୍ରିକ୍ସର ପୂର୍ଣ୍ଣକାଳୀନ ସଦସ୍ୟ ହୋଇଥିଲେ।

ଇଣ୍ଡୋନେସିଆ ଜାନୁଆରି ୨୦୨୫ ରେ ପୂର୍ଣ୍ଣ ସଦସ୍ୟ ଭାବରେ ବ୍ରିକ୍ସରେ ଯୋଗ ଦେଇଥିଲା।

ନିଜର ପ୍ରାଥମିକତା ଉପରେ ଗୁରୁତ୍ବାରୋପ କରୁଛି ଭିଏତନାମ "

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)