Wamiqa Gabbi turns Sumo wrestler! ଜାପାନରେ ସୁମୋ ମଲ୍ଲଯୋଦ୍ଧାଙ୍କ ସହ ୱାମିକାଙ୍କ ମଜାଦାର ଲଢ଼େଇ, ଦେଖନ୍ତୁ ଭିଡିଓ

Jul 08, 2026 - 14:43
Wamiqa Gabbi turns Sumo wrestler! ଜାପାନରେ ସୁମୋ ମଲ୍ଲଯୋଦ୍ଧାଙ୍କ ସହ ୱାମିକାଙ୍କ ମଜାଦାର ଲଢ଼େଇ, ଦେଖନ୍ତୁ ଭିଡିଓ

ଜାପାନରେ ସୁମୋ ମଲ୍ଲଯୋଦ୍ଧା ସହ ମୁହାମୁହିଁ ୱାମିକା ଗଦ୍ଦୀ, ଜିତିବାର ୩ଟି ମଜାଦାର ଉପାୟ ଦେଖାଇଲେ। ଅଭିନେତ୍ରୀ ୱାମିକା ଗବ୍ବୀ କେବଳ ନିଜ ଅଭିନୟ ପାଇଁ ନୁହେଁ, ସୋସିଆଲ ମିଡିଆରେ ମଜାଦାର ଭିଡିଓ ଓ ବୁଲା ବୁଲି କରିବାର ଝଲକ ସେୟାର କରିବା ପାଇଁ ମଧ୍ୟ ବେଶ୍ ଚର୍ଚ୍ଚାରେ ରହିଥାନ୍ତି।

ଏଥର ଜାପାନରୁ ସେ ସେୟାର କରିଥିବା ଏକ ହାସ୍ୟରସାତ୍ମକ ଭିଡିଓ ନେଟିଜେନ୍ସଙ୍କ ଦୃଷ୍ଟି ଆକର୍ଷଣ କରିଛି। ଏହି ଭିଡିଓରେ ସେ ଜଣେ ପେସାଦାର ସୁମୋ ମଲ୍ଲଯୋଦ୍ଧାଙ୍କ ସହ ମଜାଦାର ମୁକାବିଲା କରୁଥିବା ଦେଖାଯାଇଛି।

ଜାପାନ ଗସ୍ତ ସମୟରେ ୱାମିକା ଏକ ସୁମୋ କୁସ୍ତି ରିଙ୍ଗରେ ପ୍ରବେଶ କରି ବଡ଼ ସୁମୋ ସୁଟ୍ ପିନ୍ଧି ମଲ୍ଲଯୋଦ୍ଧାଙ୍କ ସମ୍ମୁଖୀନ ହୋଇଥିଲେ। ଭିଡିଓର ଆରମ୍ଭରେ "ଜାପାନରେ ସୁମୋ ଯୋଦ୍ଧାଙ୍କ ସହ କିପରି ଲଢ଼ିବେ" ବୋଲି ଲେଖା ଦେଖାଯାଉଛି।

୩ଟି ଷ୍ଟେପ୍‌ରେ ଜିତିବାର ମଜାଦାର ଉପାୟ –

ପ୍ରଥମେ ୱାମିକା ପ୍ରତିଦ୍ୱନ୍ଦ୍ୱୀଙ୍କ ସହ ହ୍ୟାଣ୍ଡସେକ କରି ଆଲିଙ୍ଗନ କରନ୍ତି। ଏହାକୁ ସେ 'ଷ୍ଟେପ୍-୧: ଆଲିଙ୍ଗନ' ବୋଲି ଦର୍ଶାଇଛନ୍ତି। ପରେ ସେ ମଲ୍ଲଯୋଦ୍ଧାଙ୍କୁ ଧୀରେ ଧୀରେ ରିଙ୍ଗ ବାହାରକୁ ଠେଲିବାକୁ ଚେଷ୍ଟା କରନ୍ତି। କିନ୍ତୁ ଶକ୍ତିଶାଳୀ ମଲ୍ଲଯୋଦ୍ଧାଙ୍କ ସାମ୍ନାରେ ସେ ସଫଳ ହୋଇପାରନ୍ତି ନାହିଁ।

ଏହା ପରେ ଭିଡିଓରେ ଆସେ ମଜାଦାର ଟ୍ୱିଷ୍ଟ। ୱାମିକା ଆଖିରେ କିଛି ପଡ଼ିଥିବାର ଅଭିନୟ କରନ୍ତି। ତାଙ୍କୁ ସାହାଯ୍ୟ କରିବାକୁ ସୁମୋ ମଲ୍ଲଯୋଦ୍ଧା ନିକଟକୁ ଆସିବା ମାତ୍ରେ ସେ ହଠାତ୍ ତାଙ୍କୁ ରିଙ୍ଗ ବାହାରକୁ ଠେଲି ଦେଇଥିଲେ। 'ଷ୍ଟେପ୍-୩: ଆଖିରେ କିଛି ପଡ଼ିଥିବାର ଅଭିନୟ କରନ୍ତୁ ଏବଂ ଜିତନ୍ତୁ' ବୋଲି ଦେଖାଇଛନ୍ତି। ଜିତିବା ପରେ ୱାମିକା ରିଙ୍ଗ ଭିତରେ ନାଚି ନିଜ ଖୁସି ପ୍ରକାଶ କରୁଥିବା ମଧ୍ୟ ଦେଖାଯାଇଛି।

ଭିଡିଓ ସେୟାର କରି ୱାମିକା ଲେଖିଛନ୍ତି, "ଦୟାକରି ଏହାକୁ ମନେ ରଖନ୍ତୁ। ଜାପାନରେ ଏଭଳି ସୁନ୍ଦର ଅନୁଭୂତି ଦେଇଥିବାରୁ rare_latitudesକୁ ଧନ୍ୟବାଦ। ସମସ୍ତେ ବହୁତ ଭଲ ଥିଲେ।"

ଏହି ଭିଡିଓ ସୋସିଆଲ ମିଡିଆରେ ଭାଇରାଲ୍ ହେବା ସହ ପ୍ରଶଂସକମାନେ ୱାମିକାଙ୍କ ଏହି ଅନ୍ଦାଜକୁ ବେଶ୍ ପସନ୍ଦ କରୁଛନ୍ତି।

ଆଗାମୀ ପ୍ରୋଜେକ୍ଟ - 
କାମର କଥା କହିଲେ, ୱାମିକା ଗବ୍ବୀଙ୍କ ହାତରେ ଏବେ ଅନେକ ବଡ଼ ପ୍ରକଳ୍ପ ରହିଛି। ସେ 'G2', 'Genie', 'DC', 'Dil Ka Darwaaza Khol Na Darling', 'Kuku Ki Kundali', 'Tiki Taka', 'Kikli' ଏବଂ 'Iravakaalam' ଭଳି ଚଳଚ୍ଚିତ୍ରରେ ନଜର ଆସିବେ। ଏହା ସହ 'Rakt Brahmand: The Bloody Kingdom' ୱେବ୍ ସିରିଜ୍‌ରେ ମଧ୍ୟ ସେ ଗୁରୁତ୍ୱପୂର୍ଣ୍ଣ ଭୂମିକାରେ ଅଭିନୟ କରୁଛନ୍ତି।
 

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।