Wall Collapse During Demolition ଅଧିକୃତ ଘର ଭାଙ୍ଗିବା ବେଳେ ଅଘଟଣ, ଉଚ୍ଛେଦ ବେଳେ କାନ୍ଥ ପଡ଼ି ୫ ଅନଧିକୃତ ଘର ଭାଙ୍ଗିଲା

Nov 23, 2026 - 22:02
Wall Collapse During Demolition  ଅଧିକୃତ ଘର ଭାଙ୍ଗିବା ବେଳେ ଅଘଟଣ, ଉଚ୍ଛେଦ ବେଳେ କାନ୍ଥ ପଡ଼ି ୫ ଅନଧିକୃତ ଘର ଭାଙ୍ଗିଲା

ତାଳଚେର: ଜାତୀୟ ରାଜପଥ ଦୋହରୀକରଣ କାର୍ଯ୍ୟ ସମୟରେ ଠିକା ସଂସ୍ଥାର ଅସାବଧାନତାରୁ ଏକ ବଡ଼ ଅଘଟଣ ଘଟିଛି।

ଅଧିଗ୍ରହଣ ହୋଇଥିବା ଘର ଭାଙ୍ଗିବା ବେଳେ ତାହାର କାନ୍ଥ ଭୁଶୁଡ଼ି ପାଖରେ ଥିବା ଅଧିଗ୍ରହଣ ହୋଇନଥିବା ୫ଟି ଘର ଉପରେ ପଡ଼ିଛି।

ଏଥିରେ ୫ଟି ପରିବାରର ଘରଦ୍ୱାର ଓ ଆସବାବପତ୍ର ନଷ୍ଟ ହୋଇଛି।

ଏହାକୁ ନେଇ ତାଳଚେର ବ୍ଲକ ଗୁରୁଜାଙ୍ଗୁଳି ପଞ୍ଚାୟତର ପଡ଼ିଆଭଙ୍ଗା ଗ୍ରାମରେ ତୀବ୍ର ଉତ୍ତେଜନା ପ୍ରକାଶ ପାଇଛି।

ଉତ୍ତ୍ୟକ୍ତ ଗ୍ରାମବାସୀ ଘର ଭାଙ୍ଗୁଥିବା ମେସିନ୍‌କୁ ଅଟକ ରଖିଛନ୍ତି।

Advertisment BDA's encroachment: ଶାମପୁରରେ ବିଡିଏର ଜବରଦଖଲ ଉଚ୍ଛେଦ: ମାଟିରେ ମିଶିଲା ୫୮ ଘର ସୂଚନା ଅନୁଯାୟୀ, ୧୪୯ ନମ୍ବର ଜାତୀୟ ରାଜପଥ ଦୋହରୀକରଣ ପାଇଁ ଠିକା ସଂସ୍ଥା ଏଆଇପିଏଲ୍‌ ପକ୍ଷରୁ ଅଧିଗ୍ରହଣ ହୋଇଥିବା ଏକ ପୁରୁଣା ଘରକୁ ମେସିନ୍‌ ସାହାଯ୍ୟରେ ଭଙ୍ଗାଯାଉଥିଲା।

ଏହି ସମୟରେ ଘରର ଏକ ବିରାଟ କାନ୍ଥ ଭୁଶୁଡ଼ି ପାଖରେ ଥିବା ଅନ୍ୟ ୫ଟି ଘର ଉପରେ ପଡ଼ିଥିଲା।

ତେବେ ଏହି ଘରଗୁଡ଼ିକ ରାଜପଥ ସଂପ୍ରସାରଣ ପାଇଁ ଅଧିଗ୍ରହଣ ହୋଇନଥିବା ବେଳେ କାନ୍ଥ ପଡ଼ିବା ଯୋଗୁଁ ଘରର ବିଭିନ୍ନ ଅଂଶ ଭାଙ୍ଗିଯିବା ସହ ଘରେ ଥିବା ଆସବାବପତ୍ର ଓ ଅନ୍ୟାନ୍ୟ ସାମଗ୍ରୀ ନଷ୍ଟ ହୋଇଛି।

ହଠାତ୍‌ ଏଭଳି ଅଘଟଣ ଯୋଗୁଁ ୫ଟି ପରିବାର କ୍ଷତିଗ୍ରସ୍ତ ହୋଇଛନ୍ତି।

ଘର ନଷ୍ଟ ହେବା ପରେ ସେମାନଙ୍କ ରହିବା ଓ ଦୈନନ୍ଦିନ ଜୀବନଯାପନ ନେଇ ଚିନ୍ତା ବଢ଼ିଯାଇଛି।

Encroachments Cleared ମା' ମଝିଘରିଆଣୀ ମନ୍ଦିର ନିକଟରୁ ହଟିଲା ଜବରଦଖଲ ଏହି ଘଟଣା ପରେ ଗ୍ରାମବାସୀ ଉତ୍ତ୍ୟକ୍ତ ହୋଇ ଘର ଭାଙ୍ଗୁଥିବା ମେସିନ୍‌କୁ ଅଟକ ରଖିବା ସହ କ୍ଷତିଗ୍ରସ୍ତ ପରିବାରଙ୍କୁ ତୁରନ୍ତ କ୍ଷତିପୂରଣ ଓ ଥଇଥାନ ସହାୟତା ଯୋଗାଇଦେବାକୁ ଦାବି କରିଛନ୍ତି।

ଉପଯୁକ୍ତ କ୍ଷତିପୂରଣ ନମିଳିବା ପର୍ଯ୍ୟନ୍ତ ମେସିନ୍‌ ଛଡ଼ାଯିବ ନାହିଁ ବୋଲି ସେମାନେ ଅଡ଼ି ବସିଛନ୍ତି।

ଅନ୍ୟପକ୍ଷରେ ଘଟଣା ଘଟିବା ପରେ ମଧ୍ୟ ଠିକା ସଂସ୍ଥା ଏଆଇପିଏଲ୍‌ କିମ୍ବା ପ୍ରଶାସନର କୌଣସି ଅଧିକାରୀ ଘଟଣାସ୍ଥଳରେ ପହଞ୍ଚିନଥିବାରୁ ଗ୍ରାମବାସୀଙ୍କ ଅସନ୍ତୋଷ ଆହୁରି ବଢ଼ିଛି।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)