Walking: ବାମକୁ ଚାଲିବା ମଣିଷର ସହଜାତ
"ବୈଜ୍ଞାନିକ ଗବେଷଣାରୁ ମଣିଷର ଏକ ସହଜାତ ପ୍ରବୃତ୍ତି ସମ୍ପର୍କରେ ଜଣାପଡ଼ିଛି।
ଯଦି ଜଣେ ବ୍ୟକ୍ତି ଗୋଟିଏ ଖୋଲା ସ୍ଥାନରେ ଅଥବା ଭିଡ଼ ମଧ୍ୟରେ ଚାଲିବା ଆରମ୍ଭ କରନ୍ତି ତେବେ ସେ ପ୍ରଥମେ ବାମ ପଟକୁ ମୋଡ଼ିବା ଏବଂ ଘଣ୍ଟାକଣ୍ଟା ଚଳନର ବିପରୀତ ଦିଗରେ ଯିବାର ସମ୍ଭାବନା ଅଧିକ।
ଏହି ଆବିଷ୍କାର ପଛର କାହାଣୀ ଖୁବ୍ ରୋଚକ।
କୋଭିଡ୍ ମହାମାରୀ ସମୟରେ, ଗୋଟିଏ ସାର୍ବଜନୀନ ସ୍ଥାନରେ କେତେ ଲୋକ ସୁରକ୍ଷିତ ଦୂରତାରେ ଚଳପ୍ରଚଳ କରିପାରିବେ ତାହା ଜାଣିବା ପାଇଁ କେତେକ ପରୀକ୍ଷଣ କରାଯାଇଥିଲା।
ଲୋକମାନେ ଚଲାବୁଲା କରୁଥିବାର ଭିଡିଓ ନିରୀକ୍ଷଣ କଲାବେଳେ ସ୍ପେନ୍ର ନାଭାରା ବିଶ୍ବବିଦ୍ୟାଳୟର ଗବେଷକମାନେ ଲକ୍ଷ୍ୟ କରିଥିଲେ ଯେ ଅଧିକାଂଶ ଲୋକ ଘଣ୍ଟାକଣ୍ଟାର ବିପରୀତ ଦିଗରେ ଚାଲୁଥିଲେ।Advertisment Nabarangpur: ମୁଖ୍ୟମନ୍ତ୍ରୀଙ୍କ ଘୋଷଣାକୁ ୪ମାସ ବିତିଲା; ମେଡିକାଲ କଲେଜ ପାଇଁ ବାହାରିଲାନି ବିଜ୍ଞପ୍ତି ଏହି ଆଚରଣ ଏକ ନୂଆ ଅଧ୍ୟୟନକୁ ଜନ୍ମ ଦେଲା।
ବିଭିନ୍ନ ବନ୍ଦ ସ୍ଥାନରେ ଲୋକଙ୍କୁ ଚାଲିବା ପାଇଁ କୁହାଗଲା।
ସବୁଥର ଦେଖିବାକୁ ମିଳିଲା ଯେ ପାଖାପାଖି ସମସ୍ତେ ବାମ ଦିଗକୁ ଚାଲୁଥିଲେ।
ଏହି ପ୍ରବୃତ୍ତି କାଳେ ସଂସ୍କୃତି ଦ୍ବାରା ପ୍ରଭାବିତ ହେଉଥିବ ସେଥିପାଇଁ ଜାପାନର ୟୁନିଭର୍ସିଟି ଅଫ୍ ଟୋକିଓ ଦ୍ବାରା ମଧ୍ୟ ଏହି ଅଧ୍ୟୟନ ଦୋହରା ଯାଇଥିଲା।
ସେଠାରେ ମଧ୍ୟ ସମାନ ଫଳାଫଳ ମିଳିଛି।
ଉଭୟ ପୁରୁଷ ଓ ମହିଳା ତଥା ବାମହାତୀ ଓ ଦକ୍ଷିଣହାତୀ ଲୋକଙ୍କ ମଧ୍ୟରେ ଏହି ପ୍ରବୃତ୍ତି ସମାନ ଭାବରେ ପରିଲକ୍ଷିତ।
ତେବେ ଶିଶୁଙ୍କଠାରେ ବାମକୁ ଚାଲିବାର ପ୍ରବୃତ୍ତି ଅଧିକ ପ୍ରସ୍ଫୁଟିତ।
ତେବେ ଏହାର କାରଣ କ"ଣ ତାହା ବୈଜ୍ଞାନିକମାନେ ଏ ପର୍ଯ୍ୟନ୍ତ ବ୍ୟାଖ୍ୟା କରିପାରିନାହାନ୍ତି।
Judgement: ରାଜ୍ୟସଭା ନିର୍ବାଚନରେ ହସ୍ତକ୍ଷେପ କରିବାକୁ ମନା କଲେ ସୁପ୍ରିମ୍କୋର୍ଟ"
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।