Paver blocks: ଉଦ୍ଦେଶ୍ୟ ପୂରଣ କରିପାରୁନି ପେଭରବ୍ଲକ୍: ସମନ୍ୱୟ ଅଭାବରୁ ପାଣିରେ ପଡ଼ୁଛି କୋଟି କୋଟି ଟଙ୍କା
"ଭୁବନେଶ୍ୱର: ସହରରେ ଦୁର୍ନୀତି ପାଇଁ ନୂଆ ବାଟ ଖୋଲିଛି ବିଏମ୍ସି।
ସେଥିରେ ସବାଆଗରେ ପେଭରବ୍ଲକ୍ ରହିଛି।
ନୂଆ ରାସ୍ତା ଖୋଳି କଂକ୍ରିଟ୍ ଉପରେ ଲକ୍ଷ ଲକ୍ଷ ଟଙ୍କାର ପେଭରବ୍ଲକ୍ ପକାଉଛନ୍ତି।
ପୁଣି କିଛି ବର୍ଷ ନ ଯାଉଣୁ ଯୋଜନା ବଦଳିଯାଇ ସେଥିରେ ଅଲଗା ସୌନ୍ଦର୍ଯ୍ୟୀକରଣ ହେଉଛି।
ଫଳରେ କେବଳ ରାଜସ୍ବ ହଡ଼ପ ହେଉନାହିଁ ବରଂ ପେଭରବ୍ଲକ୍ ଦ୍ବାରା ଭୂତଳ ଜଳ ସଂରକ୍ଷଣର ଉଦ୍ଦେଶ୍ୟ ପୂରଣ ହେଉନାହିଁ।
ସିଆର୍ପି ଛକରୁ ଇସ୍କନ ସଂଲଗ୍ନ ରାସ୍ତାର ସର୍ଭିସ ରୋଡ୍ରେ ଦୁଇ ବର୍ଷ ତଳେ ପାଖାପାଖି ୬ ଲକ୍ଷ ଟଙ୍କାର ପେଭରବ୍ଲକ୍ ପଡ଼ିଥିଲା।
ହେଲେ ବର୍ତ୍ତମାନ ଏହି ପେଭରବ୍ଲକ୍ଗୁଡ଼ିକ ହଟାଯାଇ ଏଥିରେ ପାର୍କିଂ ଓ ଜନସାଧାରଣ ବସିବା ପାଇଁ ସ୍ଥାନ ନିର୍ମାଣ କରାଯାଉଛି।
ଏଥିପାଇଁ ୩୮ ଲକ୍ଷ ଟଙ୍କା ବ୍ୟୟବରାଦରେ କାମ ଚାଲିଛି।
ଏନେଇ କର୍ପୋରେଟର ମାନସୀରାଣୀ ସୁନ୍ଦରାୟ କହିଛନ୍ତି ଯେ ସେହି ସର୍ଭିସ୍ ରୋଡ୍ ଗାଡ଼ି ପାର୍କିଂ ଓ ଉଠା ଦୋକାନୀମାନଙ୍କ ଯୋଗୁ ସଂକୁଚିତ ହେଉଥିଲା।
ଯାତାୟାତରେ ମଧ୍ୟ ଅସୁବିଧା ହେଉଥିଲା।
ହେଲେ ବର୍ତ୍ତମାନ ଏଠାରେ ଗାଡ଼ି ପାର୍କିଂକୁ ବ୍ୟବସ୍ଥିତ କରାଯିବା ସହିତ ଲୋକମାନଙ୍କ ପାଇଁ ବସିବା ସୁବିଧା ହେଉଛି।
Advertisment Metro again: ପୁଣି ମନ୍ତ୍ରୀ ଦେଖାଇଲେ ମେଟ୍ରୋ ଆଶା: ଏଥର ଭୁବନେଶ୍ବର, କଟକ ସହ ପୁରୀ ସେହିପରି ଆଚାର୍ଯ୍ୟବିହାର ଛକରୁ ବାଣୀବିହାର ଛକ ରାସ୍ତାକଡ଼ରେ ମହିଳା ସ୍ୱୟଂସହାୟକ ଗୋଷ୍ଠୀ ସହାୟତା ସ୍ବରୂପ ପାଖାପାଖି ୫୦ ଲକ୍ଷ ଟଙ୍କାରେ ପେଭର୍ବ୍ଲକ ପଡ଼ିଥିଲା।
ବିଶେଷ କରି ଛକରୁ "ଆମ ବସ୍ଷ୍ଟାଣ୍ଡ" ମଧ୍ୟରେ ପେଭରବ୍ଲକ୍ ସହିତ ଲୋକଙ୍କ ବସିବା ସିମେଣ୍ଟ ଚେୟାର ମଧ୍ୟ ହୋଇଥିଲା।
ହେଲେ ବର୍ତ୍ତମାନ ସେହି ପେଭର୍ବ୍ଲକ୍ଗୁଡ଼ିକ ହଟାଯାଇ ସେଠାରେ ଦୁଇ ବରପୂତ୍ରଙ୍କ ପ୍ରତିମୂର୍ତ୍ତି ସ୍ଥାପନ ହୋଇଛି।
ବାକି ସ୍ଥାନରେ ସିମେଣ୍ଟ ଅଥବା ପିଚୁ ନଥିବାରୁ ବର୍ଷା ହେବା ମାତ୍ରେ ସେଠାରେ କାଦୁଅ ଗଦା ହୋଇରହୁଛି।
ଏନେଇ କର୍ପୋରେଟର ପୂଜା ମହାରଣାଙ୍କ କହିଛନ୍ତି, ବର୍ତ୍ତମାନ ଏକ ଘରୋଇ ସଂସ୍ଥା ନିଜ ସିଏସ୍ଆର୍ ପାଣ୍ଠିରେ ଏହାର ସୌନ୍ଦର୍ଯ୍ୟୀକରଣ କରୁଛି।
Cold in cuttack bhubanswer: ୧୦ ଡିଗ୍ରିକୁ ଖସିଲା ଦ୍ବୈତନଗରୀ: ଓଃ କି ଥଣ୍ଡା...
ସେହିପରି ସହରର ବିଭିନ୍ନ ଵାର୍ଡରେ ଥିବା କଞ୍ଜର୍ଭାନ୍ସି ଲେନ୍ଗୁଡ଼ିକ ବର୍ଷ ବର୍ଷ ଧରି ସଫା ହେଉ ନଥିଲା।
ଏହାକୁ ସଫା କରିବା ସହ ପେଭରବ୍ଲକ୍ ପକାଇବା ପାଇଁ ବିଏମ୍ସି ୫୩ କୋଟି ଟଙ୍କା ବ୍ୟୟ ଅଟକଳ କରିଥିଲା।
ସବୁ କଞ୍ଜରଭାନ୍ସି ଲେନ୍ରେ ପେଭରବ୍ଲକ୍ ପଡ଼ିଥିଲା।
ହେଲେ ପରିଚାଳନା ଅଭାବରୁ ବର୍ତ୍ତମାନ ଏହି ଲେନ୍ଗୁଡ଼ିକ ଶୌଚାଳୟ ଓ ନିଶାଡ଼ିଙ୍କ ଆଡ଼ାସ୍ଥଳ ପାଲଟିଛି।
ସହରର ଖାରବେଳ ନଗର, ବାପୁଜୀ ନଗର, ସହିଦ ନଗର, ୟୁନିଟ୍୧, ୟୁନିଟ୍୨, ୟୁନିଟ୍ ୬ ଆଦି ସ୍ଥାନରେ ଏଭଳି ସ୍ଥିତି ଦେଖିବାକୁ ମିଳିଛି।"
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।