ବିହାର ସରକାରଙ୍କୁ ସୁପ୍ରିମକୋର୍ଟ ପ୍ରଶ୍ନ; ୬ ମାସରୁ ଅଧିକ ସମୟ ଧରି ପଦବିରେ ଅଛନ୍ତି କେମିତି ?

Jul 30, 2026 - 21:50
ବିହାର ସରକାରଙ୍କୁ ସୁପ୍ରିମକୋର୍ଟ ପ୍ରଶ୍ନ; ୬ ମାସରୁ ଅଧିକ ସମୟ ଧରି ପଦବିରେ ଅଛନ୍ତି କେମିତି ?

"ନୂଆଦିଲ୍ଲୀ : କୌଣସି ଗୃହର ସଦସ୍ୟ ନହୋଇ ଜଣେ ବ୍ୟକ୍ତି ୬ ମାସରୁ ଅଧିକ ସମୟ ପର୍ଯ୍ୟନ୍ତ ମନ୍ତ୍ରୀ ପଦରେ ରହିପାରିବେ କି ନାହିଁ, ସେଭଳି ଏକ ଜଟିଳ ସାମ୍ବିଧାନିକ ପ୍ରଶ୍ନର ଶୁଣାଣି କରି ସୁପ୍ରିମକୋର୍ଟ ବିହାର ସରକାରଙ୍କୁ କୈଫିୟତ ମାଗିଛନ୍ତି ।

ଭାରତର ପ୍ରଧାନ ବିଚାରପତି ସୂର୍ଯ୍ୟକାନ୍ତଙ୍କ ନେତୃତ୍ୱରେ ଗଠିତ ଖଣ୍ଡପୀଠ ଗୁରୁବାର ଏହି ମାମଲାର ବିଚାର କରି କହିଛନ୍ତି ଯେ, ଏହା ସମ୍ପୂର୍ଣ୍ଣ ରୂପେ ଏକ ଆଇନଗତ ପ୍ରଶ୍ନ ଅଟେ ।

ବିନା ନିର୍ବାଚନରେ ଜଣେ ମନ୍ତ୍ରୀ କିଭଳି ୬ ମାସରୁ ଅଧିକ ସମୟ ଧରି ପଦବିିରେ ରହିଛନ୍ତି, ତାହା ରାଜ୍ୟ ସରକାରଙ୍କୁ ସ୍ପଷ୍ଟ କରିବାକୁ ହେବ ।

ଅଦାଲତ ଏହି ସମ୍ବେଦନଶୀଳ ମାମଲାର ଚୂଡ଼ାନ୍ତ ଶୁଣାଣି ପାଇଁ ଆସନ୍ତା ଅଗଷ୍ଟ ୪ ତାରିଖ ଧାର୍ଯ୍ୟ କରିଛନ୍ତି ଏବଂ ଏଥିରେ କୌଣସି ସମୟ ବୃଦ୍ଧି କରାଯିବ ନାହିଁ ବୋଲି ସ୍ପଷ୍ଟ କରିଛନ୍ତି ।Advertisment ବିହାରର ପଞ୍ଚାୟତରାଜ ମନ୍ତ୍ରୀ ଦୀପକ ପ୍ରକାଶଙ୍କ ନିଯୁକ୍ତିର ବୈଧତାକୁ ଚ୍ୟାଲେଞ୍ଜ କରି ସୁପ୍ରିମକୋର୍ଟରେ ଏକ ସ୍ୱତନ୍ତ୍ର ପିଟିସନ ଦାୟର କରାଯାଇଛି, ଯେଉଁଥିରେ ତାଙ୍କର ମନ୍ତ୍ରୀ ପଦକୁ ସାମ୍ବିଧାନିକ ବ୍ୟବସ୍ଥାର ପ୍ରତାରଣା ବୋଲି ଅଭିଯୋଗ କରାଯାଇଛି ।

ମାମଲାର ବିବରଣୀ ଅନୁଯାୟୀ, ଦୀପକ ପ୍ରକାଶ ପ୍ରଥମେ ନୀତୀଶ କୁମାରଙ୍କ ସରକାରରେ ବିନା ନିର୍ବାଚନରେ ୪ ମାସ ୨୬ ଦିନ ପର୍ଯ୍ୟନ୍ତ ପଞ୍ଚାୟତରାଜ ମନ୍ତ୍ରୀ ଭାବେ କାର୍ଯ୍ୟ କରିଥିଲେ ।

ଗତ ୧୫ ଅପ୍ରେଲ ୨୦୨୬ରେ ତତ୍କାଳୀନ ମୁଖ୍ୟମନ୍ତ୍ରୀ ଇସ୍ତଫା ଦେବା ପରେ ତାଙ୍କର ସେହି କାର୍ଯ୍ୟକାଳ ଶେଷ ହୋଇଥିଲା ।

ଏହାପରେ ପ୍ରାୟ ୨୨ ଦିନ ଧରି ସେ କୌଣସି ପ୍ରଶାସନିକ ପଦବିରେ ନଥିଲେ ।

PMଙ୍କ ବିରୋଧରେ ପୋଷ୍ଟ; ଚଣ୍ଡୀଗଡ଼ କୋର୍ଟରେ ହାଇଦ୍ରାବାଦ ଯୁବକଙ୍କ ଜାମିନ ଆବେଦନ ଖାରଜ ମାତ୍ର ୭ ମେ ୨୦୨୬ରେ ସମ୍ରାଟ ଚୌଧୁରୀଙ୍କ ନେତୃତ୍ୱରେ ରାଜ୍ୟରେ ଏକ ନୂତନ ସରକାର ଗଠନ ହେବା ପରେ, ଦୀପକ ପ୍ରକାଶଙ୍କୁ ପୁଣି ଥରେ ପଞ୍ଚାୟତରାଜ ମନ୍ତ୍ରୀ ଭାବେ ଶପଥ ଗ୍ରହଣ କରାଯାଇଥିଲା ।

ଆବେଦନକାରୀଙ୍କ ଯୁକ୍ତି ଅନୁଯାୟୀ, ଦୁଇଟି ଯାକ କାର୍ଯ୍ୟକାଳକୁ ମିଶାଇଲେ ସେ ବର୍ତ୍ତମାନ ସୁଦ୍ଧା ୬ ମାସରୁ ଅଧିକ ସମୟ ଧରି ମନ୍ତ୍ରୀ ପଦରେ ରହି ସାରିଛନ୍ତି, ଯଦିଓ ସେ ବିହାର ବିଧାନସଭା କିମ୍ବା ବିଧାନ ପରିଷଦର ସଦସ୍ୟ ଭାବେ ନିର୍ବାଚିତ ହୋଇନାହାନ୍ତି ।

ଭାରତୀୟ ସମ୍ବିଧାନର ଅନୁଚ୍ଛେଦ ୧୪(୪) ଅନୁଯାୟୀ, କୌଣସି ଗୃହର ସଦସ୍ୟ ନଥାଇ ଜଣେ ବ୍ୟକ୍ତି ସର୍ବାଧିକ ୬ ମାସ ପର୍ଯ୍ୟନ୍ତ ମନ୍ତ୍ରୀ ପଦରେ ରହିପାରିବେ ।

ଏହି ସମୟସୀମା ମଧ୍ୟରେ ତାଙ୍କୁ ସଦସ୍ୟ ଭାବେ ନିର୍ବାଚିତ ହେବା ବାଧ୍ୟତାମୂଳକ, ନଚେତ୍ ସେ ସ୍ୱତଃ ପ୍ରବୃତ୍ତ ଭାବେ ମନ୍ତ୍ରୀ ପଦ ହରାଇବେ ।

ସୁପ୍ରିମକୋର୍ଟଙ୍କ ସମ୍ମୁଖରେ ବର୍ତ୍ତମାନ ଏହି ଆଇନଗତ ବିତର୍କ ସୃଷ୍ଟି ହୋଇଛି ଯେ, କୌଣସି ବ୍ୟକ୍ତି ୬ ମାସର ସୀମା ଶେଷ ହେବା ପୂର୍ବରୁ ଇସ୍ତଫା ଦେଇ, କେବଳ ସରକାର ବଦଳିବା ପରେ ପୁଣି ଥରେ ମନ୍ତ୍ରୀ ହୋଇ ନୂଆ ୬ ମାସର କାର୍ଯ୍ୟକାଳ ପାଇପାରିବେ କି ?

ସର୍ବୋଚ୍ଚ ନ୍ୟାୟାଳୟ ଏହି ମାମଲାରେ ସାମ୍ବିଧାନିକ ନିୟମର ସଠିକ ବ୍ୟାଖ୍ୟା କରିବାକୁ ଯାଉଥିବାରୁ ଏହା ସମଗ୍ର ଦେଶର ରାଜନୈତିକ ବ୍ୟବସ୍ଥା ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ସାବ୍ୟସ୍ତ ହେବ ।"

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।