Vande Mataram Bill: ସଂସଦରେ ବନ୍ଦେ ମାତରମ୍‌ ବିଲ୍‌କୁ ବିରୋଧ କରି କ’ଣ କହିଲେ ଅୱେସି?

Jul 31, 2026 - 00:44
Vande Mataram Bill: ସଂସଦରେ ବନ୍ଦେ ମାତରମ୍‌ ବିଲ୍‌କୁ ବିରୋଧ କରି କ’ଣ କହିଲେ ଅୱେସି?

"ନୂଆଦିଲ୍ଲୀ: ଜାତୀୟ ଗୀତ "ବନ୍ଦେ ମାତରମ୍‌"କୁ ଜାତୀୟ ସଙ୍ଗୀତ "ଜନ ଗଣ ମନ" ଭଳି ସମାନ ଆଇନଗତ ସୁରକ୍ଷା ଦେବାକୁ ଉଦ୍ଦିଷ୍ଟ "ଜାତୀୟ ସମ୍ମାନ ଅପମାନ ନିବାରଣ (ସଂଶୋଧନ) ବିଲ୍‌, ୨୦୨୬"କୁ ଗୁରୁବାର ଲୋକସଭା ପାରିତ କରିଛି।

ଏହି ବିଲ୍‌ ଅନୁସାରେ "ବନ୍ଦେ ମାତରମ୍‌" ଗାନକୁ ଇଚ୍ଛାକୃତ ଭାବେ ବାଧା ଦେବା କିମ୍ବା ଅପମାନ କରିବା ଅପରାଧ ହେବ ଏବଂ ଏଥିପାଇଁ ସର୍ବାଧିକ ୩ ବର୍ଷ କାରାଦଣ୍ଡ, ଜରିମାନା କିମ୍ବା ଉଭୟ ଦଣ୍ଡର ବ୍ୟବସ୍ଥା ରହିଛି।Advertisment ବିଲ୍‌କୁ ବିରୋଧ କରି ଏଆଇଏମ୍‌ଆଇଏମ୍‌ ସାଂସଦ ଅସଦୁଦ୍ଦିନ ଅୱେସି କହିଛନ୍ତି, ଡ.

ରାଜେନ୍ଦ୍ର ପ୍ରସାଦ ପ୍ରଥମେ ଭୁଲ କରିଥିଲେ।

ସେ ବିନା ରିଜଲ୍ୟୁସନରେ କହିଦେଲେ ଯେ "ଜନ ଗଣ ମନ" ହେଉଛି ଭାରତର ଜାତୀୟ ସଙ୍ଗୀତ ଏବଂ "ବନ୍ଦେ ମାତରମ୍‌" ଜାତୀୟ ଗୀତ।

ସେ ଏପରି କହିବା ଉଚିତ ନ ଥିଲା।

୪ ଦେଶର ୧୨ ଗାୟକ ଗାଇଲେ ଜାତୀୟ ସଂଗୀତ 'ଜନ ଗଣ ମନ'...

ଭିଡିଓ ହେଲା ଭାଇରାଲ ତେବେ ସେ ଏହାକୁ ଜାତୀୟ ସଂଗୀତ ଭଳି ମର୍ଯ୍ୟାଦା ଦେବା କଥା କହି ନ ଥିଲେ।

ଅୱେସି ଆହୁରି କହିଛନ୍ତି, "ଜନ ଗଣ ମନ" ଭାରତ ଓ ଭାରତବାସୀଙ୍କ ଏକତାର ପ୍ରତୀକ, କିନ୍ତୁ "ବନ୍ଦେ ମାତରମ୍‌"ରେ ଦେବୀଙ୍କ ସ୍ତୁତି ରହିଛି।

ଧର୍ମ ଓ ରାଷ୍ଟ୍ରକୁ ଏକ କରାଯାଇପାରିବ ନାହିଁ ବୋଲି ସେ ମତ ଦେଇଛନ୍ତି।

ସରକାର ଆଇନ ମାଧ୍ୟମରେ ଦେଶପ୍ରେମ ଥୋପିବାକୁ ଚାହୁଛନ୍ତି ବୋଲି ମଧ୍ୟ ସେ ଅଭିଯୋଗ କରିଛନ୍ତି।

ଡିଏମ୍‌କେ ମଧ୍ୟ ବିଲ୍‌କୁ ବିରୋଧ କରିଛି।

ଦଳ ମତରେ, ଏପରି ପ୍ରସଙ୍ଗରେ ଦଣ୍ଡାତ୍ମକ ଆଇନ ଆଣିବା ପରିବର୍ତ୍ତେ ଲୋକଙ୍କ ମଧ୍ୟରେ ସଚେତନତା ଓ ସମ୍ମାନବୋଧ ବଢ଼ାଇବା ଅଧିକ ଉପଯୁକ୍ତ।

ଅନ୍ୟପକ୍ଷରେ, କେନ୍ଦ୍ର ସରକାର କହିଛନ୍ତି, ଏହି ସଂଶୋଧନର ଉଦ୍ଦେଶ୍ୟ "ବନ୍ଦେ ମାତରମ୍‌"ର ମର୍ଯ୍ୟାଦା ଓ ସମ୍ମାନକୁ ଆଇନଗତ ସୁରକ୍ଷା ଦେବା ଏବଂ ଜାତୀୟ ପ୍ରତୀକ ପ୍ରତି ସମ୍ମାନ ସୁନିଶ୍ଚିତ କରିବା।

"

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।