Walkathon-2026: ‘ସମ୍ବାଦ’ ଓ ‘ଫ୍ରିଡମ ଅଏଲ୍’ ପକ୍ଷରୁ ୱାକାଥନ୍-୨୦୨୬: ‘ରକ୍ତଦାନ ନୂଆ ଜୀବନ ଦିଏ, ହୃତ୍ପିଣ୍ଡକୁ ସୁସ୍ଥ ରଖେ’
ଭୁବନେଶ୍ବର: ବିଶ୍ବ ହୃଦୟ ଦିବସ ଉପଲକ୍ଷେ ସୁସ୍ଥ ହୃଦୟ, ସୁସ୍ଥ ଜୀବନ ଓ ସୁସ୍ଥ ସମାଜ ଗଠନ ପାଇଁ ସଚେତନତା ସୃଷ୍ଟି କରିବା ଲକ୍ଷ୍ୟରେ ‘ସମ୍ବାଦ ୱାକାଥନ୍-୨୦୨୬’ ଅନୁଷ୍ଠିତ ହୋଇଯାଇଛି। କେନ୍ଦ୍ରୀୟ ବିଦ୍ୟାଳୟ-୧ ପଡ଼ିଆରେ ଫ୍ରିଡମ୍ ଅଏଲ୍ ସହଯୋଗରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଇଷ୍ଟର୍ଣ୍ଣ ମିଡିଆ ଲିମିଟେଡ୍ର ଅଧ୍ୟକ୍ଷ ତଥା ପରିଚାଳନା ନିର୍ଦ୍ଦେଶକ ସୌମ୍ୟରଂଜନ ପଟ୍ଟନାୟକ କାର୍ଯ୍ୟକ୍ରମର ଉଦ୍ଦେଶ୍ୟ ସମ୍ପର୍କରେ ସୂଚନା ଦେଇଥିଲେ। ସ୍ବାସ୍ଥ୍ୟ ସମ୍ପର୍କରେ ଲୋକଙ୍କୁ ସଚେତନ କରିବା ଓ ସୁସ୍ଥ ଜୀବନଶୈଳୀ ଆପଣାଇବାକୁ ପ୍ରେରଣା ଦେବା ଏହି ୱାକାଥନ୍ର ଉଦ୍ଦେଶ୍ୟ ବୋଲି ସେ କହିଥିଲେ। ଜଣେ ରକ୍ତଦାନ କଲେ, ଅନ୍ୟ ଜଣେ ନୂଆ ଜୀବନ ପାଏ। ରକ୍ତଦାନ କରିବା ଦ୍ବାରା ହୃତ୍ପିଣ୍ଡ ସୁସ୍ଥ ରହିଥାଏ। ରକ୍ତ ଶରୀରର ଧମନୀ ଓ ଶିରାରେ ସ୍ବାଭାବିକ ଭାବେ ପ୍ରବାହିତ ହେଉ, ଅନାବଶ୍ୟକ ରକ୍ତପାତ ନହେଉ। ଆଉ ଯଦି ରକ୍ତ ବାହାରକୁ ଆସେ, ତାହା ରକ୍ତଦାନ ମାଧ୍ୟମରେ ଅନ୍ୟ ଜଣଙ୍କ ଜୀବନ ବଞ୍ଚାଉ ବୋଲି ସେ ଆହ୍ୱାନ ଦେଇଥିଲେ। ଏଭଳି ସଚେତନତା ସୃଷ୍ଟି କ୍ଷେତ୍ରରେ ସୋସିଆଲ ମିଡିଆର ଗୁରୁତ୍ବପୂର୍ଣ୍ଣ ଭୂମିକା ରହିଛି ବୋଲି ସେ ପରାମର୍ଶ ଦେଇଥିଲେ।
Umar Khalid: ଜେଏନ୍ୟୁ କାନ୍ଥରେ ଉମର ଖାଲିଦଙ୍କ ସମର୍ଥନରେ ନାରା
କାର୍ଯ୍ୟକ୍ରମର ଅତିଥି କେନ୍ଦ୍ରାଞ୍ଚଳ ଡିଆଇଜି ସତ୍ୟଜିତ୍ ନାଏକ ଜନସାଧାରଣଙ୍କ ଭିତରେ ବ୍ୟାୟାମର ଉପକାରିତା ବାବଦରେ ସଚେତନତା ବଢ଼ାଇବାକୁ ଆହ୍ବାନ ଦେଇଥିଲେ। ଏହି କାର୍ଯ୍ୟକ୍ରମକୁ ପ୍ରଶଂସା କରି ସେ କହିଲେ ଯେ ଚାଲିବା ଭଳି ଏକ ସୁନ୍ଦର ବ୍ୟାୟାମ କରିବାକୁ ଲୋକେ ଏଥିରୁ ପ୍ରେରଣା ପାଇବେ। ସେ ଦେଶର ବିଭିନ୍ନ ସହରରେ ଆୟୋଜିତ ହେଉଥିବା ୱାକାଥନ୍ରେ ଯୋଗ ଦେଇଥିବା ଅନୁଭୂତି ବର୍ଣ୍ଣନା କରିଥିଲେ। ଆପୋଲୋ ହସ୍ପିଟାଲ୍ର ସିଓଓ ଡା. ଅଲୋକ ଶ୍ରୀବାସ୍ତବ, ଯୁବପିଢ଼ିଙ୍କ ଭିତରେ ଡାଇବେଟିସ୍ ଓ ଉଚ୍ଚ ରକ୍ତଚାପ ଭଳି ସ୍ବାସ୍ଥ୍ୟ ସମସ୍ୟା ଉପରେ କହିଥିଲେ। ମାତ୍ର ୨୦ ବର୍ଷ ବୟସରୁ ଯୁବକଯୁବତୀମାନେ ଏଭଳି ରୋଗର ଶିକାର ହେବା ଏକ ଚିନ୍ତାଜନକ କଥା ବୋଲି ସେ କହିଥିଲେ। ସ୍ୱାସ୍ଥ୍ୟ ହିଁ ପ୍ରକୃତ ସମ୍ପଦ ବୋଲି ଉଲ୍ଲେଖ କରି ସେ କହିଲେ ଯେ ପରିବାରର ଜଣେ ସଦସ୍ୟ ଅସୁସ୍ଥ ହେଲେ ସମଗ୍ର ପରିବାରର ଜୀବନଶୈଳୀ ପ୍ରଭାବିତ ହୁଏ। ତେଣୁ ରୋଗକୁ ଆରମ୍ଭରୁ ରୋକିବା ଦିଗରେ ଗୁରୁତ୍ୱ ଦେବା ଆବଶ୍ୟକ। ଫ୍ରିଡମ୍ ଅଏଲ୍ର ଓଡ଼ିଶା ସେଲସ୍ ଓ ମାର୍କେଟିଂ ମୁଖ୍ୟ ଅମିୟ ଧଳ ନିୟମିତ ଚାଲିବା, ବ୍ୟାୟାମ କରିବା ଓ ସୁସ୍ଥ ଖାଦ୍ୟାଭ୍ୟାସର ଗୁରୁତ୍ୱ ଉପରେ ମତ ରଖିଥିଲେ।
DMFର ମାର୍ଗଦର୍ଶିକା ବାଟବଣା, ଜିଲ୍ଲା ପଂଚାୟତ ସମ୍ବଳ କେନ୍ଦ୍ର ପାଚେରୀ ଅର୍ଦ୍ଦପନ୍ତରିଆ ନିର୍ମାଣ
ଆଧୁନିକ ଜୀବନଶୈଳୀରେ ଶାରୀରିକ ପରିଶ୍ରମ କମିଯାଉଥିବାରୁ ଅନେକ ସ୍ୱାସ୍ଥ୍ୟ ସମସ୍ୟା ଦେଖାଦେଉଛି। ଏହାର ମୁକାବିଲା ପାଇଁ ପ୍ରତିଦିନ ଚାଲିବା ଓ ବ୍ୟାୟାମ କରିବା ଆବଶ୍ୟକ ବୋଲି ସେ କହିଥିଲେ। ଇଷ୍ଟର୍ଣ୍ଣ ମିଡିଆ ଲିମିଟେଡର ନିର୍ଦ୍ଦେଶିକା ମୋନିକା ନୈୟର ପଟ୍ଟନାୟକ, ଖାଦ୍ୟପେୟ ଓ ଜୀବନଶୈଳୀ ପ୍ରତି ସଚେତନ ରହିବାକୁ କହିଥିଲେ। ୱାକାଥନ ଭଳି କାର୍ଯ୍ୟକ୍ରମର ମୂଳ ଉଦ୍ଦେଶ୍ୟ ସମ୍ପର୍କରେ ବୁଝାଇ ସେ କହିଥିଲେ ଯେ ନିୟମିତ ବ୍ୟାୟାମ କରିବା, ଚାଲିବା ଆଦି ଅଭ୍ୟାସ ଜଣକୁ ରୋଗୀ ହେବାକୁ ଦିଏ ନାହିଁ। ‘କନକ ନ୍ୟୁଜ୍’ ଓ ‘ସମ୍ବାଦ’ର ବାର୍ତ୍ତା ସମ୍ପାଦକ ଭବନୀ ଶଙ୍କର ତ୍ରିପାଠୀ ଅଂଶଗ୍ରହଣକାରୀମାନଙ୍କୁ ଧନ୍ୟବାଦ ଦେଇ କହିଥିଲେ, ରାଜଧାନୀବାସୀ ସ୍ବାସ୍ଥ୍ୟ ପ୍ରତି କେତେ ସଚେତନ, ଏହି ଭିଡ଼ ହିଁ ତାହାର ଉଦାହରଣ। ‘ସମ୍ବାଦ’ ଓ ‘କନକ ନ୍ୟୁଜ୍’ ସବୁବେଳେ ଜନସାଧାରଣଙ୍କୁ ବିଭିନ୍ନ କାର୍ଯ୍ୟକ୍ରମ ମାଧ୍ୟମରେ ସଚେତନ କରିଆସୁଛି। ଏହି ଅବସରରେ କେନ୍ଦ୍ରୀୟ ବିଦ୍ୟାଳୟ-୧ ପଡ଼ିଆରୁ ଦୌଡ଼ ଆରମ୍ଭ ହୋଇ ବାଣୀବିହାର ଛକରେ ପହଞ୍ଚିଥିଲା ଏବଂ ପୁଣି ଫେରିଥିଲା। କାର୍ଯ୍ୟକ୍ରମକୁ ଆର୍ଜେ ମହେଶ ପରିଚାଳନା କରିଥିଲେ।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।
